ପାଖରେ ନାହିଁ ଅର୍ଥ, ଝିଅର ଚିକିତ୍ସା ପାଇଁ  ସହାୟତା ନିବେଦନ କଲେ ମା’

ଛତ୍ରପୁର,୧୯।୧୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ବାସିନ୍ଦା ପ୍ରିୟଙ୍କା ଗୌଡ଼ଙ୍କ ଝିଅ  ଶ୍ରୀୟା ଦୀର୍ଘ ୧୦ ବର୍ଷ ହେବ ମସ୍ତିଷ୍କ ବିକୃତି ରୋଗରେ ପୀଡିତ ଅଛନ୍ତି । ଏଣୁ ସରକାରୀ ଆର୍ଥିକ ସାହାଯ୍ୟ ପ୍ରଦାନ ପାଇଁ ଜିଲାପାଳଙ୍କୁ ପ୍ରିୟଙ୍କା  ନିବେଦନ କରିଛନ୍ତି । ତାଙ୍କ ଝିଅ କଥାବାର୍ତ୍ତା କରିପାରୁ ନାହାନ୍ତି । ବିଭିନ୍ନ ସରକାରୀ ଡାକ୍ତରଖାନାରେ ଏବେବି ଚିକିତ୍ସା ଚାଲିଛି। ଏହି ଚିକିତ୍ସା ପାଇଁ ଲକ୍ଷାଧିକ ଅର୍ଥ ଖର୍ଚ୍ଚ ହୋଇ ସାରିଲାଣି। ତାଙ୍କ ସ୍ବାମୀ ଦିନ ମଜୁରିଆ କାମ କରି ପରିବାର ପ୍ରତି ପୋଷଣ କରିବା ସହ ସେହିଥିରୁ ଝିଅର ଚିକିତ୍ସା ଖର୍ଚ୍ଚ ତୁଲାଇଥାନ୍ତି।
ପ୍ରକାଶ ଥାଉକି, ବର୍ତ୍ତମାନ ପର୍ଯ୍ୟନ୍ତ ଝିଅ କଥାବାର୍ତ୍ତା କରିପାରୁ ନାହାନ୍ତି କି ଚଲାବୁଲା କରିପାରୁନାହାନ୍ତି। ଏ ନେଇ ତାଙ୍କ ପରିବାରରେ ଆର୍ଥିକ ସଙ୍କଟ ଓ ମାନସିକ ଅଶାନ୍ତି ବଢ଼ିବା ସହିତ ପ୍ରିୟଙ୍କା ଏକ ପ୍ରକାର ଭାଙ୍ଗିପଡ଼ିଛନ୍ତି। ବ୍ରହ୍ମପୁର ସରକାରୀ ଓ ବେସରକାରୀ, ଭୁବନେଶ୍ୱର, ଓଲଟପୁର ଓ ବେଙ୍ଗାଲୁରୁ ଡାକ୍ତରଖାନାରୁ  ଚିକିତ୍ସା ହୋଇ ମଧ୍ୟ କୌଣସି ସୁଫଳ ମିଳପାରିିନାହିଁ । ସରକାରୀ ଆର୍ଥିକ ସହାୟତା ମିଳିଲେ  ଝିଅର ଚିକିତ୍ସା କରାଇ ପାରିବେ ବୋଲି କୋହଭରା କଣ୍ଠରେ ପ୍ରିୟଙ୍କା କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

ଦିଗପହଣ୍ଡିରେ କାଳବୈଶାଖୀ: ଝଡ଼ବର୍ଷା ସାଙ୍ଗକୁ ପଡ଼ିଲା କୁଆପଥର

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୨ ଯାଏ କାଳ ବୈଶାଖୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri