ସୁଧୁରୁନି ସମସ୍ୟା, ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୧୦ା୪: ଖୋର୍ଦ୍ଧା ସହରର ବିକାଶ ସ୍ଥାଣୁ ପାଲଟିଛି। ୩ ବର୍ଷ ପରେ ଜନତା ସିଧାସଳଖ ପୌରାଧ୍ୟକ୍ଷ ଏବଂ କାଉନସିଲରମାନଙ୍କୁ ଭୋଟ ଦେଇ ନିର୍ବାଚିତ କରିଥିଲେ। ପ୍ରଶାସନ ପାଖରୁ କ୍ଷମତା ନିର୍ବାଚିତ ପ୍ରତିନିଧିଙ୍କ ହାତକୁ ଆସିଲା। ଫଳରେ ସହରବାସୀ ଆଶା କରିଥିଲେ, ସ୍ଥାନୀୟ ସମସ୍ୟାର ସମାଧାନ ହେବ। କିନ୍ତୁ ସମସ୍ୟା ସୁଧୁରିନି। ଫଳରେ ସହରବାସୀଙ୍କ ଆଶା ଧୂଳିସାତ ହୋଇଛି।
ରାସ୍ତାକଡ଼ ଉଠାଦୋକାନୀଙ୍କୁ ଥଇଥାନ କେବଳ କାଗଜକଲମରେ ସୀମିତ ରହିଛି। ବାରମ୍ବାର ବୈଠକ ବସିଲେ ବି ସମାଧାନର ବାଟ ଫିଟୁନି। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳାରୁ କ୍ୟାବିନ ବିବାଦ ଦୂର ହୋଇପାରୁନାହିଁ। ୨୦ ବର୍ଷ ଧରି ଏହା ରାଜନୈତିକ ପଶାପାଲିରେ ପେଶି ହୋଇରହିଛି। ସେହିପରି ଅନେକ ଉନ୍ନୟନ କାର୍ଯ୍ୟ ଅଧାପନ୍ତରିଆ ହୋଇରହିଛି। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳରେ ଟିଏଲ୍‌ସି ରୋଡସ୍ଥିତ ସ୍ମାର୍ଟ ଶଶ୍ମାନ ଏବଂ ବରୁଣେଇସ୍ଥିତ ସ୍ମାର୍ଟ ପାର୍କ ଶିଳାନ୍ୟାସକୁ ଦୁଇବର୍ଷ ପୂରିଗଲାଣି। ହେଲେ ନିର୍ମାଣ କାର୍ଯ୍ୟ ସରୁନାହିଁ। ୧୨ନମ୍ବର ୱାର୍ଡରେ ୧୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଭେଣ୍ଡିଂ ଜୋନ ବିବାଦ ପରେ ଅଧାରେ ଅଟକିଛି। ମୁକ୍ତା ଯୋଜନାରେ ସହରର ୨୨ଟି ୱାର୍ଡରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଜଳ ସଂରକ୍ଷଣ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ନେଇ ଅଭିଯୋଗ ହେଉଛି। ଏହି ଯୋଜନାରେ କାର୍ଯ୍ୟାଦେଶ ଫଳକ ଲାଗିଥିବା ବେଳେ ପ୍ରକଳ୍ପ ନାହିଁ। ଏ ନେଇ କଂଗ୍ରେସ ନେତା ଶିଶିର ପରିଡ଼ା କହିଛନ୍ତି, ଖୋର୍ଦ୍ଧା ପୌର ପ୍ରଶାସନ ଦୁର୍ନୀତିରେ ବୁଡ଼ିଛି। ମୁକ୍ତା ଯୋଜନାରେ ଏସ୍‌ଏଚ୍‌ଜିଙ୍କ ଆଳରେ ଠିକାଦାରଙ୍କ ଦ୍ୱାରା କାମ କରାଯାଉଛି। ଲୋକଙ୍କ ପାଇଁ ଦୁଇବର୍ଷରେ ଏକାଧିକ ୱାର୍ଡରେ ଶୌଚାଳୟ (ଲୁ) ନିର୍ମାଣ କରାଯାଇଛି। ତେବେ ଉଦ୍‌ଘାଟନ ପରଠାରୁ ସବୁଠି ତାଲା ଝୁଲୁଛି। ପୁରୁଣା ବସଷ୍ଟାଣ୍ଡ ଏବଂ ନୂଆ ବସ୍‌ଷ୍ଟାଣ୍ଡରେ ଶୌଚାଳୟ ଏବେ ପରିତ୍ୟକ୍ତ ଅବସ୍ଥାରେ ଥିବାବେଳେ ଲୋକେ ହଇରାଣ ହେଉଛନ୍ତି। ଦୈନିକ ମେଡିକାଲ ରୋଡରୁ ମୁକୁନ୍ଦପ୍ରସାଦ ଓ ଟ୍ରାଫିକ ଛକଠାରୁ ନୂଆବସଷ୍ଟାଣ୍ଡ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ। ସହରରେ ଜବରଦଖଲ ବଢ଼ିିଚାଲିଛି। ମାଫିଆଙ୍କ କବ୍‌ଜାରେ ଅଧିକାଂଶ ସରକାରୀ ଜମି ରହିଛି। ଟାଉନ ହଲ ସମ୍ମୁଖ ଶହୀଦ ପାର୍କ ଦୀର୍ଘଦିନ ହେଲା ବନ୍ଦ ପଡ଼ିିଥିବାବେଳେ ଅନାବନା ଗଛଲତା ମାଡ଼ିଗଲାଣି। ପାଇକ ବୀରଙ୍କ ପ୍ରତିମୂର୍ତ୍ତି ଓ ବିଟ୍ରିଶ ଅମଳର ତୋପ ନଷ୍ଟ ହୋଇଗଲାଣି। ପାର୍କ ଏବେ ମୁକ୍ତ ଶୌଚାଳୟ ପାଲଟିଛି। ୨୦୧୬ରେ ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଜୟୀ ରାଜଗୁରୁ ଟାଉନହଲ ପୌର ପ୍ରଶାସନ ପକ୍ଷରୁ ପିଡବ୍ଲ୍ୟୁଡି ଦ୍ୱାରା ପୁନରୁଦ୍ଧାର କରାଯାଇଥିଲା। ତେବେ ନିମ୍ନମାନର କାର୍ଯ୍ୟ ଯୋଗୁ ଏହି କୋଠା ପରବର୍ତ୍ତୀ ପର୍ଯ୍ୟାୟରେ ଅବ୍ୟବହୃତ ହୋଇ ପଡ଼ିିରହିଥିଲା। ୧ କୋଟି ୩୪ ଲକ୍ଷ ବ୍ୟୟ ଅଟକଳରେ ପୁଣି ଏହାର ପୁନରୁଦ୍ଧାର କରାଯାଇଛି। ତେବେ ପୁରୁଣା କୋଠାରେ ରଙ୍ଗ ବୋଳି ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହେଉଛି। ବରୁଣେଇ ପୀଠ ପର୍ଯ୍ୟଟନର ମାନ୍ୟତା ପାଇଥିଲେ ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି। ପୀଠରେ ପାନୀୟଜଳ ବ୍ୟବସ୍ଥା ନ ଥିବାବେଳେ ଅନେକ ଷ୍ଟାଣ୍ଡପୋଷ୍ଟ ଭାଙ୍ଗିଯାଇଛି। ଏ ନେଇ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଗଡ଼ଖୋର୍ଦ୍ଧା ଅସ୍ତିତ୍ୱ ହରାଇବାକୁ ବସିଛି। ପାଇକ ବିଦ୍ରୋହର ଏହା ଅନ୍ତୁଡ଼ିିଶାଳ ଥିଲା। ଏବେ ଏହା ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏହାର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଟିଏଲସି ରୋଡ୍‌ର ଦୁଇଟି ସ୍ଥାନରେ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇ ଉଠାଦୋକାନୀ ଓ ପରିବା ବ୍ୟବସାୟୀଙ୍କୁ ଥଇଥାନ କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଛି। ହେଲେ କେବେ ବ୍ୟବସାୟୀ ଥଇଥାନ ହେବେ ତାହା ପ୍ରଶ୍ନବାଚୀ ହୋଇଛି। ଅନ୍ୟପକ୍ଷରେ ଏଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି, ପ୍ରଥମେ କ୍ୟାବିନ ପରେ ଓ ପରେ ଅନ୍ୟ ବ୍ୟବସାୟୀଙ୍କୁ ଥଇଥାନ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ରିଜୱାନା କିଅକପ୍‌ କହିଛନ୍ତି। ମୁକ୍ତା ଯୋଜନା ତଦାରଖ ଲାଗି ଟେକ୍‌ନିକାଲ୍‌ ଟିମ୍‌ ରହିଛି ଏବଂ ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ (ଡୁଡା) ଅଧ୍ୟକ୍ଷ ଦିଗନ୍ତ ରାଉତରାୟ କହିଛନ୍ତି। ପୌର ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି କହିଛନ୍ତି, ସ୍ମାର୍ଟ ଶଶ୍ମାନ ଓ ବରୁଣେଇ ପାର୍କ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବଶୀଘ୍ର ଲୋକାର୍ପଣ କରାଯିବ। ସେହିପରି ଖୋର୍ଦ୍ଧାର ଦ୍ରୁତ ବିକାଶ ହେଉଥିବା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri