ଛଟେଇ ପରେ ହାରିଲେ ଜୀବନ

ଢେଙ୍କାନାଳ ଅଫିସ, ୪।୧୨-ପେଟପାଟଣା କଥା ବୁଝୁଥିଲା ଠିକା ଚାକିରି। କଷ୍ଟେମଷ୍ଟେ ଚଳିଯାଉଥିଲା ପରିବାର। ଚାକିରିରୁ ଛଟେଇ ପରେ ମାଡ଼ିବସିଲା ଚିନ୍ତା। ଅସହ୍ୟ ହେଲା ଆର୍ଥିକ ଅନଟନ। କରୋନା କାଳରେ ଆର୍ଥିକ ଦୂରାବସ୍ଥା ସାଙ୍ଗକୁ ମାନସିକ ଚାପ ସହି ନ ପାରି ଶେଷରେ ହାରିଦେଲେ ଜୀବନ। ଢେଙ୍କାନାଳ ଜିଲା ଯୋଜନା, ସମନ୍ବୟ ଏବଂ ପର୍ଯ୍ୟବେକ୍ଷଣ ବିଭାଗର ଛଟେଇ କର୍ମଚାରୀ ସୂର୍ଯ୍ୟକାନ୍ତ ସ୍ବାଇଁ (୩୨)ଙ୍କ ଆତ୍ମହତ୍ୟା ପଛରେ ଏପରି କିଛି ଦୁଃଖଦ କାହାଣୀ ଥିବା ଜଣାପଡ଼ିଛି। ଶୁକ୍ରବାର ତାଙ୍କ ମୃତଦେହ ଶାଢ଼ିରେ ଝୁଲୁଥିବା ଅବସ୍ଥାରେ କାର୍ଯ୍ୟାଳୟ ନିକଟ ସରକାରୀ ବାସଭବନରୁ ଜବତ କରାଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂର୍ଯ୍ୟକାନ୍ତଙ୍କ ଘର ପରଜଙ୍ଗ ବ୍ଲକର ପଥରଖମ୍ବରେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ସୂର୍ଯ୍ୟକାନ୍ତ ଆଉଟ୍‌ ସୋର୍ସିଂ ଭାବେ ୨୦୦୭ରୁ ଜିଲା ଯୋଜନା, ସମନ୍ବୟ ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟରେ ୪ର୍ଥ ଶ୍ରେଣୀ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। କୋଭିଡ୍‌-୧୯ ସମୟରେ ଫେବୃୟାରୀରେ ତାଙ୍କୁ ଛଟେଇ କରାଯାଇଥିଲା। ଏହାପରେ ସେ ମାନସିକ ଚିନ୍ତାଗ୍ରସ୍ତ ହୋଇ ସପରିବାର ସରକାରୀ ବାସଭବନରେ ରହୁଥିଲେ। ସ୍ତ୍ରୀ ପ୍ରଭାତୀ ୨ ଝିଅପୁଅଙ୍କ ସହ ସଦର ବ୍ଲକ ଚାଉଳିଆ ଖମାରସ୍ଥିତ ବାପ ଘରକୁ ବଡ଼ଓଷା କରିବାକୁ ଯାଇଥିଲେ। ସୂର୍ଯ୍ୟକାନ୍ତ ଏକାକୀ ଘରେ ରହୁଥିଲେ। ୨ଦିନ ହେଲା ସ୍ତ୍ରୀଙ୍କ ଫୋନ୍‌ ସେ ଉଠାଉ ନ ଥିଲେ। ପ୍ରଭାତୀ ଏ ସଂକ୍ରାନ୍ତରେ ଦିଅର ଶେଷଦେବଙ୍କୁ ଜଣାଇଥିଲେ। ଘର କବାଟ ବାଡ଼େଇବା ପରେ କେହି ନ ଖୋଲିବାରୁ ଶେଷଦେବ ଟାଉନ ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ କବାଟ ଖୋଲିଥିଲା। ଏହି ସମୟରେ ସୂର୍ଯ୍ୟକାନ୍ତଙ୍କ ମୃତଦେହ ଝରକା ରଡ୍‌ରେ ଲୁଗାରେ ଝୁଲୁଥିଲା। ପୋଲିସ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଏ ସଂକ୍ରାନ୍ତରେ ଟାଉନ ଥାନାରେ ନଂ. ୫୬/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

ଗଡ଼ମଧୁପୁରରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଲେ

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ...

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭୁବନେଶ୍ବର,୩୦।୧୨: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ  କରିଛି । ବେଆଇନ ସମ୍ପତ୍ତି...

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ

ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...

ଟିପିଡବ୍ଲୁଓଡିଏଲ୍‌ର ଗ୍ରାହକ ମାରଣ ନୀତିର ପ୍ରତିବାଦ, କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବାରକୋଟ,୩୦|୧୨(ଶଶାଙ୍କ ଶେଖର ଝାଙ୍କର): ଟିପିଡବ୍ଲୁଓଡିଏଲ୍ (ବିଦ୍ୟୁତ ବିଭାଗ)ର ଗ୍ରାହକ ମାରଣ ନୀତିର ତୀବ୍ର ବିରୋଧ କରି ଦେବଗଡ ଜିଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ...

ଖୁସିଖବର: କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର,୩୦।୧୨(ସୌମ୍ୟରଞ୍ଜନ ରାଉତ):ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହେବ। ସ୍ବଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ସାମ୍ପ୍ରତିକ ଭାରତକୁ...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri