ସିସିଟିଭି ଖୋଲି ନେଇ ପଶିଲେ ବ୍ୟାଙ୍କରେ

ଲୋଇସିଂହା,୧।୮(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା ଲୋସିଂହା ଥାନା ଆଗଲପୁର ବ୍ଲକ ରାମପୁରସ୍ଥିତ ଆଇଡିବିଆଇ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି। ବ୍ୟାଙ୍କ କର୍ମଚରୀ ସୋମବାର ବ୍ୟାଙ୍କକୁ ଆସି ବିଦ୍ୟୁତ୍‌ ସରବରାହ କଟିଯାଇଥିବା ଏବଂ ଅଫିସ ଝରକା ଗ୍ରିଲ୍‌ କଟା ହୋଇଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ଶାଖା ପରିଚାଳକଙ୍କୁ ସୂଚନା ଦେଇଥିଲେ । ଖବର ପାଇ ଶାଖା ପରିଚାଳକ ରଶ୍ମୀ କଣ୍ଟା ସ୍ଥାନୀୟ ପୋଲିସ ଜଣାଇ ଥିଲେ। ସାଇଣ୍ଟିଫିକ ଟିମ୍‌ ସହ ପୋଲିସ ବ୍ୟାଙ୍କରେ ପହଞ୍ଚି ତାଲା ଖୋଲିଥିଲେ। ପୋଲିସ ତଦନ୍ତ ବେଳେ ବ୍ୟାଙ୍କ ପରିସରରେ ଲାଗିଥିବା ସିସି କ୍ୟାମେରା ଖୋଲି ନେଇଥିବା ଜାଣିବାକୁ ପାଇଥିଲେ। ଏପରିକି ଦୁର୍ବୃତ୍ତ ଲକର ତାଡ଼ିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଶାଖା ପରିଚାଳକ ରଶ୍ମି କଣ୍ଟା କହିଛନ୍ତି।