ଜୀବିତ ୧୧ଜଣଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଟଙ୍କା ହଡ଼ପ

ରାଜନଗର, ୧୭ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତରେ ବଞ୍ଚତ୍ଥିବା ୧୧ ଜଣ ଲୋକଙ୍କୁ ସରକାରୀ ଦସ୍ତାବିଜରେ ଚଞ୍ଚକତା କରି ମୃତ ଦର୍ଶାଇ ଶବ ସଂସ୍କାର ବାବଦ ହରିଶ୍ଚନ୍ଦ୍ର ଟଙ୍କାକୁ ସରକାରୀ କର୍ମଚାରୀ ନେଇଯାଇଛନ୍ତି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ବିଡିଓ ଅଡୁଆ ସୂତାରେ ଛନ୍ଦି ହୋଇଛନ୍ତି। ସେପଟେ କେନ୍ଦ୍ରାପଡା ଜିଲାପାଳ ଅମୃତ ଋତୁରାଜ ୨୪ ଘଣ୍ଟା ଭିତରେ ପ୍ରକୃତ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ରାଜନଗର ବିଡିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏପରି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ରାଜନଗର ବିଡିଓ ପ୍ରଧାନଙ୍କୁ ପଚାରିବାରେ ବୁଧବାର ଘଟଣାର ତଦନ୍ତ କରିବା ପରେ ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି। ମୃତ୍ୟୁ ପରେ ମୃତଦେହକୁ ସମ୍ମାନ ଦେବାକୁ ସରକାର ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ସଂସ୍କାର ପାଇଁ ୨ ହଜାର ଟଙ୍କା ଲେଖାଏ ଯୋଗାଇ ଦେଉଛନ୍ତି। କୌଣସି ବ୍ୟକ୍ତିର ମୃତ୍ୟୁ ଘଟିଲେ ତତ୍‌କ୍ଷଣାତ୍‌ ସରପଞ୍ଚ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ୨ ହଜାର ଟଙ୍କା ପ୍ରଦାନ କରିଥାନ୍ତି। ମାତ୍ର ରାଜନଗର ବ୍ଲକର କୁରୁଣ୍ଟି ପଞ୍ଚାୟତରେ ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ସେମାନଙ୍କ ପରିବାର ସଦସ୍ୟଙ୍କୁ ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ କରାଯାଇଥିବା ଦର୍ଶାଇ ସରକାରୀ ଟଙ୍କା ଲୁଟି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ ୱେବ୍‌ସାଇଟ୍‌ରୁ ଏପରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। କୁରୁଣ୍ଟି ଗାଁର ପ୍ରଭାତ କୁମାର ସ୍ବାଇଁ, ଗୋପୀନାଥ ଖଟୁଆ, ଅନନ୍ତ ଚରଣ ଜେନା, ସନ୍ନ୍ୟାସୀ ଖଟୁଆ, ଚକ୍ରଧରପୁରର ଅଲେଖ ବେହେରା, ଚନ୍ଦ୍ରମଣି ବେହେରା, ନୋଧାବସନ୍ତର ଗୋପୀନାଥ ବିଶ୍ୱାଳ, ନରହରି ପ୍ରଧାନ, ଚନ୍ଦ୍ରଶିଖର ଗଁାର ରାମଚନ୍ଦ୍ର ପ୍ରଧାନ, ଗୁହାଳକଣିର ଶ୍ରୀଧର ସାହୁ ପ୍ରମୁଖ ୧୧ଜଣ ଜୀବିତ ଥିବା ବେଳେ ସେମାନଙ୍କୁ ମୃତ ଦର୍ଶାଯାଇଛି। ସେମାନଙ୍କ ମୃତଦେହ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ୨୦୦୦ ଟଙ୍କା ଲେଖାଏ ଦିଆଯାଇଛି ବୋଲି ସରକାରୀ ରେକର୍ଡରେ ଦର୍ଶାଯାଇଛି। ସରକାରୀ ନିୟମ ମୁତାବକ, ଗରିବ ପରିବାରର କେହି ସଦସ୍ୟ ମୃତ୍ୟୁବରଣ କଲେ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ମୃତବ୍ୟକ୍ତିର ମୃତଦେହ ସଂସ୍କାର ପାଇଁ ପରିବାର ସଦସ୍ୟଙ୍କୁ ୨ ହଜାର ଟଙ୍କା ଯୋଗାଇ ଦେଇଥାନ୍ତି। ବ୍ୟକ୍ତି ମୃତ୍ୟୁର ତତ୍‌କ୍ଷଣାତ୍‌ ସରପଞ୍ଚ ସହାୟତା ରାଶି ଯୋଗାଇ ଦେଇଥାନ୍ତି। ବ୍ୟକ୍ତି ମୃତ୍ୟୁବରଣର ୧୫ଦିନ ମଧ୍ୟରେ ମୃତକଙ୍କ ସମ୍ପର୍କିତ ତଥ୍ୟ ୱେବ୍‌ ସାଇଟ୍‌ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦରଜ କରିଥା’ନ୍ତି। ଏହାର ୧୫ଦିନ ମଧ୍ୟରେ ପଞ୍ଚାୟତ ପକ୍ଷରୁ ୱେବ୍‌ ସାଇଟ୍‌ରେ ଦିଆଯାଇଥିବା ମୃତବ୍ୟକ୍ତିର ତଥ୍ୟକୁ ବିଡିଓ ଅଥରାଇଜେଶନ (ପ୍ରମାଣୀକରଣ) କରିବା ପରେ ସରକାର ପଞ୍ଚାୟତ ଆକାଉଣ୍ଟକୁ ଟଙ୍କା ଦେଇଥାନ୍ତି। ଏପରିସ୍ଥଳେ ୧୧ଜଣ ଲୋକ ଜୀବିତ ଥିବା ବେଳେ ସେମାନଙ୍କୁ କିପରି ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମୃତ ବୋଲି ଦର୍ଶାଇ ହରିଶ୍ଚନ୍ଦ୍ର ସହାୟତା ରାଶି ଲୁଟି ନେଲେ ତାହାକୁ ନେଇ ସମଗ୍ର ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri