ନଦୀରେ ପଶି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇଲେ

ସୋରଡ଼ା,୧୩।୯(ଲମ୍ବୋଦର ପାଣିଗ୍ରାହୀ):ସୋରଡ଼ା ବ୍ଲକର ଆଦିବାସୀ ବହୁଳ ତଥା ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ଭ୍ରାମ୍ୟମାଣ ଡାକ୍ତରୀ ଦଳର ୭ଜଣିଆ ଟିମ୍‌ ପହଞ୍ଚତ୍ ସ୍ବାସ୍ଥ୍ୟସେବା ଓ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ମାଗଣା ଔଷଧ ବଣ୍ଟନ ଜାରି ରଖିଥିବା ଦେଖାଯାଇଛି। ମିନାଜାଡି, ଗମ୍ଭାରୀଗୁ, ଗୋଛା, ସାହାଣଗଣ୍ଡା, ପଙ୍କଳଗାଁ, ସରାବାଡି ଆଦି ଗ୍ରାମରେ ଶତ ପ୍ରତିଶତ ଆଦିବାସୀ ପରିବାର ବାସ କରନ୍ତି। ଗମନାଗମନ ପାଇଁ ସେମାନଙ୍କୁ ଅନୁକୂଳ ସମୟ ସାପେକ୍ଷ ନଥିବାରୁ ତଥା କିଛି ଗ୍ରାମମାନଙ୍କୁ ଯାତ୍ରୀବାହୀ ବସ ସେବା ନଥିବା ଯୋଙ୍ଗୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ମତେ ବଡଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ୭ ଜଣିଆ ଟିମ୍‌ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି। ସବୁଠାରୁ ବଡ଼କଥା ଯାତାୟତ ସୁବିଧା ନଥିବାରୁ ଭ୍ରାମ୍ୟମାଣ ଟିମ୍‌ ନଦୀ ଭିତରେ ପଶି ବଣ ପାହାଡ଼ ଘେରା ଅଞ୍ଚଳକୁ ଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି। ଶୂନରୁ ୫ ବର୍ଷର ଶିଶୁଙ୍କୁ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ ଟିକାକରଣ କରୁଥିବା ଦେଖାଯାଇଛି। ଡାକ୍ତର ଦେବୀ ପ୍ରସାଦ ପଟନାୟକଙ୍କ ତତ୍ତ୍ୱାବଧାନରେ ଫାର୍ମାସିଷ୍ଟ ସଞ୍ଜିତ ପାତ୍ର, ସ୍ବାସ୍ଥ୍ୟ କର୍ମୀ ସଞ୍ଜିତା କୁମାରୀ ସାହୁ, ଅହଲ୍ୟା ମଲିକ, ଆଶା କମର୍ର୍ୀ, ନମିତା ପଥି ଓ ଅଙ୍ଗନବାଡି କର୍ମୀ, ସହଯୋଗୀ ପିନ୍ତୁ ନାୟକ ପ୍ରମୁଖ ସାମିଲ ଅଛନ୍ତି । କେଉଁଠି ଚାଲି ଚାଲି ତ କେଉଁଠି ପାଣି ଭିତରେ ପଶି ଯାଉଥିବା ଦେଖାଯାଇଛି। ମଙ୍ଗଳବାର କରଡା ନଦୀଗର୍ଭରେ ପଶି ଗୋଛା ପଞ୍ଚାୟତର ପଙ୍କଳ ଗ୍ରାମକୁ ଯାଇଥିଲେ। ଏହିଦଳ ଶିଶୁମାନଙ୍କୁ ଟିକାକରଣ କରିଥିଲେ ଓ ବର୍ଷା ଦିନରେ ସ୍ବାସ୍ଥ୍ୟର କିପରି ଯତ୍ନ ନେବା, ଡେଙ୍ଗୁ, ମେଲେରିଆରୁ ରକ୍ଷା ପାଇବା ପାଇଁ ଉପାୟ କହିଥିଲେ।