କାଲିଫର୍ନିଆରେ ସ୍ବାସ୍ଥ୍ୟ ଏମର୍ଜେନ୍ସି

ଓ୍ବାଶିଂଟନ,୧୨।୧:ଆମେରିକାର ଲସ୍‌ଏଞ୍ଜେଲ୍ସରେ ମଙ୍ଗଳବାରଠାରୁ ଲାଗିରହିଥିବା ଭୟାବହ ଜଙ୍ଗଲ ନିଆଁରେ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚତ୍ଛି। ହଲିଉଡ୍‌ ହିଲ୍‌ ସମେତ ଲସ୍‌ଏଞ୍ଜେଲ୍ସ ଓ ଏହାର ଆଖପାଖ ଅଞ୍ଚଳରେ ୧୦ ହଜାରରୁ ଊର୍ଦ୍ଧ୍ୱ ଘର ଓ ଗାଡ଼ି ଜଳି ଧ୍ୱଂସ ହୋଇଯାଇଛି। ବିଜୁଳି ବିନା ଲକ୍ଷାଧିକ ଘର ଅନ୍ଧାରରେ ରହିଥିବାବେଳେ ପ୍ରବଳ ବେଗରେ ପବନ ବହିବା ଯୋଗୁ ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ବ୍ୟାପକ ଅଞ୍ଚଳ ଜଳୁଥିବାରୁ ବାୟୁ ଗୁଣବତ୍ତା ଖରାପ ହେବା ସହ ଲୋକମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଫଳରେ କାଲିଫର୍ନିଆରେ ପ୍ରଶାସନ ପକ୍ଷରୁ ହେଲ୍‌ଥ ଏମର୍ଜେନ୍ସି ଘୋଷଣା କରାଯାଇଛି। ଧୂଆଁ ଓ ପାଉଁଶ ଯୋଗୁ ବାୟୁ ବିଷାକ୍ତ ହୋଇଗଲାଣି। ଏହା ଦୀର୍ଘକାଳୀନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି। ବରିଷ୍ଠ ନାଗରିକ ଏବଂ ବିଭିନ୍ନ ରୋଗ ଥିବା ଲୋକମାନଙ୍କୁ ପ୍ରଦୂଷିତ ବାୟୁରୁ ସୁରକ୍ଷା ଦେବା ପାଇଁ ଏନ୍‌୯୫ ମାସ୍କ ବଣ୍ଟନ କରାଯାଉଛି। ୫ ଦିନ ହେଲା ଜଙ୍ଗଲ ଜଳୁଥିବା ସହ ସାନି ବିପଦ ଆଶଙ୍କା ସତ୍ତ୍ୱେ କେତେକେ ଟେଲିଭିଜନରେ ସେମାନଙ୍କ ଜଳିଯାଇଥିବା ଘରକୁ ଦେଖିଛନ୍ତି। ଅନ୍ୟ କେତେଜଣ ପାଖ ଅଞ୍ଚଳକୁ ଯାଇ ନିଆଁରେ ବାସ୍ତବରେ ସେମାନେ କ’ଣ ହରାଇଛନ୍ତି, ତାହା ଦେଖିବାକୁ ଚାହୁଁଛନ୍ତି। ଲସ୍‌ଏଞ୍ଜେଲ୍ସ ଜଙ୍ଗଲ ନିଆଁରେ ଘରଦ୍ୱାର ହରାଇଥିବା ବିପନ୍ନଙ୍କୁ ସେଲିବ୍ରିଟିମାନେ ସହଯୋଗର ହାତ ବଢ଼ାଇଛନ୍ତି। ମେଣ୍ଡି ମୁରେ, ପ୍ୟାରିସ୍‌ ହିଲ୍‌ଟନ୍‌ଙ୍କ ସମେତ ବଲିଉଡ୍‌ର ଅନେକ ଅଭିନେତ୍ରୀ ଅଭିନେତା ବସ୍ତ୍ରଦାନ କରିବା ସହ ପାଣ୍ଠି ସଂଗ୍ରହରେ ଲାଗିପଡ଼ିଛନ୍ତି। ଖ୍ୟାତନାମା ସେଲିବ୍ରିଟି ହିଲ୍‌ଟନ୍‌ ଶୁକ୍ରବାରଠାରୁ ଜରୁରୀ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ଏଥିପାଇଁ ସେ ବ୍ୟକ୍ତିଗତ ଭାବେ ୧ ଲକ୍ଷ ଡଲାର ଦାନ କରିବା ସହ ଫଣ୍ଡ ରାଇଜ୍‌ରୁ ଆଉ ଲକ୍ଷେ ଡଲାର ଯୋଡ଼ିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆମେରିକା ରିଏଲିଟି ଟିଭି ଷ୍ଟାର ହିଲ୍‌ଟନ୍‌ ଲାଇଭ୍‌ ଟିଭିରେ ନିଜର ମାଲିବୁ ଘର ଜଳୁଥିବାର ଦୃଶ୍ୟ ଦେଖିବା ପରେ ବିପନ୍ନମାନଙ୍କୁ ସହାୟତା ପାଇଁ ନିଷ୍ପତ୍ତି ନେଇଥିଲେ। ନିଆଁରେ ଘରଦ୍ୱାର ହରାଇଥିବା ଅଗଣିତ ପରିବାର ସହ ତାଙ୍କର ଭାବନା ରହିଥିବା ୪୩ ବର୍ଷୀୟା ସେଲିବ୍ରିଟି କହିଛନ୍ତି। କେବଳ ହିଲ୍‌ଟନ ନୁହନ୍ତି, ଅନେକ ସେଲିବ୍ରିଟି ବନାଗ୍ନିରେ ସେମାନଙ୍କ ଘର ହରାଇଛନ୍ତି। ୧,୮୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ବାସହରା ହୋଇଛନ୍ତି। ଅନୂ୍ୟନ ୧୦,୦୦୦ ଘର ଜଳିଯାଇଥିବା ଲସ୍‌ଏଞ୍ଜେଲ୍ସ କାଉଣ୍ଟି ଫାୟାର ମୁଖ୍ୟ ଆନ୍ଥୋନୀ ମାରୋନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri