ଭୋଜି କରିବାକୁ ଯାଇଥିବା ନାବାଳକଙ୍କ ମିଳିଲା ମୁଣ୍ଡବିହୀନ ମୃତଦେହ : ସାଇଣ୍ଟିଫିକ୍‌ ଟିମ୍‌ର ତନାଘନା, ଜଣେ ଅଟକ

କାଲିମେଳା,୬ା୧(ଜୀବନକୃଷ୍ଣ ଦାସ): ଆଦିବାସୀ ପରମ୍ପରାରେ ଏବେ ମଧ୍ୟ ରହିଛି ଅନ୍ଧବିଶ୍ବାସ। ବିଜ୍ଞାନଯୁଗରେ ମଧ୍ୟ ସେମାନଙ୍କ ଗୁଣିଆ ଉପରେ ରହିଛି ବିଶ୍ବାସ। ରୋଗ ହେଲେ ସେମାନେ ଡାକ୍ତରଖାନା ନ ଯାଇ ଗୁଣିଗାରେଡ଼ିକୁ ପସନ୍ଦ କରୁଛନ୍ତି l ଯଦିଓ ଗୁଣିଆ ରୋଗୀର ଚିକିତ୍ସା କରୁକରୁ ରୋଗୀର ମୃତ୍ୟୁ ହେଲେ ସେ ନିଜ ଦୋଷ ଲୁଚାଇ ଚତୁରତାର ସହ ଖସିଯାଏ। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ମାନ୍ୟବକୋଣ୍ଡା ପଞ୍ଚାୟତ ଟାଗରକୋଟା ଗ୍ରାମରେ । ଏମଭି-୧୨୬ ଜଙ୍ଗଲରେ ଗତ ନୂଆବର୍ଷ ଦିନ ଏକ ହତ୍ୟାକାଣ୍ଡ ଘଟିଛି l ଘଟଣାର ତିନି ଦିନ ପରେ ଗୁରୁବାର ଏକ ମୁଣ୍ଡବିହୀନ ନାବାଳକଙ୍କ ମୃତଦେହ ଜବତ ହୋଇଛି। ନୂଆବର୍ଷ ଦିନ ବଣଭୋଜି କରିବାକୁ ଜଙ୍ଗଲକୁ ୪ ଜଣ ସାଙ୍ଗ ଯାଇଥିବା ବେଳେ ଜଣେ ନାବାଳକଙ୍କ ମୁଣ୍ଡବିହୀନ ମୃତଦେହ ଜବତ ହେବା ସାଧାରଣରେ ଆଲୋଡନ ଖେଳାଇ ଦେଇଛି। ମୃତ ନାବାଳକ ଜଣଙ୍କ ହେଉଛନ୍ତି ଟାଗୁରକୋଟା ଗ୍ରାମର ବୁଜି ମିଛୁ (୧୬)।

ମିଳିଥିବା ସୂଚନା ମୁତାବକ, ଗତ ୧ ତାରିଖ ନୂଆବର୍ଷ ଦିନ ଟାଗୁରକୋଟା ଗ୍ରାମର ୪ ସାଙ୍ଗ ଭୋଜି କରିବାକୁ ବାହାରିଥିଲେ। ତେବେ ରାତି ପର୍ଯ୍ୟନ୍ତ ବୁଜି ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡିଥିଲେ। ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପରିବାର ଲୋକେ ପୁଅକୁ ପାଇ ନ ଥିଲେ। ଫଳରେ ପୁଅ ନିଖୋଜ ନେଇ ବାପା କାନା ମୋଟୁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ବୁଜିଙ୍କ ମୁଣ୍ଡବିହୀନ ମୃତଦେହ ଜଙ୍ଗଲରୁ ଜବତ ହୋଇଛି। ମୃତଦେହ ଠାବ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କ ସହ ଭୋଜି କରିବାକୁ ଯାଇଥିବା ପିଲାଙ୍କ ମଧ୍ୟରୁ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ଶୁକ୍ରବାର କୋରାପୁଟରୁ ସାଇଣ୍ଟିଫିକ୍‌ ଟିମ୍‌ ଅଫିସର ସୁଶିଲ ଖରା, ମାଲକାନାଗିରି ଏସ୍‌ଡିପିଓ ଛଚିନ ପଟେଲ ଓ ମୋଟୁ ଆଇଆଇସି ସୁନିଲ ସୁରେନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ କାଲିମେଳା ସ୍ୟାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସମ୍ପୃକ୍ତ ୨ ନାବାଳକ ଫେରାର ଅଛନ୍ତି। ମୋଟୁ ପୋଲିସ ୨୩/୨୪ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି l


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri