ଭୋଜି କରିବାକୁ ଯାଇଥିବା ନାବାଳକଙ୍କ ମିଳିଲା ମୁଣ୍ଡବିହୀନ ମୃତଦେହ : ସାଇଣ୍ଟିଫିକ୍‌ ଟିମ୍‌ର ତନାଘନା, ଜଣେ ଅଟକ

କାଲିମେଳା,୬ା୧(ଜୀବନକୃଷ୍ଣ ଦାସ): ଆଦିବାସୀ ପରମ୍ପରାରେ ଏବେ ମଧ୍ୟ ରହିଛି ଅନ୍ଧବିଶ୍ବାସ। ବିଜ୍ଞାନଯୁଗରେ ମଧ୍ୟ ସେମାନଙ୍କ ଗୁଣିଆ ଉପରେ ରହିଛି ବିଶ୍ବାସ। ରୋଗ ହେଲେ ସେମାନେ ଡାକ୍ତରଖାନା ନ ଯାଇ ଗୁଣିଗାରେଡ଼ିକୁ ପସନ୍ଦ କରୁଛନ୍ତି l ଯଦିଓ ଗୁଣିଆ ରୋଗୀର ଚିକିତ୍ସା କରୁକରୁ ରୋଗୀର ମୃତ୍ୟୁ ହେଲେ ସେ ନିଜ ଦୋଷ ଲୁଚାଇ ଚତୁରତାର ସହ ଖସିଯାଏ। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ମାନ୍ୟବକୋଣ୍ଡା ପଞ୍ଚାୟତ ଟାଗରକୋଟା ଗ୍ରାମରେ । ଏମଭି-୧୨୬ ଜଙ୍ଗଲରେ ଗତ ନୂଆବର୍ଷ ଦିନ ଏକ ହତ୍ୟାକାଣ୍ଡ ଘଟିଛି l ଘଟଣାର ତିନି ଦିନ ପରେ ଗୁରୁବାର ଏକ ମୁଣ୍ଡବିହୀନ ନାବାଳକଙ୍କ ମୃତଦେହ ଜବତ ହୋଇଛି। ନୂଆବର୍ଷ ଦିନ ବଣଭୋଜି କରିବାକୁ ଜଙ୍ଗଲକୁ ୪ ଜଣ ସାଙ୍ଗ ଯାଇଥିବା ବେଳେ ଜଣେ ନାବାଳକଙ୍କ ମୁଣ୍ଡବିହୀନ ମୃତଦେହ ଜବତ ହେବା ସାଧାରଣରେ ଆଲୋଡନ ଖେଳାଇ ଦେଇଛି। ମୃତ ନାବାଳକ ଜଣଙ୍କ ହେଉଛନ୍ତି ଟାଗୁରକୋଟା ଗ୍ରାମର ବୁଜି ମିଛୁ (୧୬)।

ମିଳିଥିବା ସୂଚନା ମୁତାବକ, ଗତ ୧ ତାରିଖ ନୂଆବର୍ଷ ଦିନ ଟାଗୁରକୋଟା ଗ୍ରାମର ୪ ସାଙ୍ଗ ଭୋଜି କରିବାକୁ ବାହାରିଥିଲେ। ତେବେ ରାତି ପର୍ଯ୍ୟନ୍ତ ବୁଜି ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡିଥିଲେ। ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପରିବାର ଲୋକେ ପୁଅକୁ ପାଇ ନ ଥିଲେ। ଫଳରେ ପୁଅ ନିଖୋଜ ନେଇ ବାପା କାନା ମୋଟୁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ବୁଜିଙ୍କ ମୁଣ୍ଡବିହୀନ ମୃତଦେହ ଜଙ୍ଗଲରୁ ଜବତ ହୋଇଛି। ମୃତଦେହ ଠାବ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କ ସହ ଭୋଜି କରିବାକୁ ଯାଇଥିବା ପିଲାଙ୍କ ମଧ୍ୟରୁ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ଶୁକ୍ରବାର କୋରାପୁଟରୁ ସାଇଣ୍ଟିଫିକ୍‌ ଟିମ୍‌ ଅଫିସର ସୁଶିଲ ଖରା, ମାଲକାନାଗିରି ଏସ୍‌ଡିପିଓ ଛଚିନ ପଟେଲ ଓ ମୋଟୁ ଆଇଆଇସି ସୁନିଲ ସୁରେନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ କାଲିମେଳା ସ୍ୟାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସମ୍ପୃକ୍ତ ୨ ନାବାଳକ ଫେରାର ଅଛନ୍ତି। ମୋଟୁ ପୋଲିସ ୨୩/୨୪ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି l


Enter your email to get our daily news in your inbox.

All Right Reserved By Dharitri.Com

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri