ମୁଣ୍ଡ ପାଇଁ ମୁଣ୍ଡବିନ୍ଧା

ଭୁବନେଶ୍ୱର,୬।୨(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା ଥାନାର ଅନ୍ଧାରୁଆ ଦାସପୁର ରାସ୍ତା ପାର୍ଶ୍ୱରୁ ଗୁରୁବାର ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାକୁ ନେଇ ପୋଲିସ ତଦନ୍ତକୁ ଜୋର୍‌ଦାର କରିଛି। ଅପରାଧୀମାନେ ମୁଣ୍ଡକୁ କାଟି ନେଇଯାଇଥିବାରୁ ମହିଳାଙ୍କ ପରିଚୟ ମିଳିପାରୁନି। ଏଥିସହ ଅଭିଯୁକ୍ତଙ୍କୁ ଧରି ଘଟଣାର ପର୍ଦ୍ଦାଫାଶ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏପରିସ୍ଥଳେ ଘଟଣାକୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ମୁଣ୍ଡ ମିଳୁ ନ ଥିବାରୁ ପୋଲିସର ମୁଣ୍ଡବିନ୍ଧା ବଢ଼ିଯାଇଛି। ଘଟଣାପରେ ସନ୍ଧାନୀ କୁକୁର ନିକଟରେ ଥିବା ଓଡିଶା ବାୟୋଟେକ୍‌ ପାର୍କ ଭିତରକୁ ଯାଇଥିଲା। ତେଣୁ ହତ୍ୟା ଘଟଣାର ଖିଅ ଏହିଠାରେ ଲୁଚି ରହିଥିବା ପୋଲିସ ସନ୍ଦେହ କରୁଛି। ତେଣୁ ମୁଣ୍ଡ ସହ ହତ୍ୟାକରୀଙ୍କ ସୁରାକ ପାଇବା ପାଇଁ ଶୁକ୍ରବାର ଅତିରିକ୍ତ ଡିସିପିଙ୍କ ସମେତ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପୁଣିଥରେ ଘଟଣାସ୍ଥଳ ସହ ବାୟୋଟେକ୍‌ ପାର୍କକୁ ଯାଇ ଛାନ୍‌ଭିନ୍‌ କରିଛନ୍ତି। ପାର୍କରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଇଛି। ତେବେ ତଦନ୍ତ ସମୟରେ ସେଠାରେ କାର୍ଯ୍ୟକରୁଥିବା କେତେଜଣ ଶ୍ରମିକ ସନ୍ଦେହ ଘେରକୁ ଆସିବାରୁ ସେମାନେ ରହୁଥିବା ଅସ୍ଥାୟୀ ଘରେ ପୋଲିସ ଯାଞ୍ଚ କରିଥିଲା। ମୃତଦେହ ପଡିଥିବା ସ୍ଥାନରୁ ଜବତ ଛୁରି ଭଳି ଶ୍ରମିକଙ୍କ ଘରୁ ଛୁରି ଥିବା ଦେଖି ପୋଲିସ ତାହାକୁ ଜବତ କରିଛି। ସନ୍ଦେହ ବଢ଼ୁଥିବାରୁ ପୋଲିସ ୭ରୁ ୮ଜଣ ଶ୍ରମିକଙ୍କୁ ଥାନାକୁ ଡାକି ପଚରାଉଚରା କରିଛି।
ଅନ୍ୟପକ୍ଷେ ମୃତ ଯୁବତୀଙ୍କ ପରିଚୟ ତଦନ୍ତ ପାଇଁ ଜରୁରୀ ହୋଇଥିବାରୁ ପୋଲିସ ରାଜ୍ୟର ସମସ୍ତ ଜିଲାକୁ ଯୋଗାଯୋଗ କରିଥିବାବେଳେ ପଡୋଶୀ ରାଜ୍ୟକୁ ମଧ୍ୟ ସୂଚନା ପଠାଇବ। ଇତିମଧ୍ୟରେ ପୁରୀରୁ ୨ଟି ଓ ଭୁବନେଶ୍ୱର ନୟାପଲ୍ଲୀର ଗୋଟିଏ ନିଖୋଜ ରିପୋର୍ଟ ଯାଞ୍ଚ କରାଯାଇଥିଲେ ମଧ୍ୟ ମହିଳାଙ୍କ ସହ ସେପରି କିଛି ସାମଞ୍ଜସ୍ୟ ମିଳିନି। ତେଣୁ ପରିଚୟ ପାଇବା ପାଇଁ ମୃତ ମହିଳା ପିନ୍ଧିଥିବା ଡ୍ରେସ୍‌ ସହ ପୋଷ୍ଟର ତିଆରି କରାଯାଇ ସର୍ବସାଧାରଣ ସ୍ଥାନରେ ଲଗାଯିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।
ସନ୍ଦେହ ବଢାଉଛି ସନ୍ଧାନୀ କୁକୁର
ଘଟଣାଦିନ ସାଇଣ୍ଟିଫିକ୍‌ ଟିମ୍‌, ଡଗ୍‌ ସ୍କ୍ବାଡ୍‌ ଓ କମିଶନରେଟ୍‌ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ଯାଞ୍ଚବେଳେ ସେଠାରୁ ଏକ ଛୁରି, ରକ୍ତ ଲଗା ଗ୍ଲୋଭସ୍‌ ଓ ମୃତ ମହିଳାଙ୍କ କିଛି ପୋଷାକ ପୋଲିସ ଜବତ କରିଥିଲା। ଉକ୍ତ ଛୁରି ଓ ଗ୍ଲୋଭସ୍‌କୁ ସନ୍ଧାନୀ କୁକୁର ଶୁଙ୍ଘିବା ପରେ କିଛି ଦୂରରେ ଥିବା ଓଡିଶା ବାୟୋଟେକ୍‌ ପାର୍କ ଆଡକୁ ଧାଇଁଥିଲା। ଏହା ପରିସର ପାଣି ଟାଙ୍କି ନିକଟରେ ଥିବା ଟ୍ୟାପ୍‌ ପାଖରେ ସନ୍ଧାନୀ କୁକୁର ଦୀର୍ଘ ସମୟ ଧରି ଘୂରି ବୁଲିଥିଲା। ପରେ ମୁଖ୍ୟ ଗେଟ୍‌ ଆଡକୁ ଯାଇଥିଲା। ସନ୍ଧାନୀ କୁକୁର ଯେଉଁ ବାଟ ଦେଇ ପାର୍କ ଭିତରକୁ ପଶିଥିଲା ସେହିପାର୍ଶ୍ୱ ଜଙ୍ଗଲିଆ ହୋଇଥିବାବେଳେ ପାଚେରି ଦୀର୍ଘଦିନ ହେବ ଭାଙ୍ଗିଯାଇଛି। ହତ୍ୟାକାରୀ ସେହି ବାଟଦେଇ ଭିତରକୁ ପଶି ଧୁଆଧୋଇ ହୋଇ ମୁଖ୍ୟ ଗେଟ୍‌ ବାଟେ ଭିତରକୁ ପ୍ରବେଶ କରିଥିବା ପୋଲିସ ସନ୍ଦେହ କରି ତଦନ୍ତକୁ ସେହି ଦିଗରେ ତ୍ୱରାନ୍ବିତ କରୁଛି।

 

ମହିଳା ଗର୍ଭବତୀ ଥିବା ସୂଚନା
ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଥିବାବେଳେ ଏହା ପଛରେ ଆଉ ଏକ ବଡ କାରଣ ଲୁଚି ରହିଥିବା ଜଣାପଡିଛି। ମହିଳାଙ୍କୁ ହତ୍ୟା କରାଯିବାବେଳକୁ ସେ ଗର୍ଭବତୀ ଥିବା ଡାକ୍ତରୀ ମାଇନାରୁ ଜଣାପଡିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏହା ତାଙ୍କ ହତ୍ୟାର କାରଣ ଥିବା ସନ୍ଦେହ କରାଯାଉଛି। ପୋଲିସ ଏଭଳି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri