ଟେନଶନ ବଢ଼ାଉଛି ହରିପୁର ଗୋଷ୍ଠୀ ବିବାଦ

ନୟାଗଡ଼ ଅଫିସ,୮ା୬: ନୟାଗଡ଼ ଜିଲା ଇଟାମାଟି ଥାନାର ହରିପୁର ଗଁାରେ ଗତ ୪ ତାରିଖରେ ଗୋଷ୍ଠୀ ସଂଘର୍ଷ ପରେ ବିବାଦ ବଢ଼ି ଚାଲିଛି । ଗଁାରେ ୧ ପ୍ଲାଟନ୍‌ ଫୋର୍ସ ମୁତୟନ ଥିବାବେଳେ ଏସ୍‌ପି ଓ ଏସ୍‌ଡିପିଓ ଏହାର ସମୀକ୍ଷା କରୁଥିଲେ ମଧ୍ୟ ଅଭିଯୋଗକାରୀ ନ୍ୟାୟ ପାଉ ନ ଥିବା ଅଭିଯୋଗ ହେଉଛି । ଗଁାରେ ମାରପିଟ୍‌ ସହ ନିର୍ଯାତନା ବଢ଼ୁଥିବାବେଳେ ପୋଲିସର ଅସହଯୋଗ ଅଭିଯୋଗକାରୀଙ୍କୁ ଅଭିଶପ୍ତ ଜୀବଯାପନ କରିବାକୁ ବାଧ୍ୟ କରାଉଛି ବୋଲି ଅଭିଯୋଗ ହୋଇ ଆସୁଛି । ଗଁାରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ଭାଜପା ଓ ବିଜେଡି ପକ୍ଷରୁ କୁହାଯାଉଥିଲେ ହେଁ ପରିସ୍ଥିତି ଏଭଳି ହେଲାଣି କେତେଜଣ ଲୋକଙ୍କୁ ଗଁା ଛାଡିବାକୁ ବାଧ୍ୟ କରୁଛି । ବହୁ ଲୋକ ଗଁା ଛାଡି ବାହାରେ ରହିବା ଆରମ୍ଭ କରିଲେଣି। ଆଉ କେତେଜଣ ଭାଗ୍ୟ ଓ ଭଗବାନକୁ ଦୋଷ ଦେଇ ନିର୍ଯାତନା ସହି ପଡି ରହିଛନ୍ତି ।
ପୋଲିସ ଉପରେ ବର୍ଷିଲେ ପ୍ରତ୍ୟୁଷା :
ଭାଜପା ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ନୟାଗଡ଼ରେ ଏକ ଖବରଦାତା ସମ୍ମିଳନୀ କରି ହରିପୁର ଗୋଷ୍ଠୀ ସଂଘର୍ଷ ଘଟଣାରେ ନୟାଗଡ଼ ବିଧାୟକ ଓ ପୋଲିସ ଉପରେ ବର୍ଷିଛନ୍ତି । ପ୍ରତ୍ୟୁଷାଙ୍କ ସୂଚନା ଅନୁସାରେ ହରିପୁରରେ ଗଣ୍ଡଗୋଳ ପାଇଁ ନୟାଗଡ଼ ସଦର ଥାନା ଆଇଆଇସିଙ୍କୁ ଇଟାମାଟି ଥାନାକୁ ଜାଣିଶୁଣି ବଦଳି କରି ପଠାଯାଇଛି। ଇଟାମାଟି ଥାନା ଆଇଆଇସି ଭାଜପାର କର୍ମୀମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉ ନାହାନ୍ତି । କିଛି ଅଭିଯୋଗକୁ ନେଇ ମାମଲା ରୁଜୁ କରୁ ନାହାନ୍ତି । ଆଉ ମାମଲା ରୁଜୁ କଲେ ଅଭିଯୁକ୍ତଙ୍କୁ ଗିରଫ କରୁ ନାହାନ୍ତି। ଗତ ୪ ତାରିଖ ଗୋଷ୍ଠୀ ସଂଘର୍ଷର ଉଦାରହରଣ ଦେଇ କହିଥିଲେ ଦୁଇ ଦଳ ସମର୍ଥକଙ୍କ ପକ୍ଷରୁ ୨ଟି ମାମଲା ହୋଇଛି। ବିଜେଡି ସମର୍ଥକଙ୍କ ମାମଲାରେ ୪ ଜଣ ଗିରଫ ହୋଇଥିବାବେଳେ ଭାଜପା ସମର୍ଥକଙ୍କ ଗଣ୍ଡଗୋଳରେ ଜଣେ ମାତ୍ର ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ପୋଲିସ ସହ ଗଁାରେ ବୁଲୁଥିଲେ ମଧ୍ୟ ସେମାନଙ୍କୁ ଗିରଫ କରୁ ନାହାନ୍ତି । ଦୋଳପୂର୍ଣ୍ଣିମା ଯାତ୍ରା ପରେ ହରିପୁର ଗଁା ଅଶାନ୍ତ ହୋଇ ପଡିଛି । ଦୁତିଆ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଅଯଥାରେ ମାଡ ମରାଯିବା ଓ କଲେଜ ଛାତ୍ରଙ୍କ ନଁାରେ ମାମଲା କରାଯିବା, ଜଣେ ମହିଳାଙ୍କୁ ମାଡ ମାରି ଯୌନାଙ୍ଗରୁ ରକ୍ତ କାଢ଼ି ଦେବା ପରି ଘଟଣା ଘଟି ଯାଇଛି । ମହିଳାଙ୍କୁ ମାଡମରା ଘଟଣାରେ ଏକ ମାମଲା(ନଂ. ୬୪/୨୩) ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିଲା । ଏହାର ସମାଧାନ ହୋଇପାରି ନ ଥିବାବେଳେ ଶାସକ ଦଳ ଦ୍ୱାରା ନିର୍ଯାତିତ କିଛି ପରିବାର ଭାଜପାରେ ମିଶିଥିଲେ । ଏହା ପରେ ଭାଜପା କର୍ମୀ ଓ ସମର୍ଥକଙ୍କ ଉପରେ ଆରମ୍ଭ ହୋଇ ଯାଇଛି ନିର୍ଯାତନା ଓ ମାମଲା । ଗତ ୧ ତାରିଖରେ ମାନସ ପ୍ରଧାନ ନାମକ ଜଣେ ଭାଜପା କର୍ମୀଙ୍କୁ ଅଟକାଇ ମାଡ ମରାଯିବା ଘଟଣା ଗଁାରେ ଅଶାନ୍ତି ସୃଷ୍ଟି କରିଥିଲା । ଏନେଇ ଏକ ମାମଲା(ନଂ.୧୩୧/୨୩) ରୁଜୁ ହୋଇଥିଲେ ମଧ୍ୟ ପୋଲିସ କାହାକୁ ଗିରଫ କରି ନ ଥିଲା । ବରଂ ୧୩୨/୨୩ରେ ପାଲଟା ମାମଲା କରି ଘଟଣାକୁ ବିବାଦୀୟ କରିଥିଲା । ଏଭଳିସ୍ଥଳେ ଥାନାରୁ କେଶ ଉଠାଇବା ପାଇଁ ଆରମ୍ଭ ହୋଇଥିଲା ମାନସଙ୍କ ପରିବାର ଉପରେ ନିର୍ଯାତନା । ଗତ ୪ ତାରିଖରେ ମାନସଙ୍କ ଘରେ ପଶି ୩୦ ରୁ ଊର୍ଦ୍ଧ୍ୱ ଶାସକ ଦଳର କର୍ମୀ ଘରର ଆସବାବପତ୍ର ଭଙ୍ଗାରୁଜା କରିବା ସହ ଲୁଟ୍‌ କଲେ । ମାନସଙ୍କ ମା’ଙ୍କୁ ଅସଦାରଣ କରି ଗୋଡେଇ ଗୋଡେଇ ପିଟିଲେ। ପୁଅ ମାନସ ମା’କୁ ରକ୍ଷା କରିବାକୁ ଯାଇ ସରପଞ୍ଚଙ୍କୁ ମାଡମାରିବା ବେଳେ ସେ ଆହତ ହୋଇଥିଲେ । ଏଭଳିସ୍ଥଳେ ପୋଲିସ ସରପଞ୍ଚଙ୍କ ଘଟଣାକୁ ଗୁରୁତ୍ୱ ଦେଇ ଭାଜପା ଅଭିଯୋଗକୁ ହାଲକା ଭାବେ ନେବାରୁ ସତକୁ ଲୁଚାଇବାକୁ ପ୍ରଚେଷ୍ଟା କରାଯାଉଛି । ଏହା ପରେ ଲତା ପ୍ରଧାନ ନିଯର୍ର୍ାତନା, ସଶ୍ମିତା ପ୍ରଧାନଙ୍କୁ ନିର୍ଯାତନା ଘଟିଲାଣି ।ପୋଲିସ ଉପସ୍ଥିତିରେ ଗଁାରେ ଭାଜପା କର୍ମୀ ଓ ସମର୍ଥକଙ୍କୁ ମାରପିଟ, ନିର୍ଯାତନା ଦିଆ ଚାଲିଛି । ପୋଲିସକୁ ଅଭିଯୁକ୍ତଙ୍କ କାରନାମାର ଭିଡିଓ ଦେଇଥିଲେବି ସୁଫଳ ମିଳିଲା ନାହିଁ। ବରଂ ବିବାଦ ବଢ଼ି ଚାଲିଛି । ଇଏ କଣ ନାରୀକୁ ସମ୍ମାନ ନୟାଗଡ ବିଧାୟକଙ୍କର ବୋଲି ପ୍ରଶ୍ନ କରିଛନ୍ତି । ଆଲ୍ରମଣର ଶିକାର ହେଉଥିବା ଭାଜପା କର୍ମୀ ଓ ସମର୍ଥକଙ୍କୁ ସୁରକ୍ଷା, ଗଁାରେ ଶାନ୍ତି ପ୍ରତିଷ୍ଠା, ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି ।

ପୋଲିସର ରୁକ୍ଷ ବ୍ୟବହାର ଭାଇରାଲ :
ଇଟାମାଟି ଥାନାକୁ ଏତଲା ଦେବାକୁ ଯାଇଥିବା ସସ୍ମିତା ପ୍ରଧାନଙ୍କ ପରିବାରକୁ ଗୋବର୍ଦ୍ଧନ ମିଶ୍ର ନାମକ ଜଣେ ପୋଲିସ ରୁକ୍ଷ ଓ ଧମକପୂର୍ଣ୍ଣ ବ୍ୟବହାର କରିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସସ୍ମିତାଙ୍କ ଅଭିଯୋଗ ପୋଲିସର ସବୁ କାରନାମା ରେକର୍ଡିଂ ହୋଇ ପାରି ନାହିଁ। ତେବେ ରେକର୍ଡିଂ ହୋଇଥିବା ଅଂଶରେ ପୋଲିସର ବ୍ୟବହାର ଠିକ୍‌ ନୁହେଁ। ଏଭଳି ବ୍ୟବହାର କରାଗଲେ ଲୋକେ ଥାନାକୁ ଯିବାକୁ ଭୟ କରିବେ । ମୋ ପାଠ ପଢ଼ୁଆ ପୁଅ ନଁାରେ ମିଥ୍ୟା ମାମଲା ହୋଇଛି। ମୋ ଘରେ ପଶି ମାରପିଟ୍‌ ଗାଳିଗୁଲଜ କରାହେଉଛି । ପୋଲିସ ଉପସ୍ଥିତିରେ ଘଟଣା ଘଟୁଛି । ଅଭିଯୋଗ କଲେ ନାଲି ଆଖି ଦେଖିବାକୁ ପଡୁଛି । କିଭଳି ବଞ୍ଚିବେ, କୁଆଡେ ଯିବେ କହି ସସ୍ମିତା ପ୍ରଧାନ କାନ୍ଦି ପକାଇଥିଲେ । ଅନ୍ୟପକ୍ଷେ ଥାନା ଭିତରେ ପୋଲିସର ରୁକ୍ଷ ବ୍ୟବହାର ରେକଡିଂ କରିବା ଘଟଣା ପରେ ଏବେ ଥାନାକୁ ମୋବାଇଲ ଯିବା ଉପରେ କଟକଣା ଲାଗିବ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri