ପୁଣି କିଛି ଶିଖୁନାହାନ୍ତି

ଉତ୍ତରାଖଣ୍ଡର ଧରାଲିଠାରେ ୫ ଅଗଷ୍ଟରେ ବାଦଲଫଟା ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ହଠାତ୍‌ ବନ୍ୟାରେ ୧୦ ଜଣଙ୍କ ମତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ କୁହାଯାଉଥିବା ବେଳେ ୧୦୦ରୁ ଅଧିକ ଗ୍ରାମବାସୀ ଓ ପର୍ଯ୍ୟଟକ ନିଖୋଜ ଅଛନ୍ତି ଏବଂ ଅସଂଖ୍ୟ ଘର ଭାସିଯାଇଛି। ଏହାର କରାଳତାର ଭିଡିଓ ଦୃଶ୍ୟରୁ ସବୁ ଅନୁମାନଯୋଗ୍ୟ ଯେ, ମୃତକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଥିବ। ଯେଉଁଭଳି ଭାବେ ବର୍ଷାର ପ୍ରଖରତା ଦେଖିବାକୁ ମିଳିଛି ଓ ଘରଗୁଡ଼ିକ ଫୁଟବଲ ଭଳି ଓଲଟି ପଡ଼ୁଛନ୍ତି, ତାହା ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ନୂଆକରି ସୃଷ୍ଟି ହୋଇଥିବା ଚାରିଧାମର ଅନ୍ୟତମ ଆଧ୍ୟାତ୍ମିକ କେନ୍ଦ୍ର ଗଙ୍ଗୋତ୍ରୀ ଯିବା ଲାଗି ଧରାଲି ମୁଖ୍ୟ ରହଣିସ୍ଥଳ ହୋଇଥିବାରୁ ସେଠାରେ ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟ ଅଛି। ସେଗୁଡ଼ିକ ଉପରେ ବନ୍ୟା ଜଳ ମାଡ଼ିଯିବା ଯୋଗୁ କ୍ଷୟକ୍ଷତି ନିଶ୍ଚିତ ଭାବେ ବଢ଼ିବା ଆଶଙ୍କା ସୃଷ୍ଟି କରିଛି। ଏଠାରେ ମନେପଡ଼େ ୨୦୧୩ ଜୁନ୍‌ରେ ସେହି ଉତ୍ତରାଖଣ୍ଡର କେଦାରନାଥରେ ବାଦଲଫଟା ବର୍ଷାଜନିତ ବନ୍ୟା ଯୋଗୁ ୬,୦୦୦ ଲୋକଙ୍କ ଜୀବନଯିବା ଘଟଣା। ପ୍ରାକୃତିକ ପରିବେଶକୁ ମଣିଷ ଧ୍ୱଂସ କରି ଗଢ଼ୁଥିବା ବିକାଶମୂଳକ କାର୍ଯ୍ୟର ପରିଣତି କେତେ ଭୟାବହ ହୋଇପାରେ ତାହା ସେତେବେଳେ ଥିଲା ସତର୍କଘଣ୍ଟି । ହେଲେ ମଣିଷ ସେଥିରୁ କିଛି ନ ଶିଖି ସେହିଭଳି ଉତ୍‌ପାତିଆ ଢଙ୍ଗରେ ପରିବେଶ ଉପରେ ଆକ୍ରମଣ ଜାରି ରଖିବାର ଉପରଲିଖିତ ଘଟଣା ସୂଚାଉଛି। ରାସ୍ତାଠାରୁ ଆରମ୍ଭ କରି ନଦୀ ଓ ତଟବର୍ତ୍ତୀ ଅଞ୍ଚଳରେ ଅସଂଖ୍ୟ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରିବା ଯୋଗୁ ପରିବେଶଗତ ଭାରସାମ୍ୟ ଦୋହଲି ଯାଇଛି। ତାହାର ସିଧାସଳଖ ପ୍ରଭାବ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଛି। ନିକଟରେ ଏକ ତଥ୍ୟରୁ ଜଣାପଡ଼ିଛି ଯେ, ହିମାଚଳ ପ୍ରଦେଶରେ ଭୂସ୍ଖଳନ, ହଠାତ୍‌ ବନ୍ୟା ଓ ରାସ୍ତା ଧୋଇଯିବା ଯୋଗୁ ଚଳିତବର୍ଷ ଜୁନ୍‌ ପରଠାରୁ ଏବେ ସୁଦ୍ଧା ୧୯୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ଉତ୍ତରାଖଣ୍ଡରେ ଜୁନ୍‌ ପରଠାରୁ ୬୫ରୁ ଅଧିକ ଲୋକଙ୍କର ସମାନ ପ୍ରକାର ଅଘଟଣ ଯୋଗୁ ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ତୁଳନାରେ ଚଳିତ ବର୍ଷା ଋତୁରେ ଘଟିଥିବା ମୃତ୍ୟୁ ସଂଖ୍ୟାକୁ ହିସାବ କଲେ ତାହା ଦୁଇଗୁଣ ଅଧିକ।
ଏଭଳି ପରିପ୍ରେକ୍ଷୀରେ ହିମାଚଳ ପ୍ରଦେଶର ଅନିୟନ୍ତ୍ରିତ ବିକାଶ ଯୋଗୁ ଘଟୁଥିବା ପରିବେଶଗତ ଭାରସାମ୍ୟର ଦ୍ରୁତ ଅଧୋଗତିକୁ ଲକ୍ଷ୍ୟ କରି ୨ ଅଗଷ୍ଟରେ ସୁପ୍ରିମକୋର୍ଟ କହିଥିଲେ, ଯଦି ଏହାକୁ ଭବିଷ୍ୟତରେ ରୋକା ନ ଯାଏ ତେବେ ଭାରତ ମାନଚିତ୍ରରୁ ଏହି ରାଜ୍ୟ ନିଶ୍ଚିହ୍ନ ହୋଇଯିବ। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ରାଜସ୍ବ ସଂଗ୍ରହ ବଦଳରେ ସ୍ଥାୟୀ ପରିସଂସ୍ଥାନଗତ ସୁରକ୍ଷାକୁ ଅଗ୍ରପ୍ରାଧାନ୍ୟ ଦେବା ଦରକାର। ସର୍ବୋଚ୍ଚ ଅଦାଲତଙ୍କ ଏଭଳି ସତର୍କ ସୂଚନାର ୩ ଦିନ ପରେ ଉତ୍ତରାଖଣ୍ଡରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ସେଥିରୁ ହିମାଳୟ ଅଞ୍ଚଳର ଜୈବ ବିବିଧତାପୂର୍ଣ୍ଣ ଏହି ଦୁଇ ରାଜ୍ୟର ଭଙ୍ଗୁର ଭୂମି କେତେ ଧ୍ୱଂସପ୍ରବଣ ତାହା ବୁଝିହେଉଛି। ମଣିଷ ଲୋଭ ସମ୍ବରଣ କରି ପ୍ରକୃତିର ସୁରକ୍ଷା ଦିଗରେ କାର୍ଯ୍ୟ କଲେ ଯାଇ ତିଷ୍ଠି ରହିବ। ଯଦି ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକରୁ କିଛି ନ ଶିଖିବ, ତେବେ ପ୍ରତ୍ୟେକ ବର୍ଷ ଏହି ଭୁଲ୍‌ କାର୍ଯ୍ୟରେ ସମ୍ପୃକ୍ତ ନ ଥିବା ଲୋକଙ୍କ ପ୍ରାଣ ଯାଉଥିବ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

କାହିଁକି ଷ୍ଟାଡ଼ିୟମରେ ହେଲା ହଙ୍ଗାମା, କାହିଁକି ରାଗିଲେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକେ, ସରକାର ନେଲେ କି…

କୋଲକାତା,୧୩।୧୨: ଶନିବାର ସକାଳେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ। GOAT ଇଣ୍ଡିଆ...

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri