ଅମଳ ବେଳେ ଉଜାଡ଼ୁଛନ୍ତି ହାତୀପଲ

ଢେଙ୍କିକୋଟ, ୨୯।୧୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ର ଦେଓବନ୍ଧ ଫରେଷ୍ଟ ସେକ୍ସନ ସାନ୍ତରାପୁର ପଞ୍ଚାୟତର ଛତିଆ ଗ୍ରାମ ହୁଡ଼ି ସାହିରେ ସୋମବାର ସାଠାରୁ ରାତି ୪ଟା ପର୍ଯ୍ୟନ୍ତ ହାତୀପଲ ଗ୍ରାମବାସୀଙ୍କ କ୍ଷେତରେ ପଶି ପାଚିଲା ଧାନ ଖାଇବା ସହ ମାଡ଼ି ଚକଟି ନଷ୍ଟ କରିଛନ୍ତି। ହାତୀ ଘଉଡ଼ାଇବା ପାଇଁ ଗ୍ରାମବାସୀ ରାତିସାରା ଅନିଦ୍ରା ହୋଇଛନ୍ତି। ସା ୬ଟା ବେଳୁ ଜଙ୍ଗଲରୁ ୪ ହାତୀ ବାହାରି ଛତିଆ ହୁଡ଼ିସାହିକୁ ଲାଗି ରହିଥିବା ଅନାଦି ସିଂହ, ବୃନ୍ଦାବନ ନାୟକ, ଦ୍ରୌପଦୀ ନାୟକ, ଗୋହ୍ମା ମୁଣ୍ଡା ଏବଂ ଲୁଙ୍ଗୁରା ମୁଣ୍ଡାଙ୍କ ଧାନ କ୍ଷେତରେ ପଶିଥିଲେ। ଘଉଡ଼ାଇବା ପାଇଁ ପାଟି କଲେ ଦଳରେ ଥିବା ଦନ୍ତା ହାତୀ ଲୋକଙ୍କୁ ମାରିବା ପାଇଁ ଘଉଡ଼ାଇଥିଲା। ଫଳରେ ଲୋକେ ଭୟଭୀତ ହୋଇ ଚୁପ୍‌ ରହିଥିଲେ। ଭୋର ୪ଟା ବେଳେ ହାତୀପଲ ନିକଟ ସଂରକ୍ଷିତ ବାରବାଙ୍କ ଜଙ୍ଗଲକୁ ଯିବାରୁ ଲୋକେ ଘରକୁ ଫେରିଥିଲେ। ହାତୀପଲରେ ଗୋଟିଏ ଦନ୍ତା ହାତୀ, ଦୁଇଟି ମାଈ ହାତୀ ଏବଂ ଛୁଆ ହାତୀ ଥିଲା। ନରଣପୁର ଜଙ୍ଗଲରୁ ହାତୀପଲଙ୍କଠାରୁ ଅଲଗା ହୋଇ ସଂରକ୍ଷିତ ଜଙ୍ଗଲ ବାରବାଙ୍କ ଆଡ଼କୁ ଚାଲିଯାଇଛନ୍ତି।
ଆଦିବାସୀ ଚାଷୀମାନେ ଧାର କରଜ କରି ବହୁ କଷ୍ଟରେ କ୍ଷେତରେ ଧାନ ଚାଷ କରିଛନ୍ତି। ଅମଳ ସମୟରେ ସେସବୁକୁ ହାତୀପଲ ଖାଇ ଚାଷୀ ପରିବାରଙ୍କ ବର୍ଷକର ଆହାର ନଷ୍ଟ କରିଦଉଛନ୍ତି। ଫଳରେ ଗରିବ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସୁଛନ୍ତି। ଏ ସମ୍ପର୍କରେ ଦେଓବନ୍ଧ ଫରେଷ୍ଟର ରାମଚନ୍ଦ୍ର ନାଏକ କହିଛନ୍ତି, ଚାଷୀମାନଙ୍କ କେତେ ଜମିର ଫସଲ ହାତୀପଲ ଖାଇ ନଷ୍ଟ କରିଛନ୍ତି, ସେନେଇ ଲିଖିତ ଭାବେ ଜଣାଇଲେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯିବ। ଚାଷୀ କୌଣସି ପ୍ରକାର କ୍ଷତି ସହିବେ ନାହିଁ। ଏଣୁ ସେମାନେ ଲିଖିତ ଅଭିଯୋଗ କଲେ, ତଦନ୍ତ କରି ରିପୋର୍ଟ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri