ପ୍ରୟାଗରାଜ,୨୬ା୨: ଆତ୍ମହତ୍ୟା ଧମକ ଦେଲେ ସୁନ୍ଦରୀ ସାଧ୍ୱୀ ହର୍ଷା ରିଚାରିଆ, ଭିଡିଓ ପୋଷ୍ଟ କରି କହିଲେ…
ପ୍ରୟାଗରାଜ,୨୬ା୨: ମହାକୁମ୍ଭ ସମୟରେ ଭାଇରାଲ ହୋଇଥିବା ସୁନ୍ଦରୀ ସାଧ୍ୱୀ ହର୍ଷା ରିଚାରିଆଙ୍କ ବିଷୟରେ ଏକ ଖବର ସାମ୍ନାକୁ ଆସିଛି। ହର୍ଷା ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି। ସେ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଏହା ପଛର କାରଣ ମଧ୍ୟ କହିଛନ୍ତି। ଭିଡିଓରେ ହର୍ଷା କାନ୍ଦି କାନ୍ଦି ନିଜର ଯନ୍ତ୍ରଣା ପ୍ରକାଶ କରୁଛନ୍ତି।
ହର୍ଷା ସୋସିଆଲ ମିଡିଆରେ ଭିଡିଓ ଜାରି କରି କହିଛନ୍ତି, ମୋର କିଛି ନକଲି ଭିଡିଓ ମଧ୍ୟ ମୁଁ ଜାଣିଥିବା ଲୋକଙ୍କ ଦ୍ୱାରା ଶେୟାର କରାଯାଉଛି। ଏହି ନକଲି ଭିଡିଓଗୁଡ଼ିକ ଶେୟାର ହେବା ଦ୍ୱାରା ମୋର ବଦନାମ ହେଉଛି। ଏହି ଭିଡିଓ ଭାଇରାଲ କରୁଥିବା ଲୋକଙ୍କ ନାଁ ବି ମୁଁ ଜାଣିଛି।
ହର୍ଷା ଭିଡିଓରେ ଆହୁରି କହିଛନ୍ତି, ମୁଁ ଏତେ ବିରକ୍ତ ଯେ, ଆତ୍ମହତ୍ୟା କରିବାକୁ ବାଧ୍ୟ ହେବି। ଯଦି ମୁଁ ଆତ୍ମହତ୍ୟା କରେ, ତେବେ ମୁଁ ସୁଇସାଇଡ୍ ନୋଟ୍ରେ ସେମାନଙ୍କ ସମସ୍ତଙ୍କ ନାମ ଲେଖିବି। ମୁଁ ତୁମକୁ କହିବି କିଏ ମୋ ପ୍ରତି କ’ଣ କରିଛି?
ଭିଡିଓର ଆରମ୍ଭରେ ହର୍ଷା କହିଛନ୍ତି, ମୁଁ ମହାକୁମ୍ଭରେ ଏକ ପ୍ରତିଜ୍ଞା କରିଥିଲି, ମୁଁ ହିନ୍ଦୁତ୍ୱ ସନାତନ ପାଇଁ କାମ କରିବାକୁ ସଂକଳ୍ପ କରିଥିଲି। ମୁଁ ଯୁବପିଢ଼ିଙ୍କୁ ଧାର୍ମିକ ସଂସ୍କୃତି ବିଷୟରେ ସଚେତନ କରିବା ପାଇଁ କାମ କରିବି, କିନ୍ତୁ କିଛି ଧର୍ମ ବିରୋଧୀ ଲୋକ ମୋତେ ଆଗକୁ ବଢ଼ିବାରୁ ବାଧା ଦେଉଛନ୍ତି। ମୋର ପୁରୁଣା ଭିଡିଓଗୁଡ଼ିକ ଶେୟାର କରୁଛନ୍ତି।। ଲୋକମାନେ ପଚାରୁଛନ୍ତି ଯେ, ସେ କିପରି ଜଣେ ସାଧ୍ୱୀ ହୋଇପାରିବେ? ମୁଁ କେବେ କହିନାହିଁ ଯେ ମୁଁ ଜଣେ ସାଧ୍ୱୀ।


