ମୁଣ୍ଡ ପାଇଁ ମୁଣ୍ଡବିନ୍ଧା

ଭୁବନେଶ୍ୱର,୬।୨(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା ଥାନାର ଅନ୍ଧାରୁଆ ଦାସପୁର ରାସ୍ତା ପାର୍ଶ୍ୱରୁ ଗୁରୁବାର ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାକୁ ନେଇ ପୋଲିସ ତଦନ୍ତକୁ ଜୋର୍‌ଦାର କରିଛି। ଅପରାଧୀମାନେ ମୁଣ୍ଡକୁ କାଟି ନେଇଯାଇଥିବାରୁ ମହିଳାଙ୍କ ପରିଚୟ ମିଳିପାରୁନି। ଏଥିସହ ଅଭିଯୁକ୍ତଙ୍କୁ ଧରି ଘଟଣାର ପର୍ଦ୍ଦାଫାଶ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏପରିସ୍ଥଳେ ଘଟଣାକୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ମୁଣ୍ଡ ମିଳୁ ନ ଥିବାରୁ ପୋଲିସର ମୁଣ୍ଡବିନ୍ଧା ବଢ଼ିଯାଇଛି। ଘଟଣାପରେ ସନ୍ଧାନୀ କୁକୁର ନିକଟରେ ଥିବା ଓଡିଶା ବାୟୋଟେକ୍‌ ପାର୍କ ଭିତରକୁ ଯାଇଥିଲା। ତେଣୁ ହତ୍ୟା ଘଟଣାର ଖିଅ ଏହିଠାରେ ଲୁଚି ରହିଥିବା ପୋଲିସ ସନ୍ଦେହ କରୁଛି। ତେଣୁ ମୁଣ୍ଡ ସହ ହତ୍ୟାକରୀଙ୍କ ସୁରାକ ପାଇବା ପାଇଁ ଶୁକ୍ରବାର ଅତିରିକ୍ତ ଡିସିପିଙ୍କ ସମେତ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପୁଣିଥରେ ଘଟଣାସ୍ଥଳ ସହ ବାୟୋଟେକ୍‌ ପାର୍କକୁ ଯାଇ ଛାନ୍‌ଭିନ୍‌ କରିଛନ୍ତି। ପାର୍କରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଇଛି। ତେବେ ତଦନ୍ତ ସମୟରେ ସେଠାରେ କାର୍ଯ୍ୟକରୁଥିବା କେତେଜଣ ଶ୍ରମିକ ସନ୍ଦେହ ଘେରକୁ ଆସିବାରୁ ସେମାନେ ରହୁଥିବା ଅସ୍ଥାୟୀ ଘରେ ପୋଲିସ ଯାଞ୍ଚ କରିଥିଲା। ମୃତଦେହ ପଡିଥିବା ସ୍ଥାନରୁ ଜବତ ଛୁରି ଭଳି ଶ୍ରମିକଙ୍କ ଘରୁ ଛୁରି ଥିବା ଦେଖି ପୋଲିସ ତାହାକୁ ଜବତ କରିଛି। ସନ୍ଦେହ ବଢ଼ୁଥିବାରୁ ପୋଲିସ ୭ରୁ ୮ଜଣ ଶ୍ରମିକଙ୍କୁ ଥାନାକୁ ଡାକି ପଚରାଉଚରା କରିଛି।
ଅନ୍ୟପକ୍ଷେ ମୃତ ଯୁବତୀଙ୍କ ପରିଚୟ ତଦନ୍ତ ପାଇଁ ଜରୁରୀ ହୋଇଥିବାରୁ ପୋଲିସ ରାଜ୍ୟର ସମସ୍ତ ଜିଲାକୁ ଯୋଗାଯୋଗ କରିଥିବାବେଳେ ପଡୋଶୀ ରାଜ୍ୟକୁ ମଧ୍ୟ ସୂଚନା ପଠାଇବ। ଇତିମଧ୍ୟରେ ପୁରୀରୁ ୨ଟି ଓ ଭୁବନେଶ୍ୱର ନୟାପଲ୍ଲୀର ଗୋଟିଏ ନିଖୋଜ ରିପୋର୍ଟ ଯାଞ୍ଚ କରାଯାଇଥିଲେ ମଧ୍ୟ ମହିଳାଙ୍କ ସହ ସେପରି କିଛି ସାମଞ୍ଜସ୍ୟ ମିଳିନି। ତେଣୁ ପରିଚୟ ପାଇବା ପାଇଁ ମୃତ ମହିଳା ପିନ୍ଧିଥିବା ଡ୍ରେସ୍‌ ସହ ପୋଷ୍ଟର ତିଆରି କରାଯାଇ ସର୍ବସାଧାରଣ ସ୍ଥାନରେ ଲଗାଯିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।
ସନ୍ଦେହ ବଢାଉଛି ସନ୍ଧାନୀ କୁକୁର
ଘଟଣାଦିନ ସାଇଣ୍ଟିଫିକ୍‌ ଟିମ୍‌, ଡଗ୍‌ ସ୍କ୍ବାଡ୍‌ ଓ କମିଶନରେଟ୍‌ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ଯାଞ୍ଚବେଳେ ସେଠାରୁ ଏକ ଛୁରି, ରକ୍ତ ଲଗା ଗ୍ଲୋଭସ୍‌ ଓ ମୃତ ମହିଳାଙ୍କ କିଛି ପୋଷାକ ପୋଲିସ ଜବତ କରିଥିଲା। ଉକ୍ତ ଛୁରି ଓ ଗ୍ଲୋଭସ୍‌କୁ ସନ୍ଧାନୀ କୁକୁର ଶୁଙ୍ଘିବା ପରେ କିଛି ଦୂରରେ ଥିବା ଓଡିଶା ବାୟୋଟେକ୍‌ ପାର୍କ ଆଡକୁ ଧାଇଁଥିଲା। ଏହା ପରିସର ପାଣି ଟାଙ୍କି ନିକଟରେ ଥିବା ଟ୍ୟାପ୍‌ ପାଖରେ ସନ୍ଧାନୀ କୁକୁର ଦୀର୍ଘ ସମୟ ଧରି ଘୂରି ବୁଲିଥିଲା। ପରେ ମୁଖ୍ୟ ଗେଟ୍‌ ଆଡକୁ ଯାଇଥିଲା। ସନ୍ଧାନୀ କୁକୁର ଯେଉଁ ବାଟ ଦେଇ ପାର୍କ ଭିତରକୁ ପଶିଥିଲା ସେହିପାର୍ଶ୍ୱ ଜଙ୍ଗଲିଆ ହୋଇଥିବାବେଳେ ପାଚେରି ଦୀର୍ଘଦିନ ହେବ ଭାଙ୍ଗିଯାଇଛି। ହତ୍ୟାକାରୀ ସେହି ବାଟଦେଇ ଭିତରକୁ ପଶି ଧୁଆଧୋଇ ହୋଇ ମୁଖ୍ୟ ଗେଟ୍‌ ବାଟେ ଭିତରକୁ ପ୍ରବେଶ କରିଥିବା ପୋଲିସ ସନ୍ଦେହ କରି ତଦନ୍ତକୁ ସେହି ଦିଗରେ ତ୍ୱରାନ୍ବିତ କରୁଛି।

 

ମହିଳା ଗର୍ଭବତୀ ଥିବା ସୂଚନା
ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଥିବାବେଳେ ଏହା ପଛରେ ଆଉ ଏକ ବଡ କାରଣ ଲୁଚି ରହିଥିବା ଜଣାପଡିଛି। ମହିଳାଙ୍କୁ ହତ୍ୟା କରାଯିବାବେଳକୁ ସେ ଗର୍ଭବତୀ ଥିବା ଡାକ୍ତରୀ ମାଇନାରୁ ଜଣାପଡିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏହା ତାଙ୍କ ହତ୍ୟାର କାରଣ ଥିବା ସନ୍ଦେହ କରାଯାଉଛି। ପୋଲିସ ଏଭଳି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri