୨୦ବର୍ଷ ତଳେ ନିଜସ୍ବ ଅର୍ଥରେ ଗଢ଼ିଥିଲେ ମନ୍ଦିର

ଖୁଣ୍ଟୁଣୀ,୧୭।୫( ଡି.ଏନ୍‌.ଏ.): ନିଜ ଜନ୍ମ ଭୂମିରେ ଏକ ମନ୍ଦିର କରିବା ପାଇଁ ସ୍ବପ୍ନ ଦେଖି ତାହାକୁ ସତରେ ପରିଣତ କରିବା ବହୁତ କମ୍‌ ଲୋକ ଥାଆନ୍ତି। ଏଭଳି କାଠିକର ସ୍ବପ୍ନକୁ ପୂରଣ କରି ଦେଖାଇଛନ୍ତି ଜଣେ ତ୍ୟାଗୀ, ଦରଦୀ ମଣିଷ। ଯିଏ ସାରା ଜୀବନ ଅବିବାହିତ ରହି ନିଜ ଚାକିରି କାଳରେ ଯାହା ଆୟ କମାଇଥିଲେ ସେ ସମସ୍ତ ଟଙ୍କାକୁ ଏକ ହନୁମାନ ମନ୍ଦିର ନିର୍ମାଣରେ ଲଗାଇ ଅଞ୍ଚଳକୁ ଭାବମୟ ପରିବେଶ ସୃଷ୍ଟି କରିଛନ୍ତି। ସେ ହେଲେ କଟକ ଜିଲା ଉପକଣ୍ଠ ଖୁଣ୍ଟୁଣୀ ଥାନା ଅଧୀନ ଧୁରୁଷିଆ ଲଣ୍ଡା ପାହାଡ଼ ଉପରେ ଥିବା ଏହି ହନୁମାନ ମନ୍ଦିରର ପ୍ରତିଷ୍ଠାତା ବ୍ରଜବନ୍ଧୁ ଲେଙ୍କା। ଏପରିକି ଏହି ହନୁମାନ ମନ୍ଦିର ପ୍ରାୟ ୨୦ବର୍ଷ ତଳେ ସେ ନିର୍ମାଣ କରିଥିଲେ। କିନ୍ତୁ ଏହା ନିଜସ୍ବ ଉଦ୍ୟମରେ ହୋଇଛି ବୋଲି କାହାକୁ ନ କହିବା ପାଇଁ ସେତେବେଳେ ସହଯୋଗ କରିଥିବା ବନ୍ଧୁମାନଙ୍କୁ କହିଥିଲେ। ହେଲେ ନିକଟରେ ଏକ ଯଜ୍ଞ ସମୟରେ ବ୍ରଜବନ୍ଧୁଙ୍କ ଏହି କଥା ଜାଣି ଗ୍ରାମବାସୀ ଚକିତ ହୋଇଯାଇଥିଲେ।  ବ୍ରଜବନ୍ଧୁଙ୍କ ଚେଷ୍ଟା, ଉଦ୍ୟମ, ଆତ୍ମୀୟତା, ସଚ୍ଚୋଟତାକୁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି।  ବ୍ରଜବନ୍ଧୁଙ୍କୁ ଏବେ ୮୬ବର୍ଷ ହୋଇଥିବା ବେଳେ ମନ୍ଦିର ପରିସର ଅଞ୍ଚଳକୁ ଆହୁରି ସବୁଜମୟ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।
୧୯୩୭ରେ ମାତା ମୂଷା ଦେବୀ ଓ ପିତା ପଦ୍ମନାଭ ଲେଙ୍କାଙ୍କ କୋଳ ମଣ୍ଡନ କରିଥିଲେ ବ୍ରଜବନ୍ଧୁ। ଯୁବକଅବସ୍ଥାରେ ଭୁବନେଶ୍ୱରସ୍ଥିତ ସରକାରୀ ଟେଷ୍ଟିଂ ଲାବୋରେଟୋରିରେ ଚାକିରି କରୁଥିବା ସମୟରେ ଅଞ୍ଚଳରେ ଏକ ହନୁମାନ ମନ୍ଦିର ନିର୍ମାଣ କରିବାକୁ୍‌ ସ୍ବପ୍ନ ଦେଖିଥିଲେ। ଏଥିପାଇଁ ତାଙ୍କ ମାଆବାପାଙ୍କୁ ଜଣାଇବା ସହ ସାରା ଜୀବନ ଅବିବାହିତ ରହିବା ପାଇଁ କହିଥିଲେ। ବ୍ରଜଙ୍କ କଥାକୁ ପରିବାର ଲୋକ ମାନିଥିଲେ। ଚାକିରି ଜୀବନରୁ ଅବସର ପରେ ୧୯୯୯ରେ ଭୁବନେଶ୍ୱରରେ କିଣିଥିବା ଘର ଓ ଆଇଗିଣିଆରେ କିଣିଥିବା ଜମିକୁ ବିକ୍ରି କରି ଗ୍ରାମର କିଛି ଆଗ୍ରହୀ ଯୁବକ ନିରାକାର ଲେଙ୍କା, ସଞ୍ଜୟ ରାଉତ, ଅନ୍ତର୍ଯାମୀ ବେହେରା, ପ୍ରଶାନ୍ତ ବେହେରା, ଶଙ୍କର୍ଷଣ ରାଉତ, ଅରକ୍ଷିତ ବେହେରା, ଅକୂ୍ରର ରାଉତଙ୍କୁ ନେଇ ମନ୍ଦିର ଶିଳାନ୍ୟାସ କରି ୨୦୦୧ ମଧ୍ୟରେ ମନ୍ଦିର ନିର୍ମାଣ କରିଥିଲେ। ହେଲେ ଏହି ମନ୍ଦିର ନିର୍ମାଣ ନିଜସ୍ବ ଅର୍ଥରେ କରିବା କଥା ବ୍ରଜ ଗ୍ରାମରେ କାହାକୁ ଜଣାଇ ନ ଥିଲେ। ପ୍ରାୟ ୨୨ବର୍ଷ ପରେ ନିକଟରେ ମନ୍ଦିରରେ ଏକ ଯଜ୍ଞ ହେଉଥିବାବେଳେ ସେତେବେଳେ ନିର୍ମାଣ ସମୟରେ ଯୁବାବସ୍ଥାରେ ଥିବା ନିରାକାର, ସଞ୍ଜୟଙ୍କଠାରୁ ଏହି କଥା ଗ୍ରାମବାସୀ ଜାଣିଥିଲେ। ଗ୍ରାମବାସୀ ଏହା ଜାଣି ଆଶ୍ଚର୍ଯ୍ୟ ହେବା ସହ ବ୍ରଜବନ୍ଧୁଙ୍କୁ ସାଧୁବାଦ ଜଣାଇଥିଲେ। ବର୍ତ୍ତମାନ ଏହି ମନ୍ଦିର ସମଗ୍ର ଆଠଗଡ଼ ବ୍ଲକରେ ଏକ ଭକ୍ତି ଓ ସାଧନାର ପୀଠ ଭାବେ ପରିଚିତ। ତାଙ୍କର ଉଦ୍ୟମ, ଚେଷ୍ଟା ଓ ଆଧ୍ୟାତ୍ମିକ ଦିଗ୍‌ଦର୍ଶନରେ ଅନେକ ଯୁବକ ସାଥୀ ପ୍ରଭାବିତ ହୋଇ ଶ୍ରୀସଙ୍କଟମୋଚନ ହନୁମାନ ଜୀ କୃପା ପରିଷଦରେ ନିଜକୁ ସାମିଲ କରିବା ସହ ଅନୁଷ୍ଠାନର ପ୍ରଚାର ପ୍ରସାର କରିବାରେ ଉଦ୍ୟମ ଜାରି ରଖିଛନ୍ତି। ଏଥିସହ ବ୍ରଜବନ୍ଧୁ ବର୍ତ୍ତମାନ ବୟସ୍କ ହୋଇଯାଇଥିଲେ ମଧ୍ୟ ପ୍ରତିଦିନ ସକାଳେ ୩ଘଣ୍ଟା ଓ ଖରାବେଳେ ୨ ଘଣ୍ଟା ଶାବଳରେ ମାଟି ତାଡି ଉଚ୍ଚା ଜାଗାରୁ ମାଟି ପଥର ବୋହି ଖାଲ ସ୍ଥାନକୁ ସମତଳ କରୁଛନ୍ତି। ତାଙ୍କ ଉଦ୍ୟମ ଯୋଗୁ ଏହି ଲଣ୍ଡା ପାହାଡ଼ ଉପରେ ପ୍ରାୟ ୪ ଶହ ପ୍ରକାରର ଫଳ ଫୁଲ ଗଛ ସହ ବିଭିନ୍ନ ଔଷଧୀୟ ବୃକ୍ଷରେ ସବୁଜ ବନାନୀ ପାଲଟିଛି। ୧୯୮୮ରେ ସେ ଧୁରୁଷିଆର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ  ନିର୍ମାଣ ନିମନ୍ତେ ସର୍ବୋଚ୍ଚ ଅର୍ଥ ଦାନ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri