ଧାନ ବିକ୍ରି ଟଙ୍କା ଧରି ଘରକୁ ଫେରୁଥିଲେ: ବାଟରୁ ଲୁଟିନେଲେ ଦୁର୍ବୃତ୍ତ

କୋକସରା,୨୦ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)- କଳାହାଣ୍ଡି ଜିଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଲଟାପଡା ଗ୍ରାମର ଚାଷୀ ଉପେନ୍ଦ୍ର ରୋତି ଗୁରୁବାର କୋକସରା ଷ୍ଟେଟ ବ୍ୟାଙ୍କରୁ ଧାନ ଫସଲ ବିକ୍ରି ବାବଦରେ ୨୫ ହଜାର ଟଙ୍କା ଉଠାଇ ବାଇକ୍‌ରେ ଘରକୁ ଯାଉଥିଲେ। ହେଲେ କୋକସରା-ଝରିଆଗୁଡା ରାସ୍ତାରେ ତିନିଜଣ ଦୁର୍ବୃତ୍ତ ବାଇକ୍‌ ଅଟକାଇ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୨୫ ହଜାର ସହ ବାଇକ୍‌ ଚାବି ନେଇ ଫେରାର ହୋଇଯାଇଥିଲେ।

ଉପେନ୍ଦ୍ର ପାଟି କରିବାରୁ କେତେଜଣ ଲୋକ ପହଞ୍ଚିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର ପାଇ ନ ଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାପଡିଛି। ପୋଲିସ ପ୍ରଶାସନ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ସତର୍କ ଦୃଷ୍ଟି ଦେବା ସହ ଅଞ୍ଚଳରେ ବୃଦ୍ଧି ପାଉଥିବା ଆପରାଧିକ କାର୍ଯ୍ୟକଳାପ ରୋକିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ପୋଲିସକୁ ଧରିଲା ଅସଲି ପୋଲିସ: ଓଡ଼ିଶା ପୋଲିସ ଲେଖାଥିବା ଡ୍ରେସ୍ ପିନ୍ଧି…

ଅତାବିରା,୧୬ା୩(ଯୁଧିଷ୍ଠିର ମହାପାତ୍ର):ଅତାବିରା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ରବିବାର ନକଲି ପୋଲିସ ଭାବରେ ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଗିରଫ ନକଲି…

ଡେପୁଟେସନ ନୁହେଁ, ସ୍ଥାୟୀ ଶିକ୍ଷକ ଦରକାର: ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୧୬।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସୃଷ୍ଟି ହୋଇଥିବା…

Video: ଡ୍ରୋନ ଆକ୍ରମଣରେ ହୁତୁହୁତୁ ହୋଇ ଜଳିଲା ଦୁବାଇ ବିମାନ ବନ୍ଦର, ସମସ୍ତ ଉଡାଣ ବାତିଲ

ଦୁବାଇ,୧୬।୩: ସୋମବାର ସକାଳେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ଜୋରଦାର ବିସ୍ଫୋରଣ ପରେ ଦୁବାଇରେ ଆତଙ୍କ ଖେଳିଗଲା, ଯାହା ଏକ ଡ୍ରୋନ ଦୁର୍ଘଟଣା ଯୋଗୁ ହୋଇଥିଲା…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା: ଥୁଆମୂଳ ରାମପୁର CHCରେ ଅବ୍ୟବସ୍ଥାର ଚିତ୍ର

ଥୁଆମୂଳ ରାମପୁର, ୧୬।୩:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତ୍ୟନ୍ତ ଦୁର୍ଗମ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ଏବେ ଅବ୍ୟବସ୍ଥାର ବଳୟରେ। ମେଡିକାଲ ସମ୍ମୁଖର ସୂଚନା…

ଚଳିତ ସିଜନରେ CSK ପାଇଁ ଡେବ୍ୟୁ କରିବେ ସାମସନ-ସରଫରାଜଙ୍କ ପରି ଦମଦାର ଖେଳାଳି, ବଢିଲାଣି ବିପକ୍ଷର ଟେନସନ

ନୂଆଦିଲ୍ଲୀ,୧୬।୩: ୨୦୨୬ ଆଇପିଏଲ ସିଜିନ ପୂର୍ବରୁ, ଚେନ୍ନାଇ ସୁପର କିଙ୍ଗସ ସେମାନଙ୍କର ଦଳକୁ ଆହୁରି ମଜବୁତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଏଥର, ଦଳ…

ଅଲିଭ ରିଡଲେଙ୍କ ଅଣ୍ଡାଦାନ ପର୍ବ ଆରମ୍ଭ: ୧୦ ହଜାର କଇଁଛଙ୍କ ଗଣ ଅଣ୍ଡାଦାନ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ କଇଁଚଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଅଲିଭ…

ଝଡ଼ବର୍ଷା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର: ଏହି ଜିଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୧୬ା୩ (ବନ୍ଦନା ସେଠୀ):ରାଜ୍ୟରେ କିଛିଦିନ ହେବ ଜାରି ରହିଥିବା ଖରା ଓ ଗରମରେ ବ୍ରେକ୍‌ ଲାଗିଛି। ଝଡ଼ବର୍ଷା ଯୋଗୁ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ…

ଦିଲ୍ଲୀ ଘର ଠିକଣା: ନୂଆ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର, ୧୬।୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ଲାଗି ସବୁ ଦଳ ନିଜ ବିଧାୟକମାନଙ୍କୁ ଗୋଠକରି ରଖିବାକୁ ସମସ୍ତ ଉଦ୍ୟମ ଚଳାଇଛନ୍ତି। ମାତ୍ର ବିରୋଧୀ ଦଳ ବିଜେଡି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri