Posted inଖେଳ

ହରମନପ୍ରୀତ ଅଧିନାୟକ

ଭୁବନେଶ୍ୱର, ୨।୨(ତପନ ସ୍ବାଇଁ):ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ପାଇଁ ୨୪ ଜଣିଆ ଭାରତୀୟ ପୁରୁଷ ହକି ଦଳ ଗୁରୁବାର ଘୋଷିତ ହୋଇଛି। ଡ୍ରାଗ୍‌-ଫ୍ଲିକର ହରମନପ୍ରୀତ ସିଂ ଅଧିନାୟକ ପଦ ବଜାୟ ରଖିଥିବାବେଳେ ଓଡ଼ିଶାରୁ ଏକମାତ୍ର ତାରକା ଡିଫେଣ୍ଡର ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି। ହାର୍ଦ୍ଦିକ ସିଂଙ୍କୁ ଉପଅଧିନାୟକ ମନୋନୀତ କରାଯାଇଛି। ଲିଗ୍‌ର ଭୁବନେଶ୍ୱର ଚରଣ ଚଳିତ ମାସ ୧୦ରୁ ଆରମ୍ଭ ହୋଇ ୧୬ରେ ଶେଷ ହେବ। ସେହିପରି ରାଉରକେଲା ଚରଣ ୧୯ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ ଦଳ ଏହି ଗୁରୁତ୍ୱପୂର୍ଣ୍ଣ ଲିଗ୍‌ରେ ନେଦରଲାଣ୍ଡ୍ସ, ସ୍ପେନ୍‌ ଓ ଅଷ୍ଟ୍ରେଲିଆ ସହିତ ୨ ଥର ଲେଖାଏ ଖେଳିବ। ୧୦ ତାରିଖରେ ଭାରତ ଏହାର ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ଭେଟିବ।
ଦଳ ଚୟନ ସମ୍ପର୍କରେ ମତଦେଇ ମୁଖ୍ୟ କୋଚ୍‌ କ୍ରେଗ୍‌ ଫୁଲଟନ କହିଛନ୍ତି ଯେ, ”ସନ୍ତୁଳନ ରକ୍ଷା କରିବା ଲକ୍ଷ୍ୟରେ ଦଳ ଚୟନ ସମୟରେ ସତର୍କତା ଅବଲମ୍ବନ କରାଯାଇଛି। ଫଳରେ ଅଭିଜ୍ଞ ଖେଳାଳିଙ୍କ ସହ ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ସାମିଲ କରାଯାଇଛି। ଉଚ୍ଚସ୍ତରରେ ପ୍ରଦର୍ଶନ ପାଇଁ ଭଲ ଖେଳାଳିଙ୍କ ଏକ ଗ୍ରୁପ୍‌ ପ୍ରସ୍ତୁତ କରିବା ଆମର ଉଦ୍ଦେଶ୍ୟ। ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ଶକ୍ତିଶାଳୀ ଦଳଗୁଡ଼ିକ ଅଂଶଗ୍ରହଣ କରୁଛନ୍ତି। ତେଣୁ ସେଗୁଡ଼ିକ ବିପକ୍ଷରେ ରଣନୀତି ପ୍ରସ୍ତୁତ କରିବା ଏବଂ ନିଜ ଦକ୍ଷତା ଜାଣିବା ପାଇଁ ଏହି ଲିଗ୍‌ ସୁଯୋଗ ଦେଇଛି। ପ୍ରୋ-ଲିଗ୍‌ର ଚାମ୍ପିୟନ ଦଳ ୨୦୨୬ ଏଫ୍‌ଆଇଏଚ୍‌ ହକି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବ। ଏହାବ୍ୟତୀତ ଆଗକୁ ପ୍ୟାରିସ ଅଲିମ୍ପିକ୍ସ ଆସୁଥିବାରୁ ଆମର କେଉଁ ବିଭାଗ ଶକ୍ତିଶାଳୀ ଏବଂ ଦୁର୍ବଳ ଅଛି ତା’ ଉପରେ ମଧ୍ୟ ଜାଣିବା ସହଜ ହେବ“। ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୩-୨୪ର ସମସ୍ତ ମ୍ୟାଚ ସ୍ପୋଟର୍‌ସ୧୮-ଖେଲ୍‌ରେ ପ୍ରସାରିତ ହେବ। ଏହା ବ୍ୟତୀତ ଜିଓସିନେମାରେ ଷ୍ଟ୍ରିମିଂ ହେବ।
ଭାରତୀୟ ଦଳ
ଗୋଲକିପର୍ସ: ଶ୍ରୀଜେଶ ପରଟ୍ଟୁ ରବୀନ୍ଦ୍ରନ, କ୍ରିଶନ ବାହାଦୁର ପାଠକ। ଡିଫେଣ୍ଡର୍ସ: ଜରମନପ୍ରୀତ ସିଂ, ସୁମିତ, ଯୁଗରାଜ ସିଂ, ଅମିତ ରୋହିଦାସ, ହରମନପ୍ରୀତ ସିଂ (ଅଧିନାୟକ), ବରୁଣ କୁମାର, ସଞ୍ଜୟ, ବିଷ୍ଣୁକାନ୍ତ ସିଂ। ମିଡ୍‌ଫିଲ୍ଡର୍ସ: ହାର୍ଦ୍ଦିକ ସିଂ(ଉପ-ଅଧିନାୟକ), ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂ, ନୀଳକାନ୍ତ ଶର୍ମା, ଶମଶେର ସିଂ, ରାଜକୁମାର ପାଲ୍‌, ରବିଚନ୍ଦ୍ର ସିଂ ମୋଇରାଙ୍ଗଥେମ୍‌। ଫରଓ୍ବାଡର୍‌ସ: ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ଗୁଜରାନ୍ତ ସିଂ, ସୁଖଜିତ ସିଂ, ଅଭିଷେକ, ଆକାଶଦୀପ ସିଂ, ଅରାଇଜିତ ସିଂ ହୁଣ୍ଡାଲ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri