ଜିଲାର ରୁଗ୍‌ଣ ହେଲାଣି ସ୍ବାସ୍ଥ୍ୟସେବା

କେନ୍ଦ୍ରାପଡ଼ା ଅଫିସ,୨୬ା୮: କେନ୍ଦ୍ରାପଡ଼ା ଜିଲାରେ ସ୍ବାସ୍ଥ୍ୟସେବା ରୁଗ୍‌ଣ ହେବାରେ ଲାଗିଛି ବୋଲି ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ସନ୍ଧ୍ୟା ହେଲେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ୍ସ-ରେ, ଇସିଜି, ଅଲ୍‌ଟ୍ରାସାଉଣ୍ଡ ଆଦି ଦରକାରୀ ପରୀକ୍ଷା ହେଉନାହିଁ। ବିଶେଷଜ୍ଞ ଡାକ୍ତର କଲ୍‌ ଆଟେଣ୍ଡ ନ କରିବା ରୋଗୀଙ୍କ ପାଇଁ ବିପଦ ସାଜୁଛି। ଜିଲାର ସ୍ବାସ୍ଥ୍ୟସେବାକୁ ନେଇ ଏପରି ବିଚିତ୍ର ଅବସ୍ଥା ଥିବା ବେଳେ ଏହାର ସୁଯୋଗ ଗ୍ରାମାଞ୍ଚଳର କ୍ୱାକ୍‌ମାନେ ନେଉଛନ୍ତି। ଜିଲାର ଡେରାବିଶ ବ୍ଲକ ଛୋଟି ଗ୍ରାମର ରୁକ୍ମିଣୀ ପ୍ରଧାନଙ୍କ ଡାଇବେଟିସ ପାଇଁ ମୂତ୍ର ରୋଗ ହୋଇଛି। ଅନ୍ତନଳୀରେ ପାଇପ୍‌ ଲଗାଇବା ଜରୁରୀ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ନର୍ସଙ୍କ ଅବହେଳା ଯୋଗୁ ପ୍ରାୟ ୧୨ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଲା ବୋଲି ସାହାଯ୍ୟ କରିବାକୁ ଆସିଥିବା ପଡ଼ୋଶୀ ନୀହାର ରଞ୍ଜନ ପ୍ରଧାନ କହିଛନ୍ତି। ସେହିପରି ମହାକାଳପଡ଼ା ବ୍ଲକ ବିଜୟନଗର ଗଁାର ଜଣେ ପ୍ରସୂତିଙ୍କ ପରିସ୍ଥିତି ଜଟିଳ ଅଛି ବୋଲି ତାଙ୍କୁ କଟକ ପଠାଯାଉଥିବା ପ୍ରଭାତ କୁମାର ଜେନା କହିଛନ୍ତି। ଏହି ଦୁଇଟି ଅଭିଯୋଗ ନୁହେଁ, ଏଭଳି ଅନେକ ଅବ୍ୟବସ୍ଥା ଜିଲାର ସ୍ବାସ୍ଥ୍ୟସେବାକୁ ବିପର୍ଯ୍ୟସ୍ତ କରିପକାଇଥିବା ଚିତ୍ରକୁ ସ୍ପଷ୍ଟ କରୁଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, ୨୦୧୧ ଜନଗଣନା ଅନୁଯାୟୀ ଜିଲାର ଲୋକସଂଖ୍ୟା ସାଢ଼େ ୧୪ ଲକ୍ଷ ଥିବା ବେଳେ ଏବେ ଏହି ସଂଖ୍ୟା ୧୬ ଲକ୍ଷରୁ ଅଧିକ ହୋଇଛି। ଲକ୍ଷେ ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ ଅନୂ୍ୟନ ୫୦ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ୫ ଡାକ୍ତର ଅଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ ସିଏଚ୍‌ସି, ପିଏଚ୍‌ସି ଆଦିରେ ଡାକ୍ତର ରହୁନାହାନ୍ତି। ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର କେତେକ ସ୍ଥାନ ଫାର୍ମାସିଷ୍ଟ ଚଳାଇଛନ୍ତି। ଯେଉଁ ଡାକ୍ତରମାନେ ସହରାଞ୍ଚଳରେ ଅଛନ୍ତି, ସେମାନେ ବେସରକାରୀ ରୋଜଗାରକୁ ଗୁରୁତ୍ୱ ଦେଉଛନ୍ତି। ଏପରିକି ଆବଶ୍ୟକସ୍ଥଳେ ରୋଗୀଙ୍କୁ ଆଟେଣ୍ଡ କରିବାକୁ ବିଶେଷଜ୍ଞମାନେ ଆସୁନାହାନ୍ତି। ଫଳରେ ଅଧିକାଂଶ ରୋଗୀ କଟକ ବଡ଼ ମେଡିକାଲକୁ ରେଫର ହେଉଛନ୍ତି। ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ଜିଲାର ଉପାନ୍ତ ଅଞ୍ଚଳରେ କ୍ୱାକ୍‌ଙ୍କ ସଂଖ୍ୟା ବଢ଼ିଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ଅଭାବ ରହୁଛି। ଏହାବ୍ୟତୀତ ଗର୍ଭବତୀ ଓ ଶୀଘ୍ର ଚିକିତ୍ସା ପାଇଁ ଆବଶ୍ୟକ ରୋଗୀ ଉପାନ୍ତ ଅଞ୍ଚଳରୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବା ପାଇଁ ଗମନାଗମନ ପଥ ବାଧକ ସାଜିଛି। ଅଦ୍ୟାବଧି ଜିଲାର ୧୭ ପଞ୍ଚାୟତକୁ ସଡ଼କ ଯୋଗାଯୋଗ ପଥ ନାହିଁ। ଏହାର ସୁଯୋଗ କ୍ୱାକ୍‌ ନେଉଛନ୍ତି। ଖୋଲାଖୋଲି କ୍ୱାକ୍‌ମାନେ ଗ୍ରାମ ଓ ବଜାରରେ ପ୍ରକୋଷ୍ଠ ଖୋଲି ଚିକିତ୍ସା କରୁଛନ୍ତି। ଏଥିପାଇଁ ବହୁ ଜୀବନହାନି ହେଉଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଏପରି ଠକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ପଟ୍ଟାମୁଣ୍ଡାଇର ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇଛନ୍ତି। ଚାହିଦା ଅନୁଯାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ସହ ପରୀକ୍ଷା ପାଇଁ ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି। ତେବେ ଏହି ଯନ୍ତ୍ରପାତିର ଉପଯୋଗ ହେଉନାହିଁ। ଏପରିକି ସନ୍ଧ୍ୟା ହେଲେ ଏକ୍ସ-ରେ, ଅଲଟ୍ରାସାଉଣ୍ଡ, ଇସିଜି ଆଦି ପରୀକ୍ଷା ବନ୍ଦ ହେଉଛି। ଏ ନେଇ ବହୁବାର ଅଭିଯୋଗ ହେଉଛି। ରାତିରେ କୌଣସି ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ଲେ ଡ୍ୟୁଟିରେ ଥିବା ଡାକ୍ତର ସିଧା କଟକ ବଡ଼ ମେଡିକାଲକୁ ରେଫର କରୁଛନ୍ତି। ଏହାସହ ନିରାମୟରେ ସମସ୍ତ ଔଷଧ ରଖାଯାଉନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିତାନନ୍ଦ ମିଶ୍ରଙ୍କୁ ପଚାରିବାରେ ସ୍ବାସ୍ଥ୍ୟସେବା ପରିଚାଳନା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ନିର୍ଭର କରାଯାଉଛି। ବିଭିନ୍ନ ପଦବୀ ପୂରଣ ପାଇଁ ପ୍ରତିମାସ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri