ଘର ସାମ୍ନାରେ ଗୁଳିମାଡ କରୁଥିଲେ ଦୁବୃର୍ତ୍ତ, ଝାଡୁ ଧରି ଗୋଡାଇଲେ ମହିଳା

ଚଣ୍ଡିଗଡ,୨୮।୧୧: ହରିୟାଣାର ଭିବାନୀରୁ ଭାଇରାଲ ହେଉଛି ଏକ ସିସିଟିଭିରେ କଏଦ ହୋଇଥିବା ଭିଡିଓ। ଭିଡିଓରେ ଦେଖାଯାଉଛି, ଗୁଳି ମାଡ କରୁଥିବା କିଛି ଶୁଟର୍ସଙ୍କୁ ଜଣେ ମହିଳା ଝାଡୁ ଧରି ବାଡେଇବାକୁ ଗୋଡାଉଛନ୍ତି। ଜଣେ ବ୍ୟକ୍ତିଙ୍କ ଉପରେ ଏହି ଗୁଳିମାଡ ହେଉଛି। ସେ ହେଉଛନ୍ତି ହରି କିଷନ। ରବି ବକ୍ସର ହତ୍ୟା ମାମଲାରେ ହରି ଅଭିଯୁକ୍ତ ଅଛନ୍ତି। ଏହି ହତ୍ୟା ମାମଲାରେ ହରି ବାହାରେ ଅଛନ୍ତି। ସେ ଭିବାନୀର ଡାବର କଲୋନୀରେ ବସବାସ କରୁଛନ୍ତି।

ସଂଧ୍ୟା ସମୟରେ ହରି ନିଜ ଘର ବାହାରେ ଛିଡା ହୋଇଥିଲେ । ଏହି ସମୟରେ କିଛି ଦୁବୃର୍ତ୍ତ ଆସି ତାଙ୍କୁ ଅତର୍କିତ ଭାବେ ଗୁଳିମାଡ କରିଥିଲେ। ହରି କିଛି ବାଟ ନ ପାଇଁ ଘର ଭିତରକୁ ଧାଇଁଥିଲେ। ଏହି ସମୟରେ ତାଙ୍କୁ ୪ଟି ଗୁଳି ବାଜି ସାରିଥିଲା। ହରି ଘର ଭିତରକୁ ପଶି ଗେଟ୍‌ ବନ୍ଦ କରିଦେଇଥିଲେ। ଏହି ସମୟରେ ଶୁଟର୍ସମାନେ ଭିତରକୁ ପଶିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସେଠାରେ ଛିଡା ହୋଇଥିବା ଜଣେ ମହିଳା ଝାଡୁ ଧରି ବନ୍ଧୁକଧାରୀଙ୍କୁ ମାରିବା ପାଇଁ ଗୋଡାଇଲେ। ଶୁଟର୍ସଙ୍କ ମଧ୍ୟରୁ ଜଣେ ତାଙ୍କୁ ଶୁଟ୍‌ କରିବାକୁ ଉଦ୍ୟମ କରୁଥିଲେ ହେଁ ସେ ଭୟ ନ କରି ସେମାନଙ୍କୁ ପଳାୟନ କରିବାକୁ ବାଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନାସ୍ଥା ଭୋଟ୍‌ରେ ହାରିଗଲେ ପୌର ଉପାଧ୍ୟକ୍ଷା, ଜିତିଲେ…

ରାୟଗଡ଼ା,୧୧ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ଫଳାଫଳ ବୁଧବାର ପ୍ରକାଶ ପାଇଛି। ହାଇକୋର୍ଟରେ ରାୟ…

ବାଇକ୍‌ରେ ଚୋରା ଚାଲାଣ କରୁଥିଲେ ମଦ, ଘଟଣାସ୍ଥଳରୁ ମିଳିଲା…

ଦିଗପହଣ୍ଡି,୧୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଢେପାଗୁଡ଼ା, ତେଲିଆପଲ୍ଲୀ ସମେତ ବ୍ରହ୍ମପୁର ସଦର ଥାନା ଡେଙ୍ଗାପଦର ଗ୍ରାମରେ ବୁଧବାର ଅବକାରୀ ଟିମ୍‌…

ଲୋକସଭାରେ ବାଚସ୍ପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ କାଟ୍; ଗୃହରେ ପ୍ରବଳ ହଟ୍ଟଗୋଳ

ନୂଆଦିଲ୍ଲୀ,୧୧ା୩: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି। ପ୍ରବଳ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ବାଚନିକ…

ପୋଖରୀରୁ ମାଛ ଧରିବା ନେଇ ଗ୍ରାମରେ ଦେଖା ଦେଇଥିବା ବିବାଦ ଥମିଲା

ପୁରୁଷୋତ୍ତମପୁର,୧୧ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଣୀଗାଁ କାନକାଟି ପୋଖରୀରୁ ମାଛ ଧରିବାକୁ କେନ୍ଦ୍ର କରି ଲାଗି ରହିଥିବା ବିବାଦର ଏକପ୍ରକାରର ଅନ୍ତ ଘଟିଛି। ଶେଷରେ…

BCCI ପରେ ICCର ବଡ଼ ଘୋଷଣା, ଟିମ୍ ଇଣ୍ଡିଆ ଉପରେ କୋଟି କୋଟି ଟଙ୍କା ବର୍ଷା

ନୂଆଦିଲ୍ଲୀ,୧୧ା୩:  ମାର୍ଚ୍ଚ ୮ ତାରିଖରେ ଟି୨୦ ବିଶ୍ୱକପ୍ ବିଜେତା ଘୋଷଣା କରାଯାଇଥିଲା। ଟିମ୍ ଇଣ୍ଡିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ…

୧୨ରୁ କାର୍ଯ୍ୟବନ୍ଦ କରିବେ ନର୍ସିଂ, ପାରା ମେଡିକାଲ କର୍ମଚାରୀ

କୋରାପୁଟ,୧୧ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଜଣେ ଅଧିକାରୀଙ୍କ ବଦଳି ଦାବି କରି ଦୀର୍ଘ ଦିନରୁ ବିବାଦ ଲାଗି ରହିଛି।…

ଭ୍ରମାତ୍ମକ ଖବର ଯୋଗୁ ଗ୍ୟାସ ସିଲିଣ୍ଡର ପାଇଁ ଆତଙ୍କ, ବଡ଼ ପଦକ୍ଷେପ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୧ା୩: ଦେଶରେ ଏଲପିଜି (LPG) ସଙ୍କଟକୁ ନେଇ ବ୍ୟାପୁଥିବା ଗୁଜବ ଓ ଭ୍ରମାତ୍ମକ ଖବର ଯୋଗୁଁ ଉପଭୋକ୍ତାଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏହି କାରଣରୁ ଅନେକ ସ୍ଥାନରେ…

ମାଛ ଜାଲରୁ ସାପକୁ ଉଦ୍ଧାର କରିବାବେଳେ ମାରିଲା ଚୋଟ, ଆଉ ତା’ ପରେ…

ଆନନ୍ଦପୁର,୧୧ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କଲରା ଗଡ଼ିଆ ଗ୍ରାମର ସୁଜିତ ନାଏକ (୪୫)ବିଷଧର ସାପ ଚୋଟରେ ମୃତ୍ୟୁ ଘଟିଛି। ସୂଚନାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri