Categories: ବାଣିଜ୍ୟ

ହରପ୍ରୀତ ସିଂ ଆଲାଏନ୍ସ ଏୟାର ସିଇଓ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ସହଯୋଗୀ କମ୍ପାନୀ ଆଲାଏନ୍ସ ଏୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ହରପ୍ରୀତ ସିଂ ଅବସ୍ଥାପିତ ହୋଇଛନ୍ତି। ଭାରତୀୟ ବିମାନ ଶିଳ୍ପରେ ଏକ କମ୍ପାନୀର ମଙ୍ଗ ସମ୍ଭାଳିବାରେ ସେ ହେଉଛନ୍ତି ପ୍ରଥମ ମହିଳା। ସିଂ ବର୍ତ୍ତମାନ ଏୟାର ଇଣ୍ଡିଆର ବିମାନ ନିରାପତ୍ତା ବିଭାଗ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ନୂଆ ପଦୋନ୍ନତି ପରେ ସିଂଙ୍କ ସ୍ଥାନରେ କମ୍ପାନୀର ବରିଷ୍ଟ କମାଣ୍ଡର କ୍ୟାପଟେନ ନିବେଦିତା ଭାସିନଙ୍କୁ ନିଯୁକ୍ତି ଦିଆଯାଇଛି। ୧୯୮୮ରେ ଏୟାର ଇଣ୍ଡିଆରେ ପ୍ରଥମ ମହିଳା ପାଇଲଟ ଭାବେ ସିଂ ଯୋଗଦେଇଥିଲେ। ବିଭିନ୍ନ ସ୍ବାସ୍ଥ୍ୟଗତ କାରଣରୁ ପାଇଲଟ ଭାବେ ବେଶି ଦିନ କାର୍ଯ୍ୟ କରି ପାରି ନ ଥିଲେ ମଧ୍ୟ ବିମାନ ନିରାପତ୍ତା କ୍ଷେତ୍ରରେ ସେ ବେଶ୍‌ କ୍ରିୟାଶୀଳ ରହି ଆସିଛନ୍ତି। ସେ ମହିଳା ପାଇଲଟ ଆସୋସିଏଶନର ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ଅନେକଙ୍କ ଲାଗି ପ୍ରେରଣାର ଉତ୍ସ ହୋଇ ପାରିଥିଲେ।

Share