ହ୍ବାଇଟ୍‌ ହାଉସ୍‌ର ଭାରତ ଆଭିମୁଖ୍ୟ

ଭାରତ ତା’ ପ୍ରତିରକ୍ଷା ସରଞ୍ଜାମ ଆମଦାନୀ କରିବାକୁ ୨୦୦୮ରୁ ଏଯାବତ୍‌ ୨୦ ବିଲିଅନ ଡଲାରରୁ ଊର୍ଦ୍ଧ୍ୱ ଚୁକ୍ତି କରିଥିବା ବେଳେ ଏବେ ବଜାର ବଦଳାଇ ଆମେରିକା ଅପେକ୍ଷା ରୁଷିଆ, ଫ୍ରାନ୍ସ ଓ ଇସ୍ରାଏଲ ଉପରେ ଅଧିକ ନିର୍ଭର କରିବା କଷ୍ଟ ହେଉଛି ଆମେରିକାକୁ l ଟ୍ରମ୍ପ ପ୍ରଶାସନର ସଦ୍ୟ ଟାରିଫ ଯୁଦ୍ଧ ଅର୍ଥନୈତିକ କାର୍ଯ୍ୟକାରିତାକୁ କମ୍‌ ଗୁରୁତ୍ୱ ରଖେ ଯେହେତୁ ଏହା ବେଶି ମାତ୍ରାରେ ଭୌଗୋଳିକ-ରାଜନୈତିକ ସମ୍ପର୍କିତ l ‘ଆମେରିକାକୁ ଅଗ୍ରାଧିକାର’ କଥାଟି ଭାରତୀୟ ଅର୍ଥନୀତିକୁ କ୍ଷତି ପହଞ୍ଚାଇବା ପୂର୍ବାନୁମାନ କଲେଣି ବିଶ୍ୱର ଅର୍ଥନୀତିଜ୍ଞମାନେ। ସେହି ଦୃଷ୍ଟିରୁ ଟାରିଫ ବିରୋଧରେ ଟାରିଫ ଯାହାକୁ ଟ୍ରମ୍ପ ଦ୍ରବ୍ୟ ବିନିମୟ ଟାରିଫ ବା ‘ରେସିପ୍ରୋକାଲ ଡ୍ୟୁଟି’ କହୁଛନ୍ତି। ତା’ର ନୂଆ ସଂଜ୍ଞା ଦ୍ବିପାକ୍ଷିକ ସହମତିରେ ବାହାର କରିବା କଥା l ଭାରତକୁ ବଡ଼ ଟାରିଫ ଅପବ୍ୟବହାରକାରୀ ରାଷ୍ଟ୍ର କହି ଟ୍ରମ୍ପ ଚାହିଁଲେ ବିଧାମାରି ପଣସ ପଚାଇବେ l ମିଠାକଥା କହିଲେ, ବସିବାକୁ ଚୌକି ଦେଇ ଆମେରିକାର ୨ଶହ ବିଲିୟନ ଡଲାର ଅଧିକ ଦ୍ରବ୍ୟ କିଣିବାକୁ ଭାରତକୁ ବାଧ୍ୟ କଲେ l ଭାରତୀୟ ଦ୍ରବ୍ୟ ଉପରେ ଅଧିକ ୨୫ ପ୍ରତିଶତ ଟାରିଫ ଲଗାଇଦେଲେ, ଯାହାର ଫଳସ୍ବରୂପ ଭାରତ ତା’ର ଉତ୍ପାଦ ଉପରେ ଅଧିକ ଦର ଲଗାଇବ ଆଗାମୀ ଦିନରେ l
ଆମେରିକା ବାଂଲାଦେଶକୁ ୨୯ ମିଲିୟନ ଆମେରିକୀୟ ଡଲାର ସହାୟତା ବନ୍ଦକରି କହିଲା, ୟୁଏସ୍‌ ଏଡ୍‌ ସହାୟତା କାଳେ ବାଂଲାଦେଶର ରାଜନୈତିକ ସ୍ଥିରତା ଆଣିବା ଉଦ୍ଦେଶ୍ୟରେ ଦିଆଯାଇଥିଲା ଏବଂ ଏହି ଧନରାଶି କରଦାତାଙ୍କ ଅର୍ଥ ହୋଇଥିବାରୁ ବନ୍ଦ କରାଗଲା l ଏକଥା କହିବାର ୪ଦିନ ପରେ ଏଲନ୍‌ ମସ୍କଙ୍କ ମାଧ୍ୟମରେ ବାଂଲାଦେଶକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ବ୍ୟବସାୟ ଆରମ୍ଭ କରିବାକୁ ନିମନ୍ତ୍ରଣ ଦେବା ୱାଶିଂଟନ ପ୍ରଶାସନର ଦୋମୁହଁା ନୀତି। ଷ୍ଟାରଲିଙ୍କ୍‌କୁ ବାଂଲାଦେଶ ଆସିବାକୁ ନିମନ୍ତ୍ରଣ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ବାଇଡେନ୍‌ ଏବଂ ବିଲ୍‌ କ୍ଲିଣ୍ଟନଙ୍କ ନିକଟତର ଯୁନୁସ୍‌ଙ୍କ ବ୍ୟବସାୟ ଭାରତ ଅପେକ୍ଷା ଆମେରିକା ସହ ଅଧିକ ହେବା ଚାହାନ୍ତି ଟ୍ରମ୍ପ। ଭାରତ-ବାଂଲା ସମ୍ପର୍କରେ ସୁଧାର ଆସିବା ପ୍ରଶ୍ନରେ ଏହାକୁ ମୋଦିଙ୍କ ଉପରେ ଛାଡ଼ି ଦେଇଥିବା କହି ପୁରୁଣା ସମ୍ପର୍କ ୨୦୨୦ର ‘ହାଓଡି ମୋଦି’ କୋଳାକୋଳିରେ ବିଶ୍ୱସନୀୟତା ହରାଇଛନ୍ତି ଟ୍ରମ୍ପ। ଅପରପକ୍ଷରେ, ମସ୍କଙ୍କ ନେତୃତ୍ୱାଧୀନ ବିଭାଗ ‘ଏକ୍ସ’ରେ ପାଣ୍ଠି ୨୧ ନିୟୁତ ଡଲାର ସାଧାରଣ ନିର୍ବାଚନ ଜରିଆରେ ଲୋକମତକୁ ଦୁର୍ବଳ କରିବା ପାଇଁ ଉଦ୍ଦିଷ୍ଟ ଥିବା କଥା ଭାରତ ବିରୋଧୀ ଜର୍ଜ ସୋରୋସଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି l
ବଙ୍ଗୋପସାଗରର ଉତ୍ତର-ପୂର୍ବ ତଥା ବାଂଲାଦେଶ ଦକ୍ଷିଣରୁ କୋକ୍ସବଜାର-ଟେକ୍‌ନାଫ ପେନିନ୍‌ସୁଲାର ୯ କି.ମି. ଆଉ ମ୍ୟାନ୍‌ମାର ଉତ୍ତର-ପଶ୍ଚିମରେ ୮ କି.ମି. ଦୂରରେ ଅବସ୍ଥିତ ସେଣ୍ଟ ମାର୍ଟିନ ଦ୍ବୀପ ଆମେରିକାକୁ ଦେଇ ବାଂଲାଦେଶର କେତେଜଣ ରକ୍ଷଣଶୀଳ ଛାତ୍ରନେତା ମୌଳବାଦୀ ହେବା ଆମେରିକା ପାଇଁ ୨ଗୁଣା ଖୁସି l ପାକିସ୍ତାନରୁ ମୌଳବାଦୀଙ୍କୁ ଆଣି ଭାରତ ବିରୋଧରେ ଛିଡ଼ା କରାଇବା ଆଉ ଆମେରିକା ଓ ଚାଇନାଠାରୁ ଆଧୁନିକ ଯୁଦ୍ଧ ସରଞ୍ଜାମ କିଣିଲେ ବାଂଲାଦେଶ ଅର୍ଥନୀତିରେ ବ୍ୟାପକ କ୍ଷତି ହେବ ଜାଣି ମଧ୍ୟ ଆମେରିକା ବେପରୁଆ। ପ୍ରଶସ୍ତ ଗହମ, ସୂର୍ଯ୍ୟମୁଖୀ କ୍ଷେତ, ଗଚ୍ଛିତ ୟୁରାନିୟମ ଆଉ ବିଶ୍ୱର ବୃହତ୍‌ ଝାପରଝିଆ ପରମାଣୁ କେନ୍ଦ୍ରକୁ ଜିଭ ବୁଲାଇ ଆମେରିକା କେମିତି ୟୁକ୍ରେନ୍‌ ବରବାଦରେ ପ୍ରମୁଖ ଅଂଶୀଦାର ହେଲା ଦେଖିଲେ। ୟୁକ୍ରେନ୍‌ ଯେତେଦିନ ଯୁଦ୍ଧ କରିବ ରୁଷିଆର ଆର୍ଥିକ ଦୁର୍ଗତି ବଢ଼ିବ l ଯୁକ୍ରେନ୍‌ ହାତ ଟେକିଲେ ଆମେରିକା ବାକି ଇଲାକାର ମାଲିକ ହୋଇଯିବ l ବ୍ରିକ୍ସ ଦେଶକୁ ନେଇ ଭାରତର ଗୁରୁତ୍ୱ ନ ବଢୁ ଆଉ ରୁଷିଆରୁ କମ୍‌ ଦରରେ ଅଶୋଧିତ ତୈଳ କିଣିବା ଅପେକ୍ଷା ଆମେରିକାର ତୈଳଭଣ୍ଡାର ଖାଲିକରୁ ଏହା ଟ୍ରମ୍ପ ପ୍ରଶାସନର କୂଟନୀତି l
ଭାରତୀୟ ରପ୍ତାନି ସାମଗ୍ରୀରେ ଶହେ ପ୍ରତିଶତ ଟାରିଫ ଧମକ ପରେ ଆମେରିକାରୁ ଅଧିକ ଆଲୁମିନିଅମ କିଣିବା ଜିଦ୍‌ରେ ମୋଦିଙ୍କୁ ଦସ୍ତଖତ କରାଇନେବା ଟ୍ରମ୍ପଙ୍କ ଭାରତ ଉପରେ ବାଣିଜ୍ୟ ବିଜୟର ଦିନ ଥିଲା l ଆମେ ଦେଖିଛୁ ବାଇଡେନ୍‌ ପ୍ରଶାସନ ସମୟରେ ମହମ୍ମଦ ୟୁନୁସ, ଜୁନିୟର ସୋରୋସଙ୍କୁ ଭେଟିଥିଲେ। ଭାରତକୁ ଅସ୍ଥିର କରୁଥିବା ଚାଇନା ବିରୋଧରେ ନା କେବେ ୟୁରୋପୀୟ ସଂଘ ନିନ୍ଦା କରିଛି ନା ଚାଇନାକୁ ସୁଶିକ୍ଷା ଦେଇଛି l ଏବେ ମାନବିକ ଆଧାରିତ ଧାରା-୧ (ମିଳିତ ଦାୟିତ୍ୱ), ଧାରା-୨ (ସାର୍ବଭୌମ ସମାନତା) ଏବଂ ଧାରା-୫୫ (ମାନବାଧିକାର) ଅନୁଯାୟୀ ନିରାପତ୍ତା ପରିଷଦ ସଦସ୍ୟମାନେ ମୌଳିକ ସ୍ବାଧୀନତା ସୁରକ୍ଷା କଥାଟି ମାରିଦେଇଛନ୍ତି ଯେମିତି ମଧ୍ୟପ୍ରାଚ୍ୟର ଗାଜାଷ୍ଟ୍ରିପ୍‌ରେ ଆଉ ଦକ୍ଷିଣ ଏସୀୟ ଦେଶ ବାଂଲାଦେଶରେ l ସେଖ୍‌ ହାସିନାଙ୍କ ପରେ ଭାରତ ରାଜନୈତିକ ବ୍ୟବସ୍ଥାକୁ ଅସ୍ଥିର କରିବା ପ୍ରୟାସ ଅନ୍ତତଃ ଜୁନିୟର ସୋରୋସଙ୍କ କଥାରୁ ସ୍ପଷ୍ଟ ହୋଇଛି l
ଶ୍ରୀଲଙ୍କାର ଆନ୍ତର୍ଜାତିକ ଋଣ ୩୪.୮ ବିଲିଅନ ଆମେରିକା ଡଲାର ଛୁଇଁବାରେ ବର୍ଷ ୨୦୨୦ରେ ମୋଦି ସରକାର ମାନବିକ ଆଧାରରେ ଔଷଧ, ଚାଉଳ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦେଇ ଦେଶର ଖରାପ ବେଳରେ ବନ୍ଧୁତାର ହାତ ବଢ଼ାଇଥିଲେ l ଦକ୍ଷିଣ ଏସିଆର ୨ ପାରମ୍ପରିକ ଶତ୍ରୁ ରାଷ୍ଟ୍ରଙ୍କୁ ଏହା ବାଧିଥାଇପାରେ l ହେଲେ ନିଜର ଧନମାନର ଗୁଣ ଗାଉଥିବା ମାର୍କିନ ରକ୍ତରେ ଏହା ବିଷମୟ ହେବା ବି ନୁହେଁ l ଭାରତ, ଆଫଗାନିସ୍ତାନ ପୁନର୍ଗଠନ କାର୍ଯ୍ୟକ୍ରମ ପାଇଁ ବାର୍ଷିକ ୨ଲକ୍ଷ ଆମେରିକୀୟ ଡଲାର ବିଶ୍ୱବ୍ୟାଙ୍କ ଜରିଆରେ ଦେବାରେ ପାକିସ୍ତାନର ଅସହିଷ୍ଣୁତା ଯେତିକି ତାହା ଅପେକ୍ଷା ଅଧିକ ହେଉଛି ଆମେରିକାର l
ନିଜ ୧ ବିଲିୟନ ଡଲାର ଗୋଳା, କମାଣ, ଟ୍ୟାଙ୍କ ଆଉ ଜାହାଜ ଛାଡ଼ି ଦେଶରୁ ରାତିଅଧିଆ ପଳାୟନ କରିଥିବା ଆମେରିକା କେମିତି ଚାହିଁବ ଭାରତ-ଆଫଗାନିସ୍ତାନ ସମ୍ପର୍କ ଭଲ ରହୁ ଆଉ ଭାରତ ଉପମହାଦେଶରେ ଶାନ୍ତି ବିରାଜୁ!
ଜାତିସଂଘ ମାନବ ଅଧିକାର ସନନ୍ଦ ଧାରା-୧, ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ନେଇ ଆମେରିକା ତୁଣ୍ଡ ଖୋଲିଲା ନାହିଁ l ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ଭାରତର ନଦୀଜଳ, ଅପେକ୍ଷାକୃତ କମ୍‌ ବ୍ୟୟର ଚିକିତ୍ସା ଆଉ ବ୍ୟବସାୟିକ ଫାଇଦା ପାଇଁ ନିର୍ଭରଯୋଗ୍ୟ ବିକଳ୍ପ ପଡ଼ୋଶୀ ଚାଇନା କିମ୍ବା ନେପାଳ ନୁହନ୍ତି, ଏ କଥା ଆମେରିକା ଜାଣେ l ପଞ୍ଚମ ପିଢ଼ିର ତଥା ସଫ୍ଟୱେର ତ୍ରୁଟିଥିବା ଏଫ୍‌-୩୫ ବିମାନ ଭାରତକୁ ବିକି ଗୋଦାମ ଖାଲିକରିବା ଆଉ ଆଗାମୀ ଦିନରେ ବାଂଲାଦେଶକୁ ଫୋପଡ଼ା ଯୋଗ୍ୟ କ୍ଷେପଣାସ୍ତ୍ର, ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବିକି ନିଜ ଭଣ୍ଡାରରେ ବୈଦେଶିକ ମୁଦ୍ରା ବଢ଼ାଇବା ଲକ୍ଷ୍ୟରେ ରହିଛି ଆମେରିକା। ଚାଇନାକୁ ହଟାଇ ନେପାଳ ଓ ବାଂଲାଦେଶରେ ବଜାର ବଢ଼ାଇବା ‘ଆମେରିକା ଫାଷ୍ଟ’ର ଚାଲ୍‌ l ୨୦୪୭ ବେଳକୁ ଦୁନିଆର ବିଶାଳ ଅର୍ଥନୀତି ଆଡ଼କୁ ଗତିକରୁଥିବା ଭାରତର ବିକାଶ ପଥରେ ପଡ଼ୋଶୀ ରାଷ୍ଟ୍ରଦ୍ବୟଙ୍କୁ ଛିଡ଼ାକରାଇ ଗୋଟେ ଗୁଳିରେ ଦୁଇ ଶିକାର ଟ୍ରମ୍ପଙ୍କ ଲକ୍ଷ୍ୟ ଜଣାପଡୁଛି। ପାକିସ୍ତାନକୁ ପରମାଣୁ ଇନ୍ଧନ ବିକି ଧନ କମାଇଥିବା ଆମେରିକାର ସ୍ଥାନ ଚାଇନା ନେବାରେ ଆମେରିକା ନୂଆ ବ୍ୟବସାୟ ପେଣ୍ଠ ଖୋଜୁଥିଲା l ବ୍ରିକ୍ସ ଦେଶର ଏକାଠି ହେବାକୁ ନିରାପଦ ମନେକରୁ ନ ଥିବା ଆମେରିକା ଚାହେଁ ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ ସ୍ବର୍ଗ ଉଚ୍ଚା ହୋଇଯାଉ।
ଡାକବଙ୍ଗଳା ଛକ,
ପୁରୁଣା ଭୁବନେଶ୍ୱର
ମୋ: ୮୨୪୯୮୨୭୧୪୮


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri