ସମର୍ଥାଧିକ ଉପଯୋଗ ଶରୀର ପାଇଁ କ୍ଷତିକାରକ

ସାର୍‌ ଆଇଜାକ୍‌ ନିଉଟନ୍‌ଙ୍କ ତୃତୀୟ ନିୟମ ଅନୁସାରେ ‘ପ୍ରତ୍ୟେକ କ୍ରିୟାର ସମାନ ଏବଂ ବିପରୀତ ପ୍ରତିକ୍ରିୟା ରହିଛି।’ ଯେପରି ଗୋଟିଏ ରବରକୁ ଆମେ ସ୍ବଳ୍ପ ବଳ ପ୍ରୟୋଗ କରି ଟାଣିଲେ ତାହା ସ୍ଥିତିସ୍ଥାପକ ଶକ୍ତି ଯୋଗୁ କାର୍ଯ୍ୟରେ ଲାଗିଥାଏ, ହେଲେ ମାତ୍ରାଧିକ ବଳ ପ୍ରୟୋଗ ଦ୍ୱାରା ସେ ତାହାର ସ୍ଥିତିସ୍ଥାପକ ଶକ୍ତି ହରାଇବସେ। ଫଳରେ ନଷ୍ଟ ହୋଇଯାଏ। ଏହି ନିୟମ ଆମ ଶରୀର ପାଇଁ ପ୍ରଯୁଜ୍ୟ। ଯଥା ଦୈନନ୍ଦିନ ଅତ୍ୟଧିକ ବ୍ୟାୟାମ, ପରିଶ୍ରମ କରିବା, ବେଶି ସମୟ ଧରି ଅତି ବେଗରେ ଚାଲିବା, ଦୌଡ଼ିବା, ସାମର୍ଥ୍ୟଠାରୁ ଅଧିକ ଭାରୋତ୍ତୋଳନ ଦ୍ୱାରା ଶକ୍ତି ଅପଚୟ ହୋଇଥାଏ। ଏହାକୁ ବ୍ୟାୟାମର ‘ଅତି ଉପଯୋଗ’ କୁହାଯାଏ। ଏଥିପାଇଁ ଶରୀର ଦୁର୍ବଳ, କୃଶ, ଥକ୍କା ଲାଗିବା, ଶୁଷ୍କ, ଚର୍ମ କୁଞ୍ଚନ, ଶୋଷ ଲାଗିବା, ଶ୍ୱାସ, କାଶ, କଟିଶୂଳ, ରକ୍ତପିତ୍ତ, ଯକ୍ଷ୍ମା, ଶେଷରେ ହୃଦ୍‌ଘାତ ଓ ମସ୍ତିଷ୍କାଘାତ ବା ଷ୍ଟ୍ରୋକ୍‌ ହୋଇପାରେ।
ଯଦି ଆମେ ଦୈନିକ ବେଶି କ୍ୟାଲୋରୀର ଭୋଜନ କରିବା, ଅଳ୍ପ ପରିଶ୍ରମ କରିବା ଓ ଅଳ୍ପ ଚାଲିବା ଦ୍ୱାରା ଏହା ଚୟୋପୋଚୟନ ହୋଇ ଆମ ଶରୀରରେ କୁପ୍ରଭାବ ପକାଏ। ଏହାଦ୍ୱାରା ପାଚନ ଶକ୍ତି କମେ। ଶର୍କରା, ଚର୍ବି ସ୍ତର ଆସ୍ତେ ଆସ୍ତେ ବଢ଼େ। ଶରୀର ପ୍ରତି ଅଙ୍ଗକୁ ତଥା କୋଷକୁ ଖାଦ୍ୟ ଓ ଅମ୍ଳଜାନ ପହଞ୍ଚତ୍ପାରେ ନାହିଁ। ଫୁସ୍‌ଫୁସ୍‌ ବିବରଗୁଡ଼ିକର କାର୍ଯ୍ୟକାରିତା କମିଯିବାରୁ ଆସ୍ତେ ଆସ୍ତେ ବନ୍ଦ ହୋଇଯାଏ। ଶରୀର ଦୁର୍ବଳ ହୋଇପଡ଼େ।
ସେହିପରି ବ୍ୟାୟାମର ମିଥ୍ୟାଯୋଗରେ ଆଦୌ ବ୍ୟାୟାମ ନ କରିବା, ଘରେ ବସି ସ୍ବାଦିଷ୍ଟ ଆହାର ଭୋଜନ କରିବା, ସର୍ବଦା ଶୀତତାପ ନିୟନ୍ତ୍ରିତ କକ୍ଷରେ ରହି ଆରାମଦାୟକ ଜୀବନଶୈଳୀ ଆପଣେଇବା ଦ୍ୱାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏଥିଯୋଗୁ ହୃଦ୍‌ରୋଗ, ଶିରା, ଧମନୀ ଓ ଯକୃତ୍‌ (ଲିଭର)ରେ ଚର୍ବି ଜମାଟ ବାନ୍ଧିବା, ଶରୀରରେ କୋଲେଷ୍ଟରଲ ବୃଦ୍ଧି, ଉଚ୍ଚ ରକ୍ତଚାପ, ମଧୁମେହ ବା ଡାଇବେଟିସ୍‌, ପୃଥୁଳତା, ବାତବ୍ୟାଧି ଏବଂ ଧମନୀ କାନ୍ଥ ଶକ୍ତ ହୋଇ ବିଭିନ୍ନ ରୋଗ ଦେଖାଯାଏ।
ପୁରାଣ ଶାସ୍ତ୍ରରେ କୁହାଯାଇଛି ଯେ, ସନ୍ତାନପ୍ରାପ୍ତି ନିମନ୍ତେ ବୈବାହିକ ଜୀବନରେ ସ୍ତ୍ରୀ ସହବାସ କରିବା ଉଚିତ। ଅତ୍ୟଧିକ ସହବାସ ଦ୍ୱାରା ବୀର୍ଯ୍ୟପାତ ହୋଇ ଶରୀର ଦୁର୍ବଳ ହୋଇଯାଏ। କାରଣ ବୀର୍ଯ୍ୟ ହିଁ ବଳ ଓ ତେଜ ଅଟେ। ଏହାକୁ ଧାରଣରେ ଜୀବନ ଓ କ୍ଷୟରେ ମୃତ୍ୟୁର ଆଶଙ୍କା ରହିଛି। ସହବାସ ତିଥି, ବାର, ସମୟ ଇତ୍ୟାଦି ବିବେଚନା କରି କରିବା ଉଚିତ। ମାତ୍ର ବୈଜ୍ଞାନିକମାନେ ଗବେଷଣା କରି ଜାଣିପାରିଛନ୍ତି ଯେ, ଯେଉଁ ପୁରୁଷମାନେ ସହବାସ କମ୍‌ କରନ୍ତି ସେମାନଙ୍କଠାରେ ପ୍ରୋଷ୍ଟେଟ କ୍ୟାନ୍‌ସର ଅଧିକ ହେବାର ଆଶଙ୍କା ରହିଛି। ତେଣୁ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ନିଜର ସାମର୍ଥ୍ୟକୁ ବିବେଚନା କରି କରିବା ଉଚିତ।
ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଏକାଥରେ ପୁଳାଏ ଖାଦ୍ୟ ନ ଖାଇ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଅଳ୍ପ ଅଳ୍ପ ଖାଦ୍ୟ ଖାଇଲେ ଭଲ। ସେହିପରି ଷଢ଼ରସଯୁକ୍ତ ଖାଦ୍ୟ ଯଥା-ମଧୁର, ଅମ୍ଳ, ଲବଣ, କଟୁ, ତିକ୍ତ ଓ କଷାୟ- ଏଥିମଧ୍ୟରୁ କଷାୟ ପରେ ତିକ୍ତ, କଟୁ, ଲବଣ- ଏହିପରି ରସଗୁଡ଼ିକ ହଜମ ହେବାକୁ ବିଳମ୍ବ କରେ। ତେଣୁ ଲବଣ, ଅମ୍ଳ ଓ ମଧୁର ଖାଦ୍ୟ ବେଶି ଖାଇବା ଶରୀର ପାଇଁ ହାନିକାରକ।
ସୂର୍ଯ୍ୟଙ୍କର ସକାଳର କଅଁଳିଆ କିରଣ ଶରୀର ପକ୍ଷେ ହିତକର। ସକାଳ କିରଣରୁ ଭିଟାମିନ୍‌ ‘ଡି’ ମିଳିଥାଏ। ଏଣୁ ସମ୍ଭବତଃ ଜଣେ ଅତିକମ୍‌ରେ ଅଧ ଘଣ୍ଟାରୁ ଘଣ୍ଟେ ପ୍ରାତଃ ଭ୍ରମଣ କରିବା ଉଚିତ। ମଧ୍ୟାହ୍ନ କିରଣରେ ଅତି ବାଇଗଣି ରଶ୍ମି ଥିବାରୁ ଏହା ଚର୍ମ ପାଇଁ କ୍ଷତିକାରକ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ସନ୍‌ସ୍କ୍ରିନ୍‌ ଲୋଶନ ଲଗାନ୍ତୁ ଏବଂ ଗ୍ଲୋଭ୍‌ସ ପିନ୍ଧନ୍ତୁ। ପ୍ରତିଦିନ କିଛି ସମୟ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସନ୍ତୁ। ଏଥିରେ ଥିବା ଭିଟାମିନ୍‌ ଶରୀରରେ ଅଭାବ ହେଲେ ଅସ୍ଥିସୁଶିରତା ବା ଅଷ୍ଟିଓପୋରୋସିସ୍‌ ଦେଖାଦେଇଥାଏ।
ପୃଥିବୀ ମାତା କୋଳରୁ ମିଳୁଥିବା ଆହାର, ଭେଷଜ ଆଦି ସମସ୍ତ ପ୍ରାକୃତିକ ଦ୍ରବ୍ୟ ମାତୃଦୁଗ୍ଧରୂପୀ ଅମୃତତୁଲ୍ୟ। ତେଣୁ ଏହାର ଠିକ୍‌ ଉପଯୋଗ ଦ୍ୱାରା ଆମ ଶରୀରର ପାଳନପୋଷଣ ହେବା, ତ୍ରିଦୋଷ ସାମ୍ୟାବସ୍ଥା ରହିବା ହେତୁ ରୋଗ ନ ହେବା, ବ୍ୟାଧି ପ୍ରତିରୋଧକ ଶକ୍ତି ବଢ଼ିବା ଦ୍ୱାରା ଜୀବାଣୁ, ଭୂତାଣୁ, ଶରୀର ମଧ୍ୟରେ ପ୍ରବେଶ କରିପାରି ନ ଥାଏ। ଏହାର ବିପରୀତ କୃତ୍ରିମ ଆହାର, ଔଷଧ ସେବନ କଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଶରୀରରେ ଉତ୍ପନ୍ନ ହୋଇ ବିଭିନ୍ନ ମାରାତ୍ମକ ରୋଗ ସୃଷ୍ଟି କରିବାର ଆଶଙ୍କା ରହିଛି।
ଜ୍ଞାନ, ବିବେକ ଏବଂ ବୁଦ୍ଧି ଓ ଚିନ୍ତନ ଶକ୍ତି ସାମର୍ଥ୍ୟ ହେତୁ ମନୁଷ୍ୟ ଅନ୍ୟ ଜୀବଠାରୁ ଭିନ୍ନ। ତେଣୁ କୁକାର୍ଯ୍ୟ କରିବା, ମିଥ୍ୟା, କପଟ, ହିଂସାରୁ ନିବୃତ୍ତ ରହି ସତ୍‌ ଚିନ୍ତା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ।
ମାଟିପାତ୍ରକୁ ଅଗ୍ନି ଦ୍ୱାରା ପାକ କଲେ ତାହା ପାଣିରେ ମିଳାଏ ନାହିଁ। ସେହିପରି ଶରୀରକୁ ଯୋଗାଗ୍ନି ଦ୍ୱାରା ପାକ କଲେ ଏହା ଦୀର୍ଘାୟୁ ହୁଏ। ତେଣୁ ଦୈନନ୍ଦିନ ଯୋଗ, ଧ୍ୟାନ, ପ୍ରାଣାୟାମ କଲେ ଜୀବନ ସାର୍ଥକ ଓ ଦୀର୍ଘାୟୁ ହୋଇଥାଏ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri