୮ ଭରିର ସୁନାଗହଣା ସହ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଭବାନୀପାଟଣା,୨୧।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଇଛାପୁର ଗାଁରେ ଏକ ବଡ଼ଧରଣର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ୮ ଭରି ସୁନା ଗହଣା ସହ ୭ ଲକ୍ଷ ୬୪ ହଜାର ଟଙ୍କା ଲୁଟି ନେଇଛନ୍ତି।
ପୋଲିସ ସୂଚନାନୁସାରେ, ଇଛାପୁର ଗାଁର ବାଞ୍ଝାନିଧି ଆଚାର୍ଯ୍ୟଙ୍କ ଘରେ ରାତି ପ୍ରାୟ ୨ଟା ବେଳେ ୪/୫ ଜଣ ଡକାୟତ ଘରେ ପଶି ୮ ଭରି ଓଜନର ସୁନାଗହଣା ଓ ୭ ଲକ୍ଷ ୬୪ ହଜାର ଟଙ୍କା ନେଇ ଯାଇଛନ୍ତି। ଖବରପାଇ ଭବାନୀପାଟଣା ସଦର ଥାନା ଏସ୍‌ଆଇ ଟୁନା ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚିଥିବା ବେଳେ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି।