Categories: ବାଣିଜ୍ୟ

ସ୍ବଚ୍ଛତା ପକ୍ଷରେ ସ୍ବାସ୍ଥ୍ୟସେବା ଶିବିର

ଭୁବନେଶ୍ୱର,୨୧।୧: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ଭୁବନେଶ୍ବର ମଣ୍ଡଳ ପକ୍ଷରୁ ନିକଟରେ ସ୍ବଚ୍ଛତା ପକ୍ଷ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ଉକ୍ତ କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କର ନବନିଯୁକ୍ତ ସୁରକ୍ଷା କର୍ମୀ ଓ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟର ପାଖାପାଖି ୫୦ ସବୁ ବର୍ଗର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଅପରପକ୍ଷରେ ଏସ୍‌ବିଆଇ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ପରିସରରେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। ଉକ୍ତ ସ୍ବାସ୍ଥ୍ୟ ଶିବିରକୁ ଏସ୍‌ବିଆଇ ମୁଖ୍ୟ ମହା ପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା, ମଣ୍ଡଳର ମହାପ୍ରବନ୍ଧକ ପୋନ୍ନମବଲମ ତଥା ମଣ୍ଡଳ ବିକାଶ ଅଧିକାରୀ ମନୋଜ କୁମାର ସିଂ ଓ ଅନ୍ୟ କର୍ମଚାରୀ ଏବଂ ପେନ୍‌ସନଧାରୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ। ବିଶେଷ କରି ଆମ୍ରି ହସ୍ପିଟାଲ ଓ ଏଏସ୍‌ଜି ଆଇ ହସ୍ପିଟାଲର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଉକ୍ତ ସ୍ବାସ୍ଥ୍ୟ ଶିବିରରେ ରକ୍ତଚାପ, ମଧୁମେହ , ଚକ୍ଷୁ ପରୀକ୍ଷା, ଇସିଜି ଓ ଅନ୍ୟ ହୃଦ୍‌ରୋଗ ଜନିତ ପରୀକ୍ଷା କରିଥିଲେ। ଏପରିକି ଉକ୍ତ ଶିବିରରେ ପ୍ରାୟ ୩୫୦ ଏସ୍‌ବିଆଇ କର୍ମଚାରୀ ଓ ପେନ୍‌ସନଧାରୀମାନେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁୟାରୀ ୩୧ରେ ‘ସ୍ବଚ୍ଛତା ପକ୍ଷ’ ପାଳନ କରାଯାଉଛି।

Share