ଆପଣଙ୍କ ପାଖରେ ୨ଟି କ୍ରେଡିଟ୍‌ କାର୍ଡ ଅଛି କି? ମିଳିବ ଏହି ୫ ଲାଭ, ଜାଣନ୍ତୁ କିଭଳି…

ନୂଆଦିଲ୍ଲୀ,୨୫।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଜାରି ନୂଆ ତଥ୍ୟ ଅନୁଯାୟୀ, ୨୦୨୫ ଜୁଲାଇରେ ଦେଶରେ ମୋଟ କ୍ରେଡିଟ କାର୍ଡ ଖର୍ଚ୍ଚ ୧.୯୩ ଲକ୍ଷ କୋଟି ଟଙ୍କା ଥିଲା, ଯାହା ଜୁନ ୨୦୨୫ରେ ୧.୮୩ ଲକ୍ଷ କୋଟି ଟଙ୍କା ହୋଇଥିଲା। ଅର୍ଥାତ ଏକ ମାସରେ ପ୍ରାୟ ୬% ବୃଦ୍ଧି ହୋଇଛି। ଏହା ସହିତ, ୨୦୨୪ ଜୁଲାଇରେ ଏହା ୧.୭୨ ଲକ୍ଷ କୋଟି ଟଙ୍କା ଥିଲା, ଯାହାରୁ ବାର୍ଷିକ ୧୨% ବୃଦ୍ଧି ନଜର ଆସିଛି। ଏହି ବଢ଼ୁଥିବା ଖର୍ଚ୍ଚରେ, ଦୁଇଟି କ୍ରେଡିଟ କାର୍ଡ ରଖିବାର ଅନେକ ଲାଭ ହୋଇପାରେ। ଆସନ୍ତୁ ଜାଣିବା କେମିତି?

କ୍ରେଡିଟ କାର୍ଡର ଲାଭ: ଭଲ ରିୱାର୍ଡ
ଦୁଇଟି କ୍ରେଡିଟ କାର୍ଡ ଥିବା ଦ୍ୱାରା ଆପଣ ଏକ କାର୍ଡକୁ ଗ୍ରୋସେରୀ ଏବଂ ଦୈନିକ କିଣିବା ପାଇଁ ବ୍ୟବହାର କରିପାରିବେ, ଯାହା କ୍ୟାଶବ୍ୟାକ୍‌ ଦେଇଥାଏ, ଏବଂ ଅନ୍ୟ କାର୍ଡକୁ ଅନଲାଇନ ସପିଙ୍ଗ, ଯାତ୍ରା କିମ୍ବା ଅନ୍ୟ ବିଶେଷ ଖର୍ଚ୍ଚ ପାଇଁ ବ୍ୟବହାର କରିପାରିବେ। ଏହା ଦ୍ୱାରା ଅଧିକ ରିୱାର୍ଡ ପଏଣ୍ଟ ମିଳିପାରେ ଏବଂ ଲାଭ ଅଧିକ ହୋଇପାରେ।

କ୍ରେଡିଟ କାର୍ଡର ଲାଭ: କ୍ରେଡିଟ ସ୍କୋର
କ୍ରେଡିଟ ସ୍କୋର ଆପଣଙ୍କ ଆର୍ଥିକ ଅବସ୍ଥାର ଏକ ଆଇନା। ଦୁଇଟି କାର୍ଡ ଥିବା ଦ୍ୱାରା କ୍ରେଡିଟ ଲିମିଟ୍‌ ବଢ଼ିଯାଏ, ଯାହା ଦ୍ୱାରା କ୍ରେଡିଟ ବ୍ୟବହାର ଅନୁପାତ କମ ହୁଏ। ସମୟ ଅନୁସାରେ ପେମେଣ୍ଟ କରି ଆପଣ ଭଲ କ୍ରେଡିଟ ହିଷ୍ଟ୍ରି ତିଆରି କରିପାରିବେ, ଯାହା ଭବିଷ୍ୟତରେ ଲୋନ ଏବଂ ଅନ୍ୟ ଆର୍ଥିକ ଉତ୍ପାଦଗୁଡ଼ିକରେ ସାହାଯ୍ୟକାରୀ ହେବ।

କ୍ରେଡିଟ କାର୍ଡର ଲାଭ: ଅନେକ ସୁବିଧା
ଦୁଇଟି କାର୍ଡ ରଖିବା ଦ୍ୱାରା ଆପଣ ଉଭୟ କାର୍ଡର ଭିନ୍ନ ଭିନ୍ନ ଲାଭଗୁଡ଼ିକର ଉପଯୋଗ ନେଇପାରିବେ, ଯେପରି:- ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ, ଡାଇନିଙ୍ଗ ଡିସ୍କାଉଣ୍ଟ, ଟ୍ରାଭେଲ ଇନ୍ସୁରାନ୍ସ, ହୋଟେଲ ଏବଂ ଏୟାର୍ଲାଇସ୍‌ର ଲୟାଲିଟିି ପ୍ରୋଗ୍ରାମ୍‌ଗୁଡ଼ିକ। ଆପଣ ଉଭୟ କାର୍ଡର ପଲିସିଗୁଡ଼ିକୁ ମିଶାଇ ଏକ ବିସ୍ତୃତ ବୀମା କଭରେଜ ମଧ୍ୟ ତିଆରି କରିପାରିବେ।

କ୍ରେଡିଟ କାର୍ଡର ଲାଭ: ଖର୍ଚ୍ଚ ଟ୍ରାକିଙ୍ଗ ଏବଂ ଭଲ ସୁରକ୍ଷା
ଆପଣ ଏକ କାର୍ଡକୁ ଦୈନିକ ଖର୍ଚ୍ଚ ପାଇଁ ଏବଂ ଅନ୍ୟକୁ ଉଚ୍ଚ-ମୂଲ୍ୟବାନ କିମ୍ବା ଅନଲାଇନ ଟ୍ରାନ୍ସାକ୍ସନ୍‌ଗୁଡ଼ିକ ପାଇଁ ର୍ନିଦ୍ଧାରଣ କରିପାରିବେ। ଏହା ଦ୍ୱାରା ନା କେବଳ ସୁରକ୍ଷା ବଢ଼େ, ବରଂ ଖର୍ଚ୍ଚକୁ ଟ୍ରାକ କରିବା ମଧ୍ୟ ସହଜ ହୁଏ। ଅନଲାଇନ ଧୋଖାଧଡ଼ିର ଜୋଖମ ମଧ୍ୟ ସୀମିତ ହୁଏ।

କ୍ରେଡିଟ କାର୍ଡର ଲାଭ: ବ୍ୟାକ-ଅପ୍‌
ଯଦି ଆପଣଙ୍କର ଏକ କାର୍ଡ ହଜିଯାଏ, ବ୍ଲକ ହୋଇଯାଏ କିମ୍ବା ଅସ୍ବୀକୃତ ହୁଏ, ତେବେ ଅନ୍ୟ କାର୍ଡ ବ୍ୟାକ-ଅପ୍‌ ଭାବେ କାମରେ ଆସିଥାଏ। ଭିନ୍ନ ଭିନ୍ନ ବିଲିଙ୍ଗ ସାଇକଲ ଥିବା ଦ୍ୱାରା ଆପଣ ପେମେଣ୍ଟ ଡେଟ୍ଗୁଡ଼ିକୁ ବିସ୍ତାରିତ କରି ଆପଣଙ୍କ ଖର୍ଚ୍ଚକୁ ଭଲରେ ପରିଚାଳନା କରିପାରିବେ।

କ୍ରେଡିଟ କାର୍ଡ: ଧ୍ୟାନରେ ଦେବା ଭଳି କଥା
କ୍ରେଡିଟ କାର୍ଡ ଅନେକ ଲାଭ ଦେଇଥାଏ, କିନ୍ତୁ ଏଗୁଡ଼ିକ ସହିତ କିଛି ଅଡ଼ୁଆ ମଧ୍ୟ ଜୁଡ଼ିଛି, ଯେପରି:- ଉଚ୍ଚ ସୁଧ ହାର, ଋଣର ଜାଲ, ଲୁଚିଥିବା ଚାର୍ଜ, ଫ୍ରଡ୍ର ବିପଦ, କ୍ରେଡିଟ ସ୍କୋରରେ ଭୁଲ ପ୍ରଭାବ। ତେଣୁ ନୂଆ କ୍ରେଡିଟ କାର୍ଡ ନେବା ପୂର୍ବରୁ ଆର୍ଥିକ ପରାମର୍ଶଦାତାଙ୍କୁ ନିଶ୍ଚୟ ପରାମର୍ଶ ନିଅନ୍ତୁ। ଭାବନା-ବୁଝନ୍ତା ସହ ନିଅନ୍ତୁ ନିଷ୍ପତ୍ତି ଆପଣଙ୍କୁ ଆର୍ଥିକ ଭାବେ ସଶକ୍ତ ଏବଂ ସୁରକ୍ଷିତ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri