Posted inଖେଳ

ଜାଭେଲିନ୍‌ ଛାଡ଼ି କ୍ରିକେଟକୁ ପସନ୍ଦ କରିଥିଲେ ହାଜେଲଉଡ୍‌

ଜୋଶ୍‌ ହାଜେଲଉଡ୍‌ କ୍ରିକେଟ ଜଗତରେ ଏକ ପରିଚିତ ନାମ। ଅଷ୍ଟ୍ରେଲିଆର ଏହି ଦ୍ରୁତ ବୋଲର ଇତିମଧ୍ୟରେ ୫୯ ଟେଷ୍ଟ, ୬୯ ଦିନିକିଆ ଓ ୪୧ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଛନ୍ତି। ଟେଷ୍ଟରେ ୨୦୦, ଦିନିକିଆରେ ୧୦୦ ଓ ଟି୨୦ରେ ୫୦ ଉଇକେଟ ପୂରଣ କରିସାରିଥିବା ଏହି ତାରକା ବୋଲର ଆଗକୁ ଆହୁରି ଅନେକ ରେକର୍ଡ କରିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ହେଲେ ଅନେକ ହୁଏତ ଜାଣି ନ ଥିବେ ଯେ ହାଜେଲ୍‌ଉଡ୍‌ ସ୍କୁଲ କ୍ୟାରିୟରରେ ଜଣେ କ୍ରିକେଟର ନୁହେଁ ବରଂ ଜଣେ ଜାଭେଲିନ୍‌ ଥ୍ରୋୟରଭାବେ ପରିଚିତ ଥିଲେ। ଆଥଲେଟିକ୍ସ କ୍ୟାରିୟରରେ ସେ ଫିଲ୍ଡ ଇଭେଣ୍ଟ ପ୍ରତି ବିଶେଷ ଆଗ୍ରହୀ ଥିଲେ। କ୍ରମେ ଜାଭେଲିନ୍‌ ଥ୍ରୋ ଉପରେ ସେ ଫୋକସ କରିଥିଲେ। ମାତ୍ର ପରେ କ୍ରିକେଟ ପ୍ରତି ଆକୃଷ୍ଟ ହୋଇଥିଲେ। ଏହାର କାରଣ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। କାରଣ କ୍ରିକେଟ ଏକ ଟିମ୍‌ ଗେମ୍‌। ଏଥିରେ ଜଣେ ଖେଳାଳି ଖରାପ ଖେଳିଲେ ମଧ୍ୟ ସଫଳତା ପାଇପାରିବ, କାରଣ ସାଥୀ ଖେଳାଳିଙ୍କ ସଫଳତାରେ ସେ ଭାଗୀଦାର ହୋଇପାରିବ।
ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପକ୍ଷରୁ ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି ହାଜେଲଉଡ୍‌। ମାତ୍ର ଆହତ ସମସ୍ୟା ଯୋଗୁ ସେ ଏପର୍ଯ୍ୟନ୍ତ ଦଳସହ ଯୋଗ ଦେଇପାରି ନାହାନ୍ତି। ଚଳିତ ମାସ ଶେଷ ସପ୍ତାହରେ ସେ ଆର୍‌ସିବି ଦଳରେ ସାମିଲ ହେବା ସମ୍ଭାବନା ରହିଛି। ଗତ ସଂସ୍କରଣ (୨୦୨୨)ରେ ସେ ଆର୍‌ସିବିକୁ ପ୍ଲେ-ଅଫ୍‌କୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୨୦ଟି ଉଇକେଟ ହାସଲ କରିଥିଲେ ଏହି ୩୨ ବର୍ଷୀୟ ଖେଳାଳି। ନିଜ କ୍ୟାରିୟର ସମ୍ପର୍କରେ ହାଜେଲଉଡ୍‌ କହିଛନ୍ତି ଯେ, ”କ୍ରିକେଟ ହେଉଛି ମୋର ପ୍ରଥମ ପସନ୍ଦ। ମୋତେ ଯେତେବେଳେ ୧୫-୧୬ ବର୍ଷ ହୋଇଥିଲା ସେତେବେଳେ ଏକ ଦୃଢ଼ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଅନୁଭବ କରିଥିଲି। ଶୀତଦିନେ ମୁଁ ଆଥ୍‌ଲେଟିକ୍ସରେ ମନୋନିବେଶ କରି ନିଜକୁ ଫିଟ୍‌ ରଖିଥିଲି। ମୋ ମତରେ ଆଥ୍‌ଲେଟିକ୍ସ ପରି ବ୍ୟକ୍ତିଗତ କ୍ରୀଡ଼ାରେ ଭଲ ପ୍ରଦର୍ଶନର ଦିନ ଅପେକ୍ଷା ଖରାପ ପ୍ରଦର୍ଶନର ଦିନ ଅଧିକ ରହିଥାଏ। ଏହା ମୋ ମନକୁ ଆନ୍ଦୋଳିତ କରିଥିଲା ଏବଂ ମୁଁ କ୍ରିକେଟକୁ ଚୟନ କରିଥିଲି। କ୍ରିକେଟ ଏକ ଦଳଗତ ଖେଳ ହୋଇଥିବାରୁ ସାଥୀ ଖେଳାଳିଙ୍କ ସହ ମଜାମସ୍ତିରେ ଦିନ କଟିଥାଏ। ମାତ୍ର ଆଥଲେଟିକ୍ସରେ ଅଧିକାଂଶ ସମୟ ଏକୁଟିଆ କାଟିବାକୁ ହୋଇଥାଏ“। ସେ ଆହୁରି ମଧ୍ୟ କହିଛନ୍ତି ଯେ, ”ବ୍ୟକ୍ତିଗତ କ୍ରୀଡ଼ା ବହୁତ କଷ୍ଟସାଧ୍ୟ। ଏହାକୁ ମୁଁ କେବେହେଲେ ଦୀର୍ଘଦିନଧରି କ୍ୟାରିୟର କରିପାରି ନ ଥାନ୍ତି। ପ୍ରଦର୍ଶନ ଦୃଷ୍ଟିରୁ ଏଥିରେ ଭଲ ଅପେକ୍ଷ ମନ୍ଦ ଦିନ ଅଧିକ ରହିଥାଏ। ଜଣେ ଯଦି ଟିମ୍‌ ଇଭେଣ୍ଟକୁ କ୍ୟାରିୟର କରିବ ତେବେ ଭଲ ଓ ମନ୍ଦ ଦିନ ୫୦-୫୦ ରହିବ। ଏଥିରେ ବିଜୟ କିମ୍ବା ପରାଜୟରେ ମାନସିକତା ଦୃଷ୍ଟିରୁ ବିଶେଷ ପ୍ରଭାବ ନ ଥାଏ। ଏପରିକି ଜଣେ କୌଣସି ଦିନ କିମ୍ବା ସପ୍ତାହରେ ଖରାପ ଖେଳିଲେ ମଧ୍ୟ ସାଥୀ ଖେଳାଳିଙ୍କ ସଫଳତାକୁ ଉପଭୋଗ କରିପାରିବ। ମୁଁ ବିଭିନ୍ନ ଦଳରେ କେବଳ ନିଜର ନୁହେଁ ସାଥୀ ଖେଳାଳିଙ୍କ ସଫଳତାକୁ ମଧ୍ୟ ମନଭରି ଉପଭୋଗ କରି ଆସିଛି“।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଓଡ଼ିଆ ପୁଅଙ୍କୁ ମିଳିଲା ବଡ଼ ସଫଳତା: ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ୱର,୧୧।୨: ଏସିଆ ପାସିଫିକ୍‌ ଡାଉନ ସିଣ୍ଡ୍ରୋମ୍‌ ଗେମ୍ସ ଚେନ୍ନାଇର ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ପୁଅ ଜୟଜୀବନ ପାଣିି(୧୧)ଙ୍କୁ ମିଳିଛି ବଡ଼ ସଫଳତା। ଜୟଜୀବନ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ବାଜି ମାରିଲା ପାକିସ୍ତାନ, ଭାରତକୁ ପକାଇଲା ପଛରେ…

ନୂଆଦିଲ୍ଲୀ,୧୧।୨: ଫେବୃଆରୀ ୧୦ ତାରିଖରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ ପରେ, ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରୁପ A ରେ, ପାକିସ୍ତାନ କେବଳ ଯୁକ୍ତରାଷ୍ଟ୍ରକୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଳା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri