Posted inଜାତୀୟ

ସେ ଆଗ ଅପେକ୍ଷା ଅଧିକ ଭୟଙ୍କର ହୋଇଯାଇଛନ୍ତି, କେଜରିଓ୍ବାଲଙ୍କ ମାମଲାରେ ମୋଦିଙ୍କୁ ଟାର୍ଗେଟ କଲେ ସଞ୍ଜୟ

ନୂଆଦିଲ୍ଲୀ,୨୫।୩: ମହାରାଷ୍ଟ୍ରର ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ କହିଛନ୍ତି, ‘ଦିଲ୍ଲୀର ରାମଲିଲା ମଇଦାନରେ ଇଣ୍ଡିଆ ଆଲାଇନ୍ସ ଏକ ବିକ୍ଷୋଭ ପ୍ରଦର୍ଶନ କରୁଛି। ଆମେ ସମସ୍ତେ ସେହି ରାଲିରେ ଯୋଗଦେବୁ। ପ୍ରଧାନମନ୍ତ୍ରୀ ମୋଦି ଅରବିନ୍ଦ କେଜରିୱାଲଙ୍କୁ ଭୟ କରୁଛନ୍ତି। ବର୍ତ୍ତମାନ ଅରବିନ୍ଦ କେଜରିୱାଲ ଅଧିକ ବିପଜ୍ଜନକ। ଯେହେତୁ ସେ ବର୍ତ୍ତମାନ ଜେଲରୁ କାମ କରିବେ। ତେଣୁ ଲୋକମାନେ ତାଙ୍କ କଥା ଶୁଣିବେ ଏବଂ ତାଙ୍କ ସମର୍ଥନରେ ଆସିବେ। ସ୍ବାଧୀନତା ସଂଗ୍ରାମ ସମୟରେ ମଧ୍ୟ ଜେଲକୁ ଯାଇଥିବା ନେତାମାନେ ଅଧିକ ଶକ୍ତିଶାଳୀ ହୋଇଥିଲେ। ’
ଆମ ଆଦମୀ ପାର୍ଟି (ଏଏପି) ଘୋଷଣା କରିଛି ଯେ ଏହାର ନେତା ଅରବିନ୍ଦ କେଜରିୱାଲ ଜେଲରୁ ସରକାର ଚଳାଇବେ। ଗୋଟିଏ ପଟେ ଏହି ବିବୃତ୍ତି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅନ୍ୟ ପଟେ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି। କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମାର୍ଚ୍ଚ ୨୧, ୨୦୨୪ ରେ ଅରବିନ୍ଦ କେଜରିୱାଲଙ୍କୁ ଏକ୍ସାଇଜ ପଲିସି ମାମଲାରେ ଇଡି ଗିରଫ କରିଥିଲା।
ତାଙ୍କ ଗିରଫଦାରୀକୁ ଦୃଷ୍ଟିରେ ରଖି ଏଏପି ‘ମେଁ ଭି କେଜରିୱାଲ’ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ମାଧ୍ୟମରେ ଏଏପି ବାର୍ତ୍ତା ପଠାଇବାକୁ ଚାହୁଁଛି ଯେ କେଜରିୱାଲ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ ଏବଂ ଆବଶ୍ୟକ ସ୍ଥଳେ ସେ ଜେଲରୁ ସରକାର ଚଳାଇବେ। ଦିଲ୍ଲୀ ମନ୍ତ୍ରୀ ଆତିଶି ଏହା ମଧ୍ୟ କହିଛନ୍ତି, ଆମେ ଏହା ମଧ୍ୟ କହିଛୁ ଯେ ଆବଶ୍ୟକ ହେଲେ ସେ ଜେଲରୁ ମଧ୍ୟ ସରକାର ଚଳାଇବେ। ସେ ସରକାର ଚଳାଇ ପାରିବେ କାରଣ କୌଣସି ନିୟମ ତାଙ୍କୁ ତାହା କରିବାରେ ରୋକି ପାରିବ ନାହିଁ। ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ,ତେଣୁ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବେ ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri