Posted inଜାତୀୟ

କଂଗ୍ରେସ ବିଧାୟକଙ୍କ ଘରେ ଇଡି ରେଡ୍: ୫ କୋଟି ନଗଦ ଟଙ୍କା, ବେଆଇନ ବିଦେଶୀ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ,୫।୧: ହରିୟାଣାର ଜଣେ କଂଗ୍ରେସ ବିଧାୟକ ତଥା ପୂର୍ବତନ ବିଧାୟକଙ୍କ ବାସଭବନରେ ରେଡ୍ କରି ବିପୁଳ ପରିମାଣର ଟଙ୍କା, ମଦ ଏବଂ ବନ୍ଧୁକ ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଚଢ଼ାଉ ବେଳେ ଇଡିକୁ ୧୦୦ ରୁ ଅଧିକ ମଦ, ୫ କୋଟି ନଗଦ ଟଙ୍କା, ବେଆଇନ ବିଦେଶୀ ଅସ୍ତ୍ରଶସ୍ତ୍ର ଏବଂ ପ୍ରାୟ ୩୦୦ ଗୁଳି ମିଳିଥିଲା।

ବେଆଇନ ଖଣି ଖନନ ମାମଲାରେ କଂଗ୍ରେସ ବିଧାୟକ ସୁରେନ୍ଦର ପାନୱାର ଏବଂ ପୂର୍ବତନ ଭାରତୀୟ ଜାତୀୟ ଲୋକ ଦଳ (ଆଇଏନଏଲଡି) ବିଧାୟକ ଦିଲବାଗ ସିଂ ଏବଂ ସେମାନଙ୍କ ସହଯୋଗୀଙ୍କ ଘରେ ତଦନ୍ତକାରୀ ସଂସ୍ଥା ଚଢ଼ାଉ କରିଛି।

ଗୁରୁବାର ଦିନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପନୱାରଙ୍କ ଘରେ ଚଢ଼ାଉ ଆରମ୍ଭ ହୋଇଥିଲା। ପନୱାରଙ୍କ ମାଇନିଂ ବ୍ୟବସାୟ ମଧ୍ୟ ରହିଛି। ପ୍ରାୟ ୧୫ରୁ ୨୦ ଅଧିକାରୀ ବିଧାୟକଙ୍କ ଘରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଏହି ସମୟରେ ଅଧିକାରୀମାନେ ବିଧାୟକଙ୍କ ପରିବାର ଏବଂ କର୍ମଚାରୀମାନଙ୍କ ମୋବାଇଲ ଜବତ କରିଥିଲେ।

ଦିଲବାଗ ସିଂ ଯମୁନାନଗରର ପୂର୍ବତନ ଆଇଏନଏଲଡି ବିଧାୟକ ହୋଇଥିବାବେଳେ ପାନୱାର ସୋନିପାଟରୁ କଂଗ୍ରେସ ବିଧାୟକ ଅଟନ୍ତି। ଗୁରୁବାର ଦିନ ଯମୁନାନଗର, ସୋନିପାଟ, ମୋହାଲି, ଫରିଦାବାଦ, ଚଣ୍ଡିଗଡ଼ ଏବଂ କର୍ଣ୍ଣଲର ୨୦ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କୁଇଜିଂରେ ପୁରସ୍କାର ଅପେକ୍ଷା ଜ୍ଞାନ ଆହରଣ ସହ ନିଜକୁ ଚିହ୍ନିବା ଅଧିକ ଗୁରୁତ୍ୱପୂର୍ଣ୍ଣ: ତଥାଗତ ଶତପଥୀ

ଭୁବନେଶ୍ୱର, ୮।୮: ‘ମେଟଲ ମିଟ’ର ଦଶମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ଓଡ଼ିଶା ପୋଷ୍ଟ ‘ମେଟଲ ମିଟ’ର ଜୁନିୟର ବର୍ଗ ଏକତ୍ରିତ ହେଉଥିବାବେଳେ ପ୍ରଥମ ଲଢ଼େଇ ନିକଟବର୍ତ୍ତୀ…

ଗାଁରେ ଚାଞ୍ଚଲ୍ୟ: ଶୌଚ ପାଇଁ ଯାଇଥିବା ଯୁବକଙ୍କୁ ଜବରଦସ୍ତି ପିଆଇଲେ ପେଟ୍ରୋଲ, ଦେହରେ ଲଗାଇଦେଲେ ନିଆଁ

ବଣାଇ, ୮।୮(ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ ଜିଲା ଲହୁଣୀପଡ଼ା ଥାନାର ଗଣିଘଷା ଗ୍ରାମରେ ଶନିବାର ସକାଳୁ କାହ୍ନୁଚରଣ ମାହାନ୍ତ ଶୌଚ ହେବାକୁ ନିକଟସ୍ଥ ନାଳକୁ ଯାଉଥିବା ବେଳେ…

ଯେକୌଣସି ସମୟରେ ଆସିପାରେ ଖାମେନେଇଙ୍କ ମୃତ୍ୟୁ ଖବର! ଇସ୍ରାଏଲୀ ମିଡିଆର ବଡ଼ ଦାବି

ତେହରାନ,୮।୮: ୨୮ ଫେବୃଆରୀ ୨୦୨୬ରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଥମ ଦିନରେ ହିଁ ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ…

‘ଦୟାକରି ମୋତେ ସାହାଯ୍ୟ କରନ୍ତୁ’, ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଅନୁରୋଧ କଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟର ରିଷଭ ପନ୍ତ ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଏକ ଅନୁରୋଧ କରିଛନ୍ତି। ସେ ସୋସିଆଲ ମିଡିଆରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ…

ଦୋକାନ ଉପରେ ପଡିଲା ରାସ୍ତାକଡରେ ଥିବା ବିଶାଳକାୟ ଗଛ, ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ: ଲୋକଙ୍କ ମଧ୍ୟରେ ଅସନ୍ତୋଷ

ପଟ୍ଟାଙ୍ଗି, ୮।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସ୍ଥିତ ଜାତୀୟ ରାଜପଥ କଡରେ ଥିବା ଏକ ଗଛ ପଡି ଦୋକାନ ଗୃହ…

ଗାଁର ଅଧିଷ୍ଠାତ୍ରୀ ଦେବୀ ଦ୍ୱାରସେନୀ ମନ୍ଦିରରୁ ଚୋରି: ମା’ଙ୍କ ରୂପା ମୁକୁଟ ସହ ନେଇଗଲେ…

ବଲାଙ୍ଗୀର,୮।୮ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଦ୍ୱାରସେନୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି…

ବରଗଡ଼ ୯ବୁଣାକାରଙ୍କୁ ରାଜ୍ୟ ପୁରସ୍କାର: ଜାଣନ୍ତୁ କିଏ କିଏ ପାଇଲେ ଏହି ସମ୍ମାନ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ବୟନଶିଳ୍ପ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ…

ମୋଦିଙ୍କୁ ଫୋନ କରି ଏମିତି କହିଦେଲେ ନେତାନ୍ୟାହୁ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୮।୮: ଆମେରିକା-ଇରାନ ଯୁଦ୍ଧକୁ ନେଇ ପଶ୍ଚିମ ଏସିଆରେ ଉତ୍ତେଜନା ଜାରି ରହିଛି। ମିଡିଲ ଇଷ୍ଟର ପରିସ୍ଥିତିକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri