ଆସିଲ ଡରାଇଲା ଭଳି ରିପୋର୍ଟ:ଓଡ଼ିଶାର ୧୫ ଜିଲା ଭୂତଳଜଳରେ ବିପଜ୍ଜନକ ନାଇଟ୍ରେଟ୍‌

ନୂଆଦିଲ୍ଲୀ,୩ା୧:ଦେଶବ୍ୟାପୀ ୪୪୦ ଜିଲାର ଭୂତଳଜଳରେ ନାଇଟ୍ରେଟ୍‌ ମାତ୍ରା ଅଧିକ ରହିଛି। ତନ୍ମଧ୍ୟରେ ଓଡ଼ିଶାର ୧୫ ଜିଲା ରହିଛି। ଏହି ଜିଲାଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗୀର, ବରଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼। ସଂଗୃହୀତ ନମୁନାଗୁଡ଼ିକ ମଧ୍ୟରୁ ୨୦ ପ୍ରତିଶତରେ ଅନୁମତିଯୋଗ୍ୟ ନାଇଟ୍ରେଟ୍‌ ସାନ୍ଦ୍ରତାଠାରୁ ଅଧିକ ଉପାଦାନ ରହିଛି, ଯାହାକି ଜନସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ। ବିଶେଷକରି ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଏହା ହାନିକାରକ ବୋଲି ସେଣ୍ଟ୍ରାଲ ଗ୍ରାଉଣ୍ଡ୍‌ଓ୍ବାଟର ବୋର୍ଡ (ସିଜିଡବ୍ଲ୍ୟୁବି) ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଭୂତଳଜଳରେ ନାଇଟ୍ରେଟ୍‌ଜନିତ ପ୍ରଦୂଷଣ କେବଳ ମାନବ ସମାଜ ପାଇଁ ନୁହେଁ, ପରିବେଶ ଲାଗି ମଧ୍ୟ କ୍ଷତିକାରକ। ବିଶେଷକରି ନାଇଟ୍ରୋଜେନ୍‌ଯୁକ୍ତ ସାର ବ୍ୟବହାର ଓ ପ୍ରାଣୀଙ୍କ ବର୍ଜ୍ୟ ବ୍ୟବହୃତ କୃଷିପ୍ରଧାନ ଅଞ୍ଚଳରେ ନାଇଟ୍ରେଟ୍‌ର ମାତ୍ରା ବେଶି ରହିଲେ ବିପଦ ଆଶଙ୍କା ମଧ୍ୟ ଅଧିକ ରହିଥାଏ। ଏହି ବିଷୟ ଆନୁଆଲ ଗ୍ରାଉଣ୍ଡ୍‌ଓ୍ବାଟର କ୍ୱାଲିଟି ରିପୋର୍ଟ-୨୦୨୪ରେ ପ୍ରଘଟ ହୋଇଛି। ଏହି ବାର୍ଷିକ ରିପୋର୍ଟରେ ଆହୁରି କୁହାଯାଇଛି, ୯.୦୪% ନମୁନାରେ ଫ୍ଲୋରାଇଡ୍‌ ସ୍ତର ନିରାପତ୍ତା ସୀମାଠାରୁ ଅଧିକ ରହିଛି। ଅନୁମତିଯୋଗ୍ୟ ମାତ୍ରାଠାରୁ ଅଧିକ ଫ୍ଲୋରାଇଡ୍‌ ଉପାଦାନ ମିଳିଥିବା ଓଡ଼ିଶାର ୧୦ ଜିଲା ହେଲା, ଅନୁଗୋଳ, ବଲାଙ୍ଗୀର ବରଗଡ଼, ଝାରସୁଗୁଡ଼ା, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼। ସେହିପରି ୩.୫୫% ସାମ୍ପୁଲରେ ଆର୍ସେନିକ୍‌ ମାତ୍ରା ଅଧିକ ରହିଥିବା ଜଣାପଡ଼ିଛି।
୨୦୨୩ ମେ’ରେ ସାରା ଦେଶର ୧୫,୨୫୯ ସ୍ଥାନକୁ ଭୂତଳଜଳ ଅନୁଧ୍ୟାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଚୟନ କରାଯାଇଥିଲା। ସେଗୁଡ଼ିକ ମଧ୍ୟରୁ ୨୫% କୂଅ (ବିଆଇଏସ୍‌ ୧୦୫୦୦ ଅନୁସାରେ ଅଧିକାଂଶ ବିପଦପୂର୍ଣ୍ଣ) ରହିଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ୪,୯୮୨ ଟ୍ରେଣ୍ଡ୍‌ ଷ୍ଟେଶନ୍‌ରେ ଭୂତଳଜଳକୁ ମୌସୁମୀ ପୂର୍ବରୁ ଓ ପରେ ଏହାର ପ୍ରଭାବ ସମ୍ପର୍କିତ ପରୀକ୍ଷା କରାଯାଇଥିଲା। ରିପୋର୍ଟରୁ ଜଣାପଡ଼ିଛି ଯେ, ଜଳର ୨୦% ନମୁନାରେ ନାଇଟ୍ରେଟ୍‌ ସୀମା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାଡର୍‌ସ (ବିଆଇଏସ୍‌) ଦ୍ୱାରା ପାନୀୟ ଜଳ ସକାଶେ ନିର୍ଦ୍ଧାରିତ ଲିଟର ପିଛା (ଏମ୍‌ଜି/ଏଲ୍‌) ୪୫ ମିଲିଗ୍ରାମଠାରୁ ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri