ସୁଧୁରୁନି ସମସ୍ୟା, ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୧୦ା୪: ଖୋର୍ଦ୍ଧା ସହରର ବିକାଶ ସ୍ଥାଣୁ ପାଲଟିଛି। ୩ ବର୍ଷ ପରେ ଜନତା ସିଧାସଳଖ ପୌରାଧ୍ୟକ୍ଷ ଏବଂ କାଉନସିଲରମାନଙ୍କୁ ଭୋଟ ଦେଇ ନିର୍ବାଚିତ କରିଥିଲେ। ପ୍ରଶାସନ ପାଖରୁ କ୍ଷମତା ନିର୍ବାଚିତ ପ୍ରତିନିଧିଙ୍କ ହାତକୁ ଆସିଲା। ଫଳରେ ସହରବାସୀ ଆଶା କରିଥିଲେ, ସ୍ଥାନୀୟ ସମସ୍ୟାର ସମାଧାନ ହେବ। କିନ୍ତୁ ସମସ୍ୟା ସୁଧୁରିନି। ଫଳରେ ସହରବାସୀଙ୍କ ଆଶା ଧୂଳିସାତ ହୋଇଛି।
ରାସ୍ତାକଡ଼ ଉଠାଦୋକାନୀଙ୍କୁ ଥଇଥାନ କେବଳ କାଗଜକଲମରେ ସୀମିତ ରହିଛି। ବାରମ୍ବାର ବୈଠକ ବସିଲେ ବି ସମାଧାନର ବାଟ ଫିଟୁନି। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳାରୁ କ୍ୟାବିନ ବିବାଦ ଦୂର ହୋଇପାରୁନାହିଁ। ୨୦ ବର୍ଷ ଧରି ଏହା ରାଜନୈତିକ ପଶାପାଲିରେ ପେଶି ହୋଇରହିଛି। ସେହିପରି ଅନେକ ଉନ୍ନୟନ କାର୍ଯ୍ୟ ଅଧାପନ୍ତରିଆ ହୋଇରହିଛି। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳରେ ଟିଏଲ୍‌ସି ରୋଡସ୍ଥିତ ସ୍ମାର୍ଟ ଶଶ୍ମାନ ଏବଂ ବରୁଣେଇସ୍ଥିତ ସ୍ମାର୍ଟ ପାର୍କ ଶିଳାନ୍ୟାସକୁ ଦୁଇବର୍ଷ ପୂରିଗଲାଣି। ହେଲେ ନିର୍ମାଣ କାର୍ଯ୍ୟ ସରୁନାହିଁ। ୧୨ନମ୍ବର ୱାର୍ଡରେ ୧୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଭେଣ୍ଡିଂ ଜୋନ ବିବାଦ ପରେ ଅଧାରେ ଅଟକିଛି। ମୁକ୍ତା ଯୋଜନାରେ ସହରର ୨୨ଟି ୱାର୍ଡରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଜଳ ସଂରକ୍ଷଣ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ନେଇ ଅଭିଯୋଗ ହେଉଛି। ଏହି ଯୋଜନାରେ କାର୍ଯ୍ୟାଦେଶ ଫଳକ ଲାଗିଥିବା ବେଳେ ପ୍ରକଳ୍ପ ନାହିଁ। ଏ ନେଇ କଂଗ୍ରେସ ନେତା ଶିଶିର ପରିଡ଼ା କହିଛନ୍ତି, ଖୋର୍ଦ୍ଧା ପୌର ପ୍ରଶାସନ ଦୁର୍ନୀତିରେ ବୁଡ଼ିଛି। ମୁକ୍ତା ଯୋଜନାରେ ଏସ୍‌ଏଚ୍‌ଜିଙ୍କ ଆଳରେ ଠିକାଦାରଙ୍କ ଦ୍ୱାରା କାମ କରାଯାଉଛି। ଲୋକଙ୍କ ପାଇଁ ଦୁଇବର୍ଷରେ ଏକାଧିକ ୱାର୍ଡରେ ଶୌଚାଳୟ (ଲୁ) ନିର୍ମାଣ କରାଯାଇଛି। ତେବେ ଉଦ୍‌ଘାଟନ ପରଠାରୁ ସବୁଠି ତାଲା ଝୁଲୁଛି। ପୁରୁଣା ବସଷ୍ଟାଣ୍ଡ ଏବଂ ନୂଆ ବସ୍‌ଷ୍ଟାଣ୍ଡରେ ଶୌଚାଳୟ ଏବେ ପରିତ୍ୟକ୍ତ ଅବସ୍ଥାରେ ଥିବାବେଳେ ଲୋକେ ହଇରାଣ ହେଉଛନ୍ତି। ଦୈନିକ ମେଡିକାଲ ରୋଡରୁ ମୁକୁନ୍ଦପ୍ରସାଦ ଓ ଟ୍ରାଫିକ ଛକଠାରୁ ନୂଆବସଷ୍ଟାଣ୍ଡ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ। ସହରରେ ଜବରଦଖଲ ବଢ଼ିିଚାଲିଛି। ମାଫିଆଙ୍କ କବ୍‌ଜାରେ ଅଧିକାଂଶ ସରକାରୀ ଜମି ରହିଛି। ଟାଉନ ହଲ ସମ୍ମୁଖ ଶହୀଦ ପାର୍କ ଦୀର୍ଘଦିନ ହେଲା ବନ୍ଦ ପଡ଼ିିଥିବାବେଳେ ଅନାବନା ଗଛଲତା ମାଡ଼ିଗଲାଣି। ପାଇକ ବୀରଙ୍କ ପ୍ରତିମୂର୍ତ୍ତି ଓ ବିଟ୍ରିଶ ଅମଳର ତୋପ ନଷ୍ଟ ହୋଇଗଲାଣି। ପାର୍କ ଏବେ ମୁକ୍ତ ଶୌଚାଳୟ ପାଲଟିଛି। ୨୦୧୬ରେ ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଜୟୀ ରାଜଗୁରୁ ଟାଉନହଲ ପୌର ପ୍ରଶାସନ ପକ୍ଷରୁ ପିଡବ୍ଲ୍ୟୁଡି ଦ୍ୱାରା ପୁନରୁଦ୍ଧାର କରାଯାଇଥିଲା। ତେବେ ନିମ୍ନମାନର କାର୍ଯ୍ୟ ଯୋଗୁ ଏହି କୋଠା ପରବର୍ତ୍ତୀ ପର୍ଯ୍ୟାୟରେ ଅବ୍ୟବହୃତ ହୋଇ ପଡ଼ିିରହିଥିଲା। ୧ କୋଟି ୩୪ ଲକ୍ଷ ବ୍ୟୟ ଅଟକଳରେ ପୁଣି ଏହାର ପୁନରୁଦ୍ଧାର କରାଯାଇଛି। ତେବେ ପୁରୁଣା କୋଠାରେ ରଙ୍ଗ ବୋଳି ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହେଉଛି। ବରୁଣେଇ ପୀଠ ପର୍ଯ୍ୟଟନର ମାନ୍ୟତା ପାଇଥିଲେ ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି। ପୀଠରେ ପାନୀୟଜଳ ବ୍ୟବସ୍ଥା ନ ଥିବାବେଳେ ଅନେକ ଷ୍ଟାଣ୍ଡପୋଷ୍ଟ ଭାଙ୍ଗିଯାଇଛି। ଏ ନେଇ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଗଡ଼ଖୋର୍ଦ୍ଧା ଅସ୍ତିତ୍ୱ ହରାଇବାକୁ ବସିଛି। ପାଇକ ବିଦ୍ରୋହର ଏହା ଅନ୍ତୁଡ଼ିିଶାଳ ଥିଲା। ଏବେ ଏହା ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏହାର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଟିଏଲସି ରୋଡ୍‌ର ଦୁଇଟି ସ୍ଥାନରେ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇ ଉଠାଦୋକାନୀ ଓ ପରିବା ବ୍ୟବସାୟୀଙ୍କୁ ଥଇଥାନ କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଛି। ହେଲେ କେବେ ବ୍ୟବସାୟୀ ଥଇଥାନ ହେବେ ତାହା ପ୍ରଶ୍ନବାଚୀ ହୋଇଛି। ଅନ୍ୟପକ୍ଷରେ ଏଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି, ପ୍ରଥମେ କ୍ୟାବିନ ପରେ ଓ ପରେ ଅନ୍ୟ ବ୍ୟବସାୟୀଙ୍କୁ ଥଇଥାନ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ରିଜୱାନା କିଅକପ୍‌ କହିଛନ୍ତି। ମୁକ୍ତା ଯୋଜନା ତଦାରଖ ଲାଗି ଟେକ୍‌ନିକାଲ୍‌ ଟିମ୍‌ ରହିଛି ଏବଂ ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ (ଡୁଡା) ଅଧ୍ୟକ୍ଷ ଦିଗନ୍ତ ରାଉତରାୟ କହିଛନ୍ତି। ପୌର ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି କହିଛନ୍ତି, ସ୍ମାର୍ଟ ଶଶ୍ମାନ ଓ ବରୁଣେଇ ପାର୍କ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବଶୀଘ୍ର ଲୋକାର୍ପଣ କରାଯିବ। ସେହିପରି ଖୋର୍ଦ୍ଧାର ଦ୍ରୁତ ବିକାଶ ହେଉଥିବା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri