ଆତ୍ମହତ୍ୟା ଧମକ ଦେଲେ ସୁନ୍ଦରୀ ସାଧ୍ୱୀ ହର୍ଷା ରିଚାରିଆ, ଭିଡିଓ ପୋଷ୍ଟ କରି କହିଲେ…

ପ୍ରୟାଗରାଜ,୨୬ା୨: ଆତ୍ମହତ୍ୟା ଧମକ ଦେଲେ ସୁନ୍ଦରୀ ସାଧ୍ୱୀ ହର୍ଷା ରିଚାରିଆ, ଭିଡିଓ ପୋଷ୍ଟ କରି କହିଲେ…
ପ୍ରୟାଗରାଜ,୨୬ା୨: ମହାକୁମ୍ଭ ସମୟରେ ଭାଇରାଲ ହୋଇଥିବା ସୁନ୍ଦରୀ ସାଧ୍ୱୀ ହର୍ଷା ରିଚାରିଆଙ୍କ ବିଷୟରେ ଏକ ଖବର ସାମ୍ନାକୁ ଆସିଛି। ହର୍ଷା ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଏହା ପଛର କାରଣ ମଧ୍ୟ କହିଛନ୍ତି। ଭିଡିଓରେ ହର୍ଷା କାନ୍ଦି କାନ୍ଦି ନିଜର ଯନ୍ତ୍ରଣା ପ୍ରକାଶ କରୁଛନ୍ତି।

ହର୍ଷା ସୋସିଆଲ ମିଡିଆରେ ଭିଡିଓ ଜାରି କରି କହିଛନ୍ତି, ମୋର କିଛି ନକଲି ଭିଡିଓ ମଧ୍ୟ ମୁଁ ଜାଣିଥିବା ଲୋକଙ୍କ ଦ୍ୱାରା ଶେୟାର କରାଯାଉଛି। ଏହି ନକଲି ଭିଡିଓଗୁଡ଼ିକ ଶେୟାର ହେବା ଦ୍ୱାରା ମୋର ବଦନାମ ହେଉଛି। ଏହି ଭିଡିଓ ଭାଇରାଲ କରୁଥିବା ଲୋକଙ୍କ ନାଁ ବି ମୁଁ ଜାଣିଛି।

ହର୍ଷା ଭିଡିଓରେ ଆହୁରି କହିଛନ୍ତି, ମୁଁ ଏତେ ବିରକ୍ତ ଯେ, ଆତ୍ମହତ୍ୟା କରିବାକୁ ବାଧ୍ୟ ହେବି। ଯଦି ମୁଁ ଆତ୍ମହତ୍ୟା କରେ, ତେବେ ମୁଁ ସୁଇସାଇଡ୍‌ ନୋଟ୍‌ରେ ସେମାନଙ୍କ ସମସ୍ତଙ୍କ ନାମ ଲେଖିବି। ମୁଁ ତୁମକୁ କହିବି କିଏ ମୋ ପ୍ରତି କ’ଣ କରିଛି?

ଭିଡିଓର ଆରମ୍ଭରେ ହର୍ଷା କହିଛନ୍ତି, ମୁଁ ମହାକୁମ୍ଭରେ ଏକ ପ୍ରତିଜ୍ଞା କରିଥିଲି, ମୁଁ ହିନ୍ଦୁତ୍ୱ ସନାତନ ପାଇଁ କାମ କରିବାକୁ ସଂକଳ୍ପ କରିଥିଲି। ମୁଁ ଯୁବପିଢ଼ିଙ୍କୁ ଧାର୍ମିକ ସଂସ୍କୃତି ବିଷୟରେ ସଚେତନ କରିବା ପାଇଁ କାମ କରିବି, କିନ୍ତୁ କିଛି ଧର୍ମ ବିରୋଧୀ ଲୋକ ମୋତେ ଆଗକୁ ବଢ଼ିବାରୁ ବାଧା ଦେଉଛନ୍ତି। ମୋର ପୁରୁଣା ଭିଡିଓଗୁଡ଼ିକ ଶେୟାର କରୁଛନ୍ତି।। ଲୋକମାନେ ପଚାରୁଛନ୍ତି ଯେ, ସେ କିପରି ଜଣେ ସାଧ୍ୱୀ ହୋଇପାରିବେ? ମୁଁ କେବେ କହିନାହିଁ ଯେ ମୁଁ ଜଣେ ସାଧ୍ୱୀ।


Enter your email to get our daily news in your inbox.

All Right Reserved By Dharitri.Com

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ଗ୍ରୀଡ୍‌ ଉପରେ ବୋମାମାଡ଼: ତେହରାନ୍‌ ଅନ୍ଧାରରେ

ତେହରାନ୍‌,୩୦ା୩: ତେହରାନ୍‌ ଏବଂ ଏହାର ଆଖପାଖ ଅଞ୍ଚଳର ବିଦ୍ୟୁତ୍‌ ଗ୍ରୀଡ୍‌ ଉପରେ ଇସ୍ରାଏଲ୍‌ ଶନିବାର ବୋମାମାଡ଼ କରିଛି। ଫଳରେ ତେହରାନ୍‌ ସମେତ ଅନେକ ସହରରେ ବିଦ୍ୟୁତ୍‌ ସେବା…

ଯୁଦ୍ଧକୁ ନେଇ କଂଗ୍ରେସର ରାଜନୀତି ପ୍ରବାସୀ ଭାରତୀୟଙ୍କ ପାଇଁ ବିପଦ: ମୋଦି

ନୂଆଦିଲ୍ଲୀ ,୩୦ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱରେ ସଙ୍କଟ ସୃଷ୍ଟି ହୋଇଛି। ଏଥିରେ ଭାରତ ମଧ୍ୟ ପ୍ରଭାବିତ ହୋଇଛି। କିନ୍ତୁ ଯୁଦ୍ଧକୁ ନେଇ କଂଗ୍ରେସ ଯେଭଳି…

୧୦ ବର୍ଷରେ ୧୦,୦୦୦ ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ,୩୦ା୩(ପି.ଟି.) ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦୀ ମୁକ୍ତ କରିବା ଲାଗି ସରକାର ସମୟସୀମା ଧାର୍ଯ୍ୟ କରିଥିଲେ। ଏହା ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ…

ସାବଧାନ! ଜଣଙ୍କ ପରେ ଜଣଙ୍କୁ ଟାଣି ନେଉଛି କୁମ୍ଭୀର, ଏବେ ବି ନଦୀରେ ଘୂରି ବୁଲୁଛି

ମହାକାଳପଡ଼ା,୩୦ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ଗୋବରୀ ନଦୀର କାଉସପାଳ ଫେରୁଘାଟଠାରେ ଏକ ୨୦ ଫୁଟ ଲମ୍ବର ବଉଳ କୁମ୍ଭୀର ଘୂରି ବୁଲୁଛି। ଏହାକୁ ନେଇ ନଦୀ…

ମାତାପିତାଙ୍କୁ ଅବହେଳା କଲେ ଦରମାରୁ କଟିବ ୧୦ ହଜାର

ହାଇଦ୍ରାବାଦ,୨୯ା୩: ବୃଦ୍ଧ ମାତାପିତାଙ୍କ ପ୍ରତି ଯତ୍ନ ଏବଂ ପରିଣତ ବୟସରେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ସାମାଜିକ ଦାୟିତ୍ୱବୋଧକୁ ତେଲଙ୍ଗାନା ସରକାର ଗୁରୁତ୍ୱ ଦେଇ ରବିବାର ଏକ ଐତିହାସିକ…

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri