ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ହରିବାବୁ କମ୍ଭମ୍‌ପତି

ଭୁବନେଶ୍ୱର,୩ା୧: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶୁକ୍ରବାର ଶପଥ ନେଇଛନ୍ତି ହରିବାବୁ କମ୍ଭମ୍‌ପତି। ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ସେ ଆଜି ଶପଥ ନେଇଛନ୍ତି। ଆଜି ପୂର୍ବାହ୍ନ ୧୦ଟା୧୦ ମିନିଟ୍‌ରେ ହରିବାବୁ କମ୍ଭମ୍‌ପତିଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧର ଶରଣ ସିଂହ।

ରାଜଭବନରେ ଆୟୋଜିତ ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକବର୍ଦ୍ଧନ ସିଂ ଦେଓ,ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବାଚସ୍ପତି ସୁରମା ପାଢ଼ୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୪ରେ ଓଡ଼ିଶାର ରାଜ୍ୟପାଳ ଭାବରେ ହରିବାବୁ କମ୍ଭମ୍‌ପତିଙ୍କୁ ନିଯୁକ୍ତି ମିଳିଥିଲା। ଗତକାଲି ଭୁବନେଶ୍ୱରରେ ପହଞ୍ଚି ହରିବାବୁ ଓ ତାଙ୍କ ପରିବାର ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ।

ସେ ୨୦୧୪ ଲୋକ ସଭା ନିର୍ବାଚନରେ ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ । ଭାରତୀୟ ଜନତା ପାର୍ଟିରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ହରି ବାବୁ । ସେ ଆନ୍ଧ୍ର ପ୍ରଦେଶ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମଧ୍ୟ ଥିଲେ । ହରିବାବୁଙ୍କୁ ୨୦୨୧ ଜୁଲାଇ ୬ରେ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତି କରିଥିଲେ ରାଷ୍ଟ୍ରପତି ।

୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ହରି ବାବୁ ଭାରତୀୟ ଜନତା ପାର୍ଟିର ଆନ୍ଧ୍ର ପ୍ରଦେଶ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଥିଲେ। ପୁଣି ୧୯୯୩ରୁ ୨୦୦୩ ମଧ୍ୟରେ ଆନ୍ଧ୍ରପ୍ରଦେଶର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ୧୯୯୯ରେ ହରି ବାବୁ ବିଶାଖାପାଟନମ୍ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୨୦୦୩ରେ ଆନ୍ଧ୍ରପ୍ରଦେଶ ଭାଜପାର ବିଧାନସଭାର ନେତା ଭାବେ ଦଳ ଦାୟିତ୍ଵ ଦେଇଥିଲା । ୨୦୧୪ ମାର୍ଚ୍ଚରେ ସେ ଭାଜପାର ରାଜ୍ୟ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଅପ୍ରତ୍ୟାଶିତ ଭାବେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ ଅନ୍ୟ କୌଣସି ରାଜ୍ୟରେ ମଧ୍ୟ ନିଯୁକ୍ତି ମିଳିନାହିଁ । ଓଡ଼ିଶାର ରାଜ୍ୟପାଳ ଥିବା ସମୟରେ ତାଙ୍କ ପୁଅ ପୁରୀ ରାଜଭବନରେ ଜଣେ ଓଡ଼ିଆ ଏଏସ୍‌ଓ ଅଧିକାରୀଙ୍କୁ ନିର୍ମମ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଓଡ଼ିଶାର ନୂଆ ଭାଜପା ସରକାରଙ୍କୁ କାଠଗଡ଼ାକୁ ଟାଣିଥିଲେ ବିରୋଧୀ ବିଜେଡି ଏବଂ କଂଗ୍ରେସ । ଏପରିକି ରାଜ୍ୟପାଳଙ୍କ ଇସ୍ତଫା ଦାବି କରି ବିଧାନସଭାରେ ଅନେକ ଥର ହୋହଲ୍ଲା କରିଥିଲେ ବିରୋଧୀ ।

 


Enter your email to get our daily news in your inbox.

All Right Reserved By Dharitri.Com

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri