ଟେନଶନ ବଢ଼ାଉଛି ହରିପୁର ଗୋଷ୍ଠୀ ବିବାଦ

ନୟାଗଡ଼ ଅଫିସ,୮ା୬: ନୟାଗଡ଼ ଜିଲା ଇଟାମାଟି ଥାନାର ହରିପୁର ଗଁାରେ ଗତ ୪ ତାରିଖରେ ଗୋଷ୍ଠୀ ସଂଘର୍ଷ ପରେ ବିବାଦ ବଢ଼ି ଚାଲିଛି । ଗଁାରେ ୧ ପ୍ଲାଟନ୍‌ ଫୋର୍ସ ମୁତୟନ ଥିବାବେଳେ ଏସ୍‌ପି ଓ ଏସ୍‌ଡିପିଓ ଏହାର ସମୀକ୍ଷା କରୁଥିଲେ ମଧ୍ୟ ଅଭିଯୋଗକାରୀ ନ୍ୟାୟ ପାଉ ନ ଥିବା ଅଭିଯୋଗ ହେଉଛି । ଗଁାରେ ମାରପିଟ୍‌ ସହ ନିର୍ଯାତନା ବଢ଼ୁଥିବାବେଳେ ପୋଲିସର ଅସହଯୋଗ ଅଭିଯୋଗକାରୀଙ୍କୁ ଅଭିଶପ୍ତ ଜୀବଯାପନ କରିବାକୁ ବାଧ୍ୟ କରାଉଛି ବୋଲି ଅଭିଯୋଗ ହୋଇ ଆସୁଛି । ଗଁାରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ଭାଜପା ଓ ବିଜେଡି ପକ୍ଷରୁ କୁହାଯାଉଥିଲେ ହେଁ ପରିସ୍ଥିତି ଏଭଳି ହେଲାଣି କେତେଜଣ ଲୋକଙ୍କୁ ଗଁା ଛାଡିବାକୁ ବାଧ୍ୟ କରୁଛି । ବହୁ ଲୋକ ଗଁା ଛାଡି ବାହାରେ ରହିବା ଆରମ୍ଭ କରିଲେଣି। ଆଉ କେତେଜଣ ଭାଗ୍ୟ ଓ ଭଗବାନକୁ ଦୋଷ ଦେଇ ନିର୍ଯାତନା ସହି ପଡି ରହିଛନ୍ତି ।
ପୋଲିସ ଉପରେ ବର୍ଷିଲେ ପ୍ରତ୍ୟୁଷା :
ଭାଜପା ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ନୟାଗଡ଼ରେ ଏକ ଖବରଦାତା ସମ୍ମିଳନୀ କରି ହରିପୁର ଗୋଷ୍ଠୀ ସଂଘର୍ଷ ଘଟଣାରେ ନୟାଗଡ଼ ବିଧାୟକ ଓ ପୋଲିସ ଉପରେ ବର୍ଷିଛନ୍ତି । ପ୍ରତ୍ୟୁଷାଙ୍କ ସୂଚନା ଅନୁସାରେ ହରିପୁରରେ ଗଣ୍ଡଗୋଳ ପାଇଁ ନୟାଗଡ଼ ସଦର ଥାନା ଆଇଆଇସିଙ୍କୁ ଇଟାମାଟି ଥାନାକୁ ଜାଣିଶୁଣି ବଦଳି କରି ପଠାଯାଇଛି। ଇଟାମାଟି ଥାନା ଆଇଆଇସି ଭାଜପାର କର୍ମୀମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉ ନାହାନ୍ତି । କିଛି ଅଭିଯୋଗକୁ ନେଇ ମାମଲା ରୁଜୁ କରୁ ନାହାନ୍ତି । ଆଉ ମାମଲା ରୁଜୁ କଲେ ଅଭିଯୁକ୍ତଙ୍କୁ ଗିରଫ କରୁ ନାହାନ୍ତି। ଗତ ୪ ତାରିଖ ଗୋଷ୍ଠୀ ସଂଘର୍ଷର ଉଦାରହରଣ ଦେଇ କହିଥିଲେ ଦୁଇ ଦଳ ସମର୍ଥକଙ୍କ ପକ୍ଷରୁ ୨ଟି ମାମଲା ହୋଇଛି। ବିଜେଡି ସମର୍ଥକଙ୍କ ମାମଲାରେ ୪ ଜଣ ଗିରଫ ହୋଇଥିବାବେଳେ ଭାଜପା ସମର୍ଥକଙ୍କ ଗଣ୍ଡଗୋଳରେ ଜଣେ ମାତ୍ର ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ପୋଲିସ ସହ ଗଁାରେ ବୁଲୁଥିଲେ ମଧ୍ୟ ସେମାନଙ୍କୁ ଗିରଫ କରୁ ନାହାନ୍ତି । ଦୋଳପୂର୍ଣ୍ଣିମା ଯାତ୍ରା ପରେ ହରିପୁର ଗଁା ଅଶାନ୍ତ ହୋଇ ପଡିଛି । ଦୁତିଆ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଅଯଥାରେ ମାଡ ମରାଯିବା ଓ କଲେଜ ଛାତ୍ରଙ୍କ ନଁାରେ ମାମଲା କରାଯିବା, ଜଣେ ମହିଳାଙ୍କୁ ମାଡ ମାରି ଯୌନାଙ୍ଗରୁ ରକ୍ତ କାଢ଼ି ଦେବା ପରି ଘଟଣା ଘଟି ଯାଇଛି । ମହିଳାଙ୍କୁ ମାଡମରା ଘଟଣାରେ ଏକ ମାମଲା(ନଂ. ୬୪/୨୩) ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିଲା । ଏହାର ସମାଧାନ ହୋଇପାରି ନ ଥିବାବେଳେ ଶାସକ ଦଳ ଦ୍ୱାରା ନିର୍ଯାତିତ କିଛି ପରିବାର ଭାଜପାରେ ମିଶିଥିଲେ । ଏହା ପରେ ଭାଜପା କର୍ମୀ ଓ ସମର୍ଥକଙ୍କ ଉପରେ ଆରମ୍ଭ ହୋଇ ଯାଇଛି ନିର୍ଯାତନା ଓ ମାମଲା । ଗତ ୧ ତାରିଖରେ ମାନସ ପ୍ରଧାନ ନାମକ ଜଣେ ଭାଜପା କର୍ମୀଙ୍କୁ ଅଟକାଇ ମାଡ ମରାଯିବା ଘଟଣା ଗଁାରେ ଅଶାନ୍ତି ସୃଷ୍ଟି କରିଥିଲା । ଏନେଇ ଏକ ମାମଲା(ନଂ.୧୩୧/୨୩) ରୁଜୁ ହୋଇଥିଲେ ମଧ୍ୟ ପୋଲିସ କାହାକୁ ଗିରଫ କରି ନ ଥିଲା । ବରଂ ୧୩୨/୨୩ରେ ପାଲଟା ମାମଲା କରି ଘଟଣାକୁ ବିବାଦୀୟ କରିଥିଲା । ଏଭଳିସ୍ଥଳେ ଥାନାରୁ କେଶ ଉଠାଇବା ପାଇଁ ଆରମ୍ଭ ହୋଇଥିଲା ମାନସଙ୍କ ପରିବାର ଉପରେ ନିର୍ଯାତନା । ଗତ ୪ ତାରିଖରେ ମାନସଙ୍କ ଘରେ ପଶି ୩୦ ରୁ ଊର୍ଦ୍ଧ୍ୱ ଶାସକ ଦଳର କର୍ମୀ ଘରର ଆସବାବପତ୍ର ଭଙ୍ଗାରୁଜା କରିବା ସହ ଲୁଟ୍‌ କଲେ । ମାନସଙ୍କ ମା’ଙ୍କୁ ଅସଦାରଣ କରି ଗୋଡେଇ ଗୋଡେଇ ପିଟିଲେ। ପୁଅ ମାନସ ମା’କୁ ରକ୍ଷା କରିବାକୁ ଯାଇ ସରପଞ୍ଚଙ୍କୁ ମାଡମାରିବା ବେଳେ ସେ ଆହତ ହୋଇଥିଲେ । ଏଭଳିସ୍ଥଳେ ପୋଲିସ ସରପଞ୍ଚଙ୍କ ଘଟଣାକୁ ଗୁରୁତ୍ୱ ଦେଇ ଭାଜପା ଅଭିଯୋଗକୁ ହାଲକା ଭାବେ ନେବାରୁ ସତକୁ ଲୁଚାଇବାକୁ ପ୍ରଚେଷ୍ଟା କରାଯାଉଛି । ଏହା ପରେ ଲତା ପ୍ରଧାନ ନିଯର୍ର୍ାତନା, ସଶ୍ମିତା ପ୍ରଧାନଙ୍କୁ ନିର୍ଯାତନା ଘଟିଲାଣି ।ପୋଲିସ ଉପସ୍ଥିତିରେ ଗଁାରେ ଭାଜପା କର୍ମୀ ଓ ସମର୍ଥକଙ୍କୁ ମାରପିଟ, ନିର୍ଯାତନା ଦିଆ ଚାଲିଛି । ପୋଲିସକୁ ଅଭିଯୁକ୍ତଙ୍କ କାରନାମାର ଭିଡିଓ ଦେଇଥିଲେବି ସୁଫଳ ମିଳିଲା ନାହିଁ। ବରଂ ବିବାଦ ବଢ଼ି ଚାଲିଛି । ଇଏ କଣ ନାରୀକୁ ସମ୍ମାନ ନୟାଗଡ ବିଧାୟକଙ୍କର ବୋଲି ପ୍ରଶ୍ନ କରିଛନ୍ତି । ଆଲ୍ରମଣର ଶିକାର ହେଉଥିବା ଭାଜପା କର୍ମୀ ଓ ସମର୍ଥକଙ୍କୁ ସୁରକ୍ଷା, ଗଁାରେ ଶାନ୍ତି ପ୍ରତିଷ୍ଠା, ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି ।

ପୋଲିସର ରୁକ୍ଷ ବ୍ୟବହାର ଭାଇରାଲ :
ଇଟାମାଟି ଥାନାକୁ ଏତଲା ଦେବାକୁ ଯାଇଥିବା ସସ୍ମିତା ପ୍ରଧାନଙ୍କ ପରିବାରକୁ ଗୋବର୍ଦ୍ଧନ ମିଶ୍ର ନାମକ ଜଣେ ପୋଲିସ ରୁକ୍ଷ ଓ ଧମକପୂର୍ଣ୍ଣ ବ୍ୟବହାର କରିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସସ୍ମିତାଙ୍କ ଅଭିଯୋଗ ପୋଲିସର ସବୁ କାରନାମା ରେକର୍ଡିଂ ହୋଇ ପାରି ନାହିଁ। ତେବେ ରେକର୍ଡିଂ ହୋଇଥିବା ଅଂଶରେ ପୋଲିସର ବ୍ୟବହାର ଠିକ୍‌ ନୁହେଁ। ଏଭଳି ବ୍ୟବହାର କରାଗଲେ ଲୋକେ ଥାନାକୁ ଯିବାକୁ ଭୟ କରିବେ । ମୋ ପାଠ ପଢ଼ୁଆ ପୁଅ ନଁାରେ ମିଥ୍ୟା ମାମଲା ହୋଇଛି। ମୋ ଘରେ ପଶି ମାରପିଟ୍‌ ଗାଳିଗୁଲଜ କରାହେଉଛି । ପୋଲିସ ଉପସ୍ଥିତିରେ ଘଟଣା ଘଟୁଛି । ଅଭିଯୋଗ କଲେ ନାଲି ଆଖି ଦେଖିବାକୁ ପଡୁଛି । କିଭଳି ବଞ୍ଚିବେ, କୁଆଡେ ଯିବେ କହି ସସ୍ମିତା ପ୍ରଧାନ କାନ୍ଦି ପକାଇଥିଲେ । ଅନ୍ୟପକ୍ଷେ ଥାନା ଭିତରେ ପୋଲିସର ରୁକ୍ଷ ବ୍ୟବହାର ରେକଡିଂ କରିବା ଘଟଣା ପରେ ଏବେ ଥାନାକୁ ମୋବାଇଲ ଯିବା ଉପରେ କଟକଣା ଲାଗିବ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri