Posted inଖେଳ

ହରମନପ୍ରୀତ ଅଧିନାୟକ

ଭୁବନେଶ୍ୱର, ୨।୨(ତପନ ସ୍ବାଇଁ):ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ପାଇଁ ୨୪ ଜଣିଆ ଭାରତୀୟ ପୁରୁଷ ହକି ଦଳ ଗୁରୁବାର ଘୋଷିତ ହୋଇଛି। ଡ୍ରାଗ୍‌-ଫ୍ଲିକର ହରମନପ୍ରୀତ ସିଂ ଅଧିନାୟକ ପଦ ବଜାୟ ରଖିଥିବାବେଳେ ଓଡ଼ିଶାରୁ ଏକମାତ୍ର ତାରକା ଡିଫେଣ୍ଡର ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି। ହାର୍ଦ୍ଦିକ ସିଂଙ୍କୁ ଉପଅଧିନାୟକ ମନୋନୀତ କରାଯାଇଛି। ଲିଗ୍‌ର ଭୁବନେଶ୍ୱର ଚରଣ ଚଳିତ ମାସ ୧୦ରୁ ଆରମ୍ଭ ହୋଇ ୧୬ରେ ଶେଷ ହେବ। ସେହିପରି ରାଉରକେଲା ଚରଣ ୧୯ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ ଦଳ ଏହି ଗୁରୁତ୍ୱପୂର୍ଣ୍ଣ ଲିଗ୍‌ରେ ନେଦରଲାଣ୍ଡ୍ସ, ସ୍ପେନ୍‌ ଓ ଅଷ୍ଟ୍ରେଲିଆ ସହିତ ୨ ଥର ଲେଖାଏ ଖେଳିବ। ୧୦ ତାରିଖରେ ଭାରତ ଏହାର ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ଭେଟିବ।
ଦଳ ଚୟନ ସମ୍ପର୍କରେ ମତଦେଇ ମୁଖ୍ୟ କୋଚ୍‌ କ୍ରେଗ୍‌ ଫୁଲଟନ କହିଛନ୍ତି ଯେ, ”ସନ୍ତୁଳନ ରକ୍ଷା କରିବା ଲକ୍ଷ୍ୟରେ ଦଳ ଚୟନ ସମୟରେ ସତର୍କତା ଅବଲମ୍ବନ କରାଯାଇଛି। ଫଳରେ ଅଭିଜ୍ଞ ଖେଳାଳିଙ୍କ ସହ ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ସାମିଲ କରାଯାଇଛି। ଉଚ୍ଚସ୍ତରରେ ପ୍ରଦର୍ଶନ ପାଇଁ ଭଲ ଖେଳାଳିଙ୍କ ଏକ ଗ୍ରୁପ୍‌ ପ୍ରସ୍ତୁତ କରିବା ଆମର ଉଦ୍ଦେଶ୍ୟ। ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ଶକ୍ତିଶାଳୀ ଦଳଗୁଡ଼ିକ ଅଂଶଗ୍ରହଣ କରୁଛନ୍ତି। ତେଣୁ ସେଗୁଡ଼ିକ ବିପକ୍ଷରେ ରଣନୀତି ପ୍ରସ୍ତୁତ କରିବା ଏବଂ ନିଜ ଦକ୍ଷତା ଜାଣିବା ପାଇଁ ଏହି ଲିଗ୍‌ ସୁଯୋଗ ଦେଇଛି। ପ୍ରୋ-ଲିଗ୍‌ର ଚାମ୍ପିୟନ ଦଳ ୨୦୨୬ ଏଫ୍‌ଆଇଏଚ୍‌ ହକି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବ। ଏହାବ୍ୟତୀତ ଆଗକୁ ପ୍ୟାରିସ ଅଲିମ୍ପିକ୍ସ ଆସୁଥିବାରୁ ଆମର କେଉଁ ବିଭାଗ ଶକ୍ତିଶାଳୀ ଏବଂ ଦୁର୍ବଳ ଅଛି ତା’ ଉପରେ ମଧ୍ୟ ଜାଣିବା ସହଜ ହେବ“। ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୩-୨୪ର ସମସ୍ତ ମ୍ୟାଚ ସ୍ପୋଟର୍‌ସ୧୮-ଖେଲ୍‌ରେ ପ୍ରସାରିତ ହେବ। ଏହା ବ୍ୟତୀତ ଜିଓସିନେମାରେ ଷ୍ଟ୍ରିମିଂ ହେବ।
ଭାରତୀୟ ଦଳ
ଗୋଲକିପର୍ସ: ଶ୍ରୀଜେଶ ପରଟ୍ଟୁ ରବୀନ୍ଦ୍ରନ, କ୍ରିଶନ ବାହାଦୁର ପାଠକ। ଡିଫେଣ୍ଡର୍ସ: ଜରମନପ୍ରୀତ ସିଂ, ସୁମିତ, ଯୁଗରାଜ ସିଂ, ଅମିତ ରୋହିଦାସ, ହରମନପ୍ରୀତ ସିଂ (ଅଧିନାୟକ), ବରୁଣ କୁମାର, ସଞ୍ଜୟ, ବିଷ୍ଣୁକାନ୍ତ ସିଂ। ମିଡ୍‌ଫିଲ୍ଡର୍ସ: ହାର୍ଦ୍ଦିକ ସିଂ(ଉପ-ଅଧିନାୟକ), ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂ, ନୀଳକାନ୍ତ ଶର୍ମା, ଶମଶେର ସିଂ, ରାଜକୁମାର ପାଲ୍‌, ରବିଚନ୍ଦ୍ର ସିଂ ମୋଇରାଙ୍ଗଥେମ୍‌। ଫରଓ୍ବାଡର୍‌ସ: ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ଗୁଜରାନ୍ତ ସିଂ, ସୁଖଜିତ ସିଂ, ଅଭିଷେକ, ଆକାଶଦୀପ ସିଂ, ଅରାଇଜିତ ସିଂ ହୁଣ୍ଡାଲ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri