Posted inଜାତୀୟ

ଗଡ଼କରୀଙ୍କ କଡ଼ା ସମାଲୋଚନା, ସରକାର ଠିକ ସମୟରେ ନେଉ ନାହାନ୍ତି ନିଷ୍ପତ୍ତି…

ମୁମ୍ବାଇ, ୨୩।୮ : କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ପୁଣିଥରେ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ଏନଡ଼ିଏ ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି ଯେ ସରକାର ଠିକ ସମୟରେ ନିଷ୍ପତ୍ତି ନେଉନାହାଁନ୍ତି ଏବଂ ଏହା ଏକ ସମସ୍ୟା ପାଲଟିଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସରକାର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବେ,. ଏବଂ ଏହା କରିବାର ସାମର୍ଥ୍ୟ ମଧ୍ୟ ଅଛି। ମୁଁ ବିଶ୍ୱାସ କରେ ଯେ ଭାରତୀୟ ଭିତ୍ତିଭୂମିର ଭବିଷ୍ୟତ ଉଜ୍ଜ୍ୱଳ ଅଟେ। ଆମକୁ ଭଲ ଟେକ୍ନୋଲୋଜି, ଉତ୍ତମ ଉଦ୍ଭାବନ, ଉତ୍ତମ ଗବେଷଣା ଏବଂ ସଫଳ ଅଭ୍ୟାସ ଗ୍ରହଣ କରିବା ଆବଶ୍ୟକ। ଆମର ବିକଳ୍ପ ସାମଗ୍ରୀ ରହିବା ଉଚିତ ଯାହା ଦ୍ୱାରା ଗୁଣବତ୍ତା ଉପରେ ଆପୋଷ ବୁଝାମଣା ନକରି ଆମେ ମୂଲ୍ୟ ହ୍ରାସ କରିପାରିବା।

ଉତ୍ପାଦନରେ ସମୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ। ସମୟ ହେଉଛି ସବୁଠାରୁ ବଡ ପୁଞ୍ଜି। ତେବେ ସବୁଠାରୁ ବଡ ସମସ୍ୟା ହେଉଛି ସରକାର ଏହାକୁ ଗ୍ରହଣ କରୁନାହାଁନ୍ତି। ଠିକ ସମୟରେ ନିଷ୍ପତ୍ତି ନିଆଯାଉ ନାହିଁ। ଆସୋସିଏଶନ ଅଫ କନ୍ସଲ୍ଟିଂ ସିଭିଲ ଇଞ୍ଜିନିୟର୍ସ ମୁମ୍ବାଇ ଦ୍ୱାରା ଆୟୋଜିତ ନାଟକୋନ-୨୦୨୨ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଟେକ୍ନୋଲୋଜି କିମ୍ବା ଉତ୍ସ ଅପେକ୍ଷା ସମୟ ଅଧିକ ଗୁରୁତ୍ୱପୂର୍ଣ୍ଣ। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ମନ୍ତବ୍ୟ ଏବଂ ଏବେ ଗଡକରୀ ବିବୃତିରେ ପାର୍ଥକ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଦୋ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିବା ସହିତ ସରକାରଙ୍କ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ। ତେବେ ଭାଜପା ନେତାମାନେ କହିଛନ୍ତି ଯେ ଗଡକରୀଙ୍କ ଏହି ମନ୍ତବ୍ୟ ସାଧାରଣ ଭାବେ କୁହାଯାଇଛି।

ଏହା ଭାଜପା ସରକାରଙ୍କ ପାଇଁ କୁହାଯାଇ ନାହିଁ। ଭାଜପା ସଂସଦୀୟ ବୋର୍ଡ ନୂତନ ଭାବରେ ଗଠିତ ହୋଇଛି। ଏଥିରେ ଗଡକରୀଙ୍କୁ ସ୍ଥାନ ଦିଆଯାଇ ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ କମିଟିରୁ ଗଡକରୀଙ୍କ ବିଦାୟ ଆଶ୍ଚର୍ଯ୍ୟଜନକ। ସେ ନରେନ୍ଦ୍ର ମୋଦି କ୍ୟାବିନେଟର ଜଣେ ବରିଷ୍ଠ ମନ୍ତ୍ରୀ। ସେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ସାଧାରଣତଃ ଦଳ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଏହାର ପୂର୍ବତନଅଧ୍ୟକଙ୍କୁ ଜଡିତ କରିଥାଏ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଗଡକରୀ ଭାଜପାର ଆଦର୍ଶବାଦୀ ବୈଚାରିକ ସଂସ୍ଥା ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ (ଆରଏସଏସ) ର ନିକଟତର ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri