ପୁଣି କିଛି ଶିଖୁନାହାନ୍ତି

ଉତ୍ତରାଖଣ୍ଡର ଧରାଲିଠାରେ ୫ ଅଗଷ୍ଟରେ ବାଦଲଫଟା ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ହଠାତ୍‌ ବନ୍ୟାରେ ୧୦ ଜଣଙ୍କ ମତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ କୁହାଯାଉଥିବା ବେଳେ ୧୦୦ରୁ ଅଧିକ ଗ୍ରାମବାସୀ ଓ ପର୍ଯ୍ୟଟକ ନିଖୋଜ ଅଛନ୍ତି ଏବଂ ଅସଂଖ୍ୟ ଘର ଭାସିଯାଇଛି। ଏହାର କରାଳତାର ଭିଡିଓ ଦୃଶ୍ୟରୁ ସବୁ ଅନୁମାନଯୋଗ୍ୟ ଯେ, ମୃତକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଥିବ। ଯେଉଁଭଳି ଭାବେ ବର୍ଷାର ପ୍ରଖରତା ଦେଖିବାକୁ ମିଳିଛି ଓ ଘରଗୁଡ଼ିକ ଫୁଟବଲ ଭଳି ଓଲଟି ପଡ଼ୁଛନ୍ତି, ତାହା ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ନୂଆକରି ସୃଷ୍ଟି ହୋଇଥିବା ଚାରିଧାମର ଅନ୍ୟତମ ଆଧ୍ୟାତ୍ମିକ କେନ୍ଦ୍ର ଗଙ୍ଗୋତ୍ରୀ ଯିବା ଲାଗି ଧରାଲି ମୁଖ୍ୟ ରହଣିସ୍ଥଳ ହୋଇଥିବାରୁ ସେଠାରେ ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟ ଅଛି। ସେଗୁଡ଼ିକ ଉପରେ ବନ୍ୟା ଜଳ ମାଡ଼ିଯିବା ଯୋଗୁ କ୍ଷୟକ୍ଷତି ନିଶ୍ଚିତ ଭାବେ ବଢ଼ିବା ଆଶଙ୍କା ସୃଷ୍ଟି କରିଛି। ଏଠାରେ ମନେପଡ଼େ ୨୦୧୩ ଜୁନ୍‌ରେ ସେହି ଉତ୍ତରାଖଣ୍ଡର କେଦାରନାଥରେ ବାଦଲଫଟା ବର୍ଷାଜନିତ ବନ୍ୟା ଯୋଗୁ ୬,୦୦୦ ଲୋକଙ୍କ ଜୀବନଯିବା ଘଟଣା। ପ୍ରାକୃତିକ ପରିବେଶକୁ ମଣିଷ ଧ୍ୱଂସ କରି ଗଢ଼ୁଥିବା ବିକାଶମୂଳକ କାର୍ଯ୍ୟର ପରିଣତି କେତେ ଭୟାବହ ହୋଇପାରେ ତାହା ସେତେବେଳେ ଥିଲା ସତର୍କଘଣ୍ଟି । ହେଲେ ମଣିଷ ସେଥିରୁ କିଛି ନ ଶିଖି ସେହିଭଳି ଉତ୍‌ପାତିଆ ଢଙ୍ଗରେ ପରିବେଶ ଉପରେ ଆକ୍ରମଣ ଜାରି ରଖିବାର ଉପରଲିଖିତ ଘଟଣା ସୂଚାଉଛି। ରାସ୍ତାଠାରୁ ଆରମ୍ଭ କରି ନଦୀ ଓ ତଟବର୍ତ୍ତୀ ଅଞ୍ଚଳରେ ଅସଂଖ୍ୟ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରିବା ଯୋଗୁ ପରିବେଶଗତ ଭାରସାମ୍ୟ ଦୋହଲି ଯାଇଛି। ତାହାର ସିଧାସଳଖ ପ୍ରଭାବ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଛି। ନିକଟରେ ଏକ ତଥ୍ୟରୁ ଜଣାପଡ଼ିଛି ଯେ, ହିମାଚଳ ପ୍ରଦେଶରେ ଭୂସ୍ଖଳନ, ହଠାତ୍‌ ବନ୍ୟା ଓ ରାସ୍ତା ଧୋଇଯିବା ଯୋଗୁ ଚଳିତବର୍ଷ ଜୁନ୍‌ ପରଠାରୁ ଏବେ ସୁଦ୍ଧା ୧୯୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ଉତ୍ତରାଖଣ୍ଡରେ ଜୁନ୍‌ ପରଠାରୁ ୬୫ରୁ ଅଧିକ ଲୋକଙ୍କର ସମାନ ପ୍ରକାର ଅଘଟଣ ଯୋଗୁ ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ତୁଳନାରେ ଚଳିତ ବର୍ଷା ଋତୁରେ ଘଟିଥିବା ମୃତ୍ୟୁ ସଂଖ୍ୟାକୁ ହିସାବ କଲେ ତାହା ଦୁଇଗୁଣ ଅଧିକ।
ଏଭଳି ପରିପ୍ରେକ୍ଷୀରେ ହିମାଚଳ ପ୍ରଦେଶର ଅନିୟନ୍ତ୍ରିତ ବିକାଶ ଯୋଗୁ ଘଟୁଥିବା ପରିବେଶଗତ ଭାରସାମ୍ୟର ଦ୍ରୁତ ଅଧୋଗତିକୁ ଲକ୍ଷ୍ୟ କରି ୨ ଅଗଷ୍ଟରେ ସୁପ୍ରିମକୋର୍ଟ କହିଥିଲେ, ଯଦି ଏହାକୁ ଭବିଷ୍ୟତରେ ରୋକା ନ ଯାଏ ତେବେ ଭାରତ ମାନଚିତ୍ରରୁ ଏହି ରାଜ୍ୟ ନିଶ୍ଚିହ୍ନ ହୋଇଯିବ। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ରାଜସ୍ବ ସଂଗ୍ରହ ବଦଳରେ ସ୍ଥାୟୀ ପରିସଂସ୍ଥାନଗତ ସୁରକ୍ଷାକୁ ଅଗ୍ରପ୍ରାଧାନ୍ୟ ଦେବା ଦରକାର। ସର୍ବୋଚ୍ଚ ଅଦାଲତଙ୍କ ଏଭଳି ସତର୍କ ସୂଚନାର ୩ ଦିନ ପରେ ଉତ୍ତରାଖଣ୍ଡରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ସେଥିରୁ ହିମାଳୟ ଅଞ୍ଚଳର ଜୈବ ବିବିଧତାପୂର୍ଣ୍ଣ ଏହି ଦୁଇ ରାଜ୍ୟର ଭଙ୍ଗୁର ଭୂମି କେତେ ଧ୍ୱଂସପ୍ରବଣ ତାହା ବୁଝିହେଉଛି। ମଣିଷ ଲୋଭ ସମ୍ବରଣ କରି ପ୍ରକୃତିର ସୁରକ୍ଷା ଦିଗରେ କାର୍ଯ୍ୟ କଲେ ଯାଇ ତିଷ୍ଠି ରହିବ। ଯଦି ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକରୁ କିଛି ନ ଶିଖିବ, ତେବେ ପ୍ରତ୍ୟେକ ବର୍ଷ ଏହି ଭୁଲ୍‌ କାର୍ଯ୍ୟରେ ସମ୍ପୃକ୍ତ ନ ଥିବା ଲୋକଙ୍କ ପ୍ରାଣ ଯାଉଥିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri