Posted inଫୁରସତ

ଛୁଟି କଟାଇବାକୁ ଯାଇ ହରାଇଲେ ଗୋଡ଼

ଏଡିନବର୍ଗ: ବେଳେବେଳେ ଏପରି ହୋଇଥାଏ କି ଦୁନିଆର ମଜା ଉଠାଇବାକୁ କୌଣସି ସ୍ଥାନକୁ ଯାଇଥିବାବେଳେ ସେଠାରୁ ଅନେକ ଯନ୍ତ୍ରଣା ନେଇ ଫେରିବାକୁ ପଡ଼ିଥାଏ। ଏପରି କିଛି ଜଣେ ମହିଳାଙ୍କ ସହିତ ହୋଇଛି। ମହିଳା ଜଣକ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ ହେଲେ ଫେରିବା ପରେ ତାଙ୍କ ଜୀବନର ଢାଞ୍ଚା ବଦଳିଗଲା। ରିପୋର୍ଟ ମୁତାବକ, ସ୍କଟ୍‌ଲାଣ୍ଡର ବାସିନ୍ଦା ଭିକି ପେରିସ ନାମ୍ନୀ ମହିଳା ୨୦୧୮ରେ ଛୁଟି ବିତାଇବାକୁ ଯାଇଥିଲେ। ସେ ଏକ ସମୁଦ୍ରରେ ଗାଧୋଉଥିଲେ। ସେଠାରେ ତାଙ୍କୁ ପାଦରେ କିଛି ଫୋଡ଼ି ହୋଇଯିବା ଭଳି ଲାଗିଲା। ସେ ବାହାରକୁ ଆସି ଦେଖିବା ବେଳକୁ ତାଙ୍କ ପାଦରେ ଛୋଟିଆ ଖଣ୍ଡିଆ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ହେଲେ ସେ ତାଙ୍କର ସେ ଛୋଟିଆ ଖଣ୍ଡିଆ ପ୍ରତି ଧ୍ୟାନ ଦେଇ ନ ଥିଲେ। ପାଦ ଦରଜ ହେଲେ ସେ ସେଥିପାଇଁ ଔଷଧ ଖାଇ ଦେଉଥିଲେ। ୯ ବର୍ଷ ବୟସରୁ ଭିକିଙ୍କୁ ମଧୁମେହ ହୋଇଥିଲା। ଫଳରେ ଏହି ଖଣ୍ଡିଆ ନ ଶୁଖି ଅଧିକ ବ୍ୟାପି ଘା’ରେ ପରିଣତ ହେଲା। ଏହାର ୪ର୍ଥ ସପ୍ତାହ ବେଳକୁ ଯନ୍ତ୍ରଣା ସହ ହସ୍ପିଟାଲକୁ ଚେକ୍‌ଅପ୍‌ ପାଇଁ ଯିବାରୁ ତାଙ୍କ ଗୋଡ଼ କଟା ଯିବାକୁ ଡାକ୍ତର କହିଲେ। ଏହାପରେ ସର୍ଜରି ଜରିଆରେ ଆଣ୍ଠୁ ତଳୁ ଗୋଡ଼କୁ କଟାଗଲା। ସର୍ଜରିର କିଛି ମାସ ପରେ ତାଙ୍କୁ ହୁଇଲଚେୟାରରେ ବସିବାକୁ ପଡ଼ିଲା। ତା’ ପରେ ସେ କୃତ୍ରିମ ଗୋଡ଼ ସାହାଯ୍ୟରେ ଚାଲିବାକୁ ଚେଷ୍ଟା କଲେ। ଭିକିଙ୍କୁ ବର୍ତ୍ତମାନ ୪୨ ବର୍ଷ ବୟସ ହୋଇଥିବାବେଳେ ଯେତେବେଳେ ଏହି ଘଟଣା ଘଟିଲା ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା। ସେତେବେଳେ ଏକ ଛୋଟ ଖଣ୍ଡିଆକୁ ଗୁରୁତ୍ୱ ଦେଇ ନ ଥିବାରୁ ତାଙ୍କୁ ତାଙ୍କର ଗୋଡ଼ ହରାଇବାକୁ ପଡ଼ିଥିଲା। ଏବେ ସେ ଏଥିପ୍ରତି ସମସ୍ତଙ୍କୁ ସତର୍କ କରାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri