ମଧ୍ୟାହ୍ନଭୋଜନ ନ ମିଳିବାରୁ ରାଜରାସ୍ତାକୁ ଓହ୍ଲାଇଥିଲେ ଛାତ୍ରୀଛାତ୍ର: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ପୁୁରୁଷୋତ୍ତମପୁୁର,୧୪।୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କୁୁମାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗତ ୫ ତାରିଖରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ମିଳି ନ ଥିବା ପ୍ରତିବାଦ କରି ଛାତ୍ରୀଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇ ଖରାରେ ବସି ଆନ୍ଦୋଳନ କରିଥିଲେ। ଏହି ଘଟଣାରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷୟତ୍ରୀଙ୍କ ସମେତ ଦୁଇଜଣଙ୍କୁ ନିଲମ୍ବିତ କରିବା ସହ ଦୁଇଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

ଛାତ୍ରୀଛାତ୍ରଙ୍କ ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହିଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ଗୁରୁତର ସହ ନେଇ ଗତ ୬ ତାରିଖରେ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏପରିକି ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟ ପିଏମ୍‌ ପୋସନ ନୋଡାଲ ଅଫିସର ଗିରିଶଚନ୍ଦ୍ର ସିଂ ଗତ ୭ ତାରିଖରେ ଚିଠି ନଂ.୨୩୩ରେ ଜିଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏହାକୁ ନେଇ ଜିଲା ଶିକ୍ଷା ଅଧିକାରୀ ୭ ତାରିଖରେ ଚିଠି ନଂ.୩୨୦୯ରେ ପୁରୁଷୋତ୍ତମପୁର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଭିତ୍ତି କରି ବ୍ଲକ ଶିକ୍ଷା ଅଧିକାରୀ ଏସ୍‌ ଗିରିଧାରୀ ଘଟଣାର ତଦନ୍ତ କରି କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଟି ଶାନ୍ତିଲତା ପାତ୍ରଙ୍କୁ ଚିଠି ନଂ.୪୭୮ରେ ବୁଧବାର ନିଲମ୍ବିତ କରିଛନ୍ତି। ଅନ୍ୟପକ୍ଷେ ପ୍ରଧାନ ଶିକ୍ଷୟତ୍ରୀ ଜୁଲାଇ ମାସରେ ଅବସର ନେଇଥାନ୍ତେ।

ଏଣୁ ସରକାରୀ ନିୟମ ଅନସାରେ ପ୍ରଧାନ ଶିକ୍ଷୟତ୍ରୀ ଅବସରର ୬ମାସ ପୂର୍ବରୁ ବିଦ୍ୟାଳୟର ବରିଷ୍ଟ ଶିକ୍ଷକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାର ନିୟମ ରହିଥିବା ବେଳେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଅନ୍ୟପକ୍ଷେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମିଥ୍ୟାରେ ବ୍ଲକଶିକ୍ଷା ଅଧିକାରୀଙ୍କ ପରିଚୟ ଦେଇ ଫୋନ କରିବା ଘଟଣାରେ ଅନ୍ତରିଗାଁ ପ୍ରାଥମିକ ବିଦ୍ୟାଳୟର ସହକାରୀଶିକ୍ଷକ ନିନ୍ୟାନନ୍ଦ ବେହେରାଙ୍କୁ ଚିଠି ନଂ.୪୮୩ରେ ନିଲମ୍ବିତ କରାଯାଇଛି।

ଏହାସହ ଏହି ଘଟଣାରେ ଭିଡିଓ ସୋସିଆଲ ମିଡ଼ିଆ ଗ୍ରୁପରେ ପଠାଇଥିବା ନେଇ ବ୍ଲକଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପିଅନ ଗ୍ରୀଷ୍ମକାନ୍ତ ତ୍ରୀପାଠୀଙ୍କୁ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୀମାଞ୍ଚଳ ରଥଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ୩ଜଣ ଶିକ୍ଷକଙ୍କୁ ତାଗିତ କରାଯାଇଥିବା ନେଇ ବ୍ଲକ ଶିକ୍ଷା ଅଧିକାରୀ ଏସ୍‌ ଗିରିଧର ସୂଚନା ଦେଇଛନ୍ତି। ଏପରିକି ସମସ୍ତ ତଦନ୍ତ ରିପୋର୍ଟ ଉଚ୍ଚକର୍ତ୍ତୃପକ୍ଷଙ୍କୁ ପଠାଯାଇ ଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri