Posted inଜାତୀୟ

ପ୍ରେମିକାଙ୍କୁ ବିବାହ କରିବା ପାଇଁ ହତ୍ୟାକାରୀଙ୍କୁୁ ହାଇକୋର୍ଟଙ୍କ ୧୫ ଦିନିଆ ପାରୋଲ…

ବେଙ୍ଗାଲୁରୁ,୪।୪ : କର୍ନାଟକ ହାଇକୋର୍ଟ ଜଣେ ହତ୍ୟାକାରୀଙ୍କୁ ୧୫ ଦିନ ପାଇଁ ପାରୋଲରେ ମୁକ୍ତ କରିବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ସେ ତାଙ୍କ ପ୍ରେମିକାଙ୍କୁ ବିବାହ କରିପାରିବେ। ହତ୍ୟା ମାମଲାରେ ଦୋଷୀ ଆନନ୍ଦଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ତାଙ୍କ ମା ଏବଂ ପ୍ରେମିକା କୋର୍ଟଙ୍କ ଦ୍ୱାରାସ୍ଥ ହୋଇଥିଲେ। ଏହି ଆବେଦନରେ କୁହାଯାଇଥିଲା ଯେ ପ୍ରେମିକା ଜଣକ ବାଧ୍ୟ ହୋଇ ଅନ୍ୟ କାହାକୁ ବିବାହ କରିବେ, ତେଣୁ ଆନନ୍ଦଙ୍କୁ ପାରୋଲ ଦିଆଯିବା ଉଚିତ ଯାହା ଦ୍ୱାରା ସେ ତାଙ୍କୁ ବିବାହ କରିପାରିବେ। ତେବେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର କୋର୍ଟଙ୍କୁ କହିଥିଲେ ବିବାହ ପାଇଁ ପାରୋଲ ଅନୁମତି ଦେବାର କୌଣସି ବ୍ୟବସ୍ଥା ନାହିଁ। ଯଦି ବିବାହ ଅନ୍ୟ ଜଣଙ୍କର ହେଉଥାଏ ଏବଂ କାରାଦଣ୍ଡରେ ଦଣ୍ଡିତ ବ୍ୟକ୍ତି ଉପସ୍ଥିତ ରହିବାକୁ ଚାହାଁନ୍ତି, ତେବେ ଏହା ଏକ ଭିନ୍ନ କଥା ହୋଇଥାନ୍ତା।

କୋର୍ଟ କହିଛନ୍ତି, ଅତିରିକ୍ତ ସରକାରୀ ଓକିଲଙ୍କ ଅନୁଯାୟୀ, ଏହି ବ୍ୟକ୍ତି ଜେଲ ନିୟମର ଧାରା ୬୩୬ ଅନୁଯାୟୀ ପାରୋଲର ଅଧିକାର ପାଇପାରିବେ ନାହିଁ। ଜେଲ ମାନୁଆଲର ଧାରା ୬୩୬ ର ଉପ-ଧାରା ୧୨ ଅନ୍ୟାନ୍ୟ ବ୍ୟତିକ୍ରମ ପରିସ୍ଥିତିରେ ପାରୋଲ ପ୍ରଦାନ କରିବାକୁ ଅନୁଷ୍ଠାନର ମୁଖ୍ୟଙ୍କୁ କ୍ଷମତା ପ୍ରଦାନ କରିଥାଏ। ସେଥିପାଇଁ ଏହାକୁ ଏକ ଅସାଧାରଣ ପରିସ୍ଥିତି ବୋଲି ବିବେଚନା କରୁଥିବା ବ୍ୟକ୍ତିଙ୍କୁ ପାରୋଲ ଦେବାକୁ କୋର୍ଟ କହିଛନ୍ତି। ଆନନ୍ଦଙ୍କ ମା ରତ୍ନାମ ଏବଂ ପ୍ରେମିକା ନୀତା ଜି. ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନୀତା ପିଟିଶନରେ କହିଥିଲେ ଯେ ତାଙ୍କ୍‌ ବିବାହ ଅନ୍ୟ କାହା ସହିତ ହୋଇଯିବ। ତେଣୁ ବିବାହ କରିବା ପାଇଁ ଆନନ୍ଦଙ୍କୁ ପାରୋଲ ଦିଆଯାଉ।

ସେ ଗତ ନଅ ବର୍ଷ ଧରି ଆନନ୍ଦଙ୍କ ପ୍ରେମରେ ଅଛନ୍ତି ବୋଲି ଆବେଦନରେ କୁହାଯାଇଛି। ଏହି ହତ୍ୟାକାଣ୍ଡ ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ଯାହା ପରେ ୧୦ ବର୍ଷକୁ ହ୍ରାସ କରାଯାଇଥିଲା। ସେ ଦଣ୍ଡାଦେଶର ୬ ବର୍ଷ ପୂରଣ କରିସାରିଛନ୍ତି। ଜେଲର ଡେପୁଟି ଇନ୍ସପେକ୍ଟର ଜେନେରାଲ ତଥା ପାରାପାନା ଆଗ୍ରାହାରା କେନ୍ଦ୍ରୀୟ ଜେଲର ମୁଖ୍ୟ ଅଧୀକ୍ଷକ ନିର୍ଦ୍ଦେଶ ଦେଇଛନ୍ତି ଯେ ଆବେଦନକାରୀଙ୍କ ଆବେଦନକୁ ବିଚାର କରନ୍ତୁ। ଆନନ୍ଦଙ୍କୁ ପାରୋଲରେ ୫ ଏପ୍ରିଲ ୨୦୨୩ ରୁ ୨୦ଏପ୍ରିଲ ୨୦୨୩ ସା ପର୍ଯ୍ୟନ୍ତ ମୁକ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri