ଭଂସାଲିଙ୍କ ସହ କାମ କରିବାକୁ ଚାହାନ୍ତି ହରନାଜ

ମୁମ୍ବାଇ: ଦୀର୍ଘ ୨୧ ବର୍ଷ ପରେ ଭାରତକୁ ମିସ୍ ୟୁନିଭର୍ସ ମୁକୁଟ ଆଣି ଦେଇଥିବା ହରନାଜ ସାନ୍ଧୁ ଏବେ ବଲିଉଡ୍‌ରେ କାମ କରିବାକୁ ମନ ବଳାଇଛନ୍ତି । ୨୧ ବର୍ଷୀୟ ଏହି ତରୁଣୀ ଇସ୍ରାଏଲରେ ଅନୁଷ୍ଠିତ ହାଇଥିବା ମିସ୍ ୟୁନିଭର୍ସ କଣ୍ଟେଷ୍ଟରେ ଭାଗ ନେଇ ଏହି ଟାଇଟଲ ନିଜ ନାଁରେ କରି ଦେଇଥିଲେ । ଆଉ ମିସ୍ ୟୁନିଭର୍ସ ମୁକୁଟ ଧରି ଭାରତ ଫେରିଥିଲେ । ଏହାପରେ ସବୁଠି ହୋଇଥିଲା ତାଙ୍କର ଚର୍ଚ୍ଚ । ଭବିଷ୍ୟତରେ ତାଙ୍କ ପ୍ଲାନିଂକୁ ନେଇ ସେ କଥା ହେବା ବେଳେ କହିଥିଲେ ଅଭିନୟ ମୋର ପ୍ୟାଶନ । ପଞ୍ଜାବରେ ଜନ୍ମିତ ହରନାଜ ପଞ୍ଜାବ ଚଳଚ୍ଚିତ୍ର ଜଗତରେ ଜଣେ ଆଗଧାଡିର ନାୟିକା । ଏବେ ସେ ମିସ୍ ୟୁନିଭର୍ସ ବିଜେତା ହେବା ପରେ ଏବେ ସେ ବଲିଉଡରେ ପାଦ ରଖିବାକୁ ମନ ବଳାଇଛନ୍ତି । ତେବେ ସେ ଷ୍ଟେରିଓଟାଇପକୁ ହଟାଇ କିଛି ନୂଆ ତଥା ଶକ୍ତିଶାଳୀ ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରିବେ ବୋଲି କହିଛନ୍ତି । ଏହାର ଉଦାହରଣ ସେ ଦେଇଛନ୍ତି “ପଦ୍ମାବତ”ର । ହରନାଜ କହିଛନ୍ତି ସଞ୍ଜୟ ଲିଲା ଭଂସାଲି ଯେଉଁ ଭଳି ଭାବେ ଶକ୍ତିଶାଳୀ ମହିଳା ଚରିତ୍ରକୁ ନେଇ କାମ କରନ୍ତି ତାଙ୍କୁ ତାହା ବେଶ୍ ପସନ୍ଦ । ଅର୍ଥାତ୍ ସେ ଇସାରାରେ କହିଛନ୍ତି କି ସେ ଭଂସାଲିଙ୍କ ସହ କାମ କରିବାକୁ ଇଚ୍ଛା ରଖିଛନ୍ତି । ବଲିଉଡ ପ୍ରତି ତାଙ୍କର ନାଚୁଲାର ଇଣ୍ଟ୍ରେଷ୍ଟ ଥିବା ହରନାଜ କହିଛନ୍ତି । ମିସ୍ ୟୁନିଭର୍ସ ୨୦୨୧ର ମୁକୁଟ ପିନ୍ଧି ସାରିଥିଲେ ବି ହରନାଜ ଏପର୍ଯ୍ୟନ୍ତ ଏହାକୁ ବିଶ୍ୱାସ କରିପାରୁ ନ ଥିବା କହିଛନ୍ତି । ଆଗାମୀ ଦିନରେ ସେ କ’ଣ କରିବେ ଏବେଠାରୁ କହିବା ଠିକ୍ ହେବନାହିଁ ବରଂ ସେ ଭାବି ଚିନ୍ତି ସ୍ଥିର କରିବେ ବୋଲି କହିଛନ୍ତି ।

Share