Posted inଜାତୀୟ

ସ୍ତ୍ରୀକୁ ଛାଡ଼ି ପ୍ରେମିକା ସହ ରହିବା ପାଇଁ ଏମିତି ଷଡ଼ଯନ୍ତ୍ର କରିଥିଲେ ସ୍ବାମୀ

ଲକ୍ଷ୍ନୌ,୨।୯: ଉତ୍ତର ପ୍ରଦେଶର ପଶ୍ଚିମାଞ୍ଚଳ କାସଗଞ୍ଜ ଜିଲାରେ ଜଣେ ବିବାହିତ ବ୍ୟକ୍ତି ପ୍ରେମିକାଙ୍କ ସହ ରହିବା ପାଇଁ ସ୍ତ୍ରୀ ଓ ଛୁଆଙ୍କୁ ହତ୍ୟା କରି ଘରେ ପୋତି ଦେଇଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତ ଜଣଙ୍କ ପୋଲିସ ହାତରୁ ବଞ୍ଚିବା ପାଇଁ ନିଜକୁ ମଧ୍ୟ ମୃତକ ଦର୍ଶାଇବାକୁ ଜବରଦସ୍ତ ଷଡ଼ଯନ୍ତ୍ର ରଚିଥିଲେ, ଯାହା ଉପରୁ ପରଦା ହଟାଇଛି ଉତ୍ତର ପ୍ରଦେଶ ପୋଲିସ।

ପୋଲିସର କହିବା ଅନୁଯାୟୀ, ୨୦୧୮ରେ ଜଣେ ପାଥୋଲୋଜିଷ୍ଟ ଭାବେ ଗ୍ରେଟର ନୋଏଡାସ୍ଥିତ ଏକ ବେସରକାରୀ ଲାବ୍ରୋଟୋରିରେ ଚାକିରି କରୁଥିଲେ ୩୪ ବର୍ଷୀୟ ରାକେଶ। ଜଣେ ମହିଳା ପୋଲିସ କର୍ମୀଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ସେ ସ୍ତ୍ରୀ ଓ ଛୁଆଙ୍କୁ ହତ୍ୟା କରିଥିଲେ। ସେମାନଙ୍କ ମୃତଦେହକୁ ପୋତି ଦେଇଥିଲେ ଘରେ। ତା’ ପରେ ତାଙ୍କୁ ନ ଜଣାଇ ସ୍ତ୍ରୀ ଓ ଛୁଆମାନେ କୁଆଡ଼େ ଚାଲି ଯାଇଥିବା ଥାନାରେ ଅଭିଯୋଗ କରିଥିଲେ। ସେତେବେଳେ ପୋଲିସକୁ କୌଣସି ପ୍ରକାର ସୁରାଖ ନ ମିଳିବାରୁ ମାମଲା ଚପି ଯାଇଥିଲା।

କିନ୍ତୁ କିଛି ମାସ ତଳେ ଅଭିଯୁକ୍ତଙ୍କ ବିରୋଧରେ ଅପହରଣ ଓ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ ଶ୍ୱଶୁର। ସେତେବେଳେ ମଧ୍ୟ ପୋଲିସ ହାତ ଖାଲି ରହିଥିଲା। ମାତ୍ର ପୋଲିସ ହାତରୁ ନିଜକୁ ବଞ୍ଚାଇବା ଲାଗି ରାକେଶ, ତାଙ୍କ ପ୍ରେମିକାଙ୍କ ସହ ମିଶି ଆଉ ଏକ ଷଡ଼ଯନ୍ତ୍ର ରଚିଥିଲେ। ଦୁହେଁ ସେହି ଗ୍ରାମର ଜଣଙ୍କୁ ହତ୍ୟା କରିବା ପରେ ମୃତଦେହର ମୁଣ୍ଡ ଓ ହାତକୁ କାଟି ଦେଇଥିଲେ। ଏହାପରେ ମୃତକଙ୍କୁ ନିଜ ପୋଷାକ ପିନ୍ଧାଇ ଘଟଣା ସ୍ଥଳରେ ଛାଡ଼ି ଆସିଥିଲେ ପରିଚୟ ପତ୍ର। ଏହା ଦ୍ୱାରା ମୃତଦେହକୁ ନିଜ ପରିଚୟ ଦେବାକୁ ଚାହୁଁଥିଲେ ରାକେଶ। ହେଲେ ମୁଣ୍ଡ ନ ମିଳିବାରୁ ମୃତଦେହର ଡିଏନ୍‌ଏ ଯାଞ୍ଚ କରାଯାଇଥିଲା। ରିପୋର୍ଟରୁ ଜଣାପଡ଼ିଥିଲା ଉକ୍ତ ମୃତଦେହ ରାଜେଶଙ୍କର ନୁହେଁ। ଏହା ପରଠୁ ଆରମ୍ଭ ହୋଇଥିଲା ତଦନ୍ତ।

ଶେଷରେ ପୋଲିସ ପହଞ୍ଚିଥିଲା ହରିୟାଣାରେ ଦୀଲିପ ଶର୍ମାଙ୍କ ନାମରେ ରହୁଥିବା ରାକେଶଙ୍କ ନିକଟରେ। ଅଭିଯୁକ୍ତଙ୍କୁ ଏଥିରେ ସାହାଯ୍ୟ କରିଥିଲେ ତାଙ୍କ ବାପା, ଯିଏକି ଜଣେ ପୂର୍ବତନ ପୋଲିସ ଅଧିକାରୀ। ପୋଲିସ ଅଭିଯୁକ୍ତଙ୍କ ସମେତ ତାଙ୍କ ପରିବାରର ୩ ସଦସ୍ୟ ଓ ଉକ୍ତ ମହିଳାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri