Posted inଖେଳ

ଟି୨୦ ସିରିଜ ଜିତିଲା ଭାରତ

ସିଡ୍‌ନୀ,୬।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ ଭଳି ଦ୍ୱିତୀୟ ମ୍ୟାଚ୍‌କୁ ମଧ୍ୟ ଅତି ସହଜରେ ଜିତି ପ୍ରତିଶୋଧ ନେବାରେ ସଫଳ ହୋଇଛି ଟିମ୍‌ ଇଣ୍ଡିଆ। ସ୍ଥାନୀୟ ଏସ୍‌ସିଜିଠାରେ ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୬ ଉଇକେଟରେ ଘରୋଇ ଦଳକୁ ପରାସ୍ତ କରିଛି। ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌କୁ ୨-୦ ବ୍ୟବଧାନରେ ଆଗୁଆ ଜିତି ନେଇଛି ଭାରତ। ଟି୨୦ ଫର୍ମାଟରେ ଏହା ଟିମ୍‌ ଇଣ୍ଡିଆର କ୍ରମାଗତ ୯ମ ବିଜୟ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ମାଥ୍ୟୁ ଓ୍ବେଡଙ୍କ ଅର୍ଦ୍ଧଶତକୀୟ ପାଳି ଯୋଗୁ ୫ ଉଇକେଟ ହରାଇ ୧୯୪ ରନ୍‌ କରିଥିଲା। ଦଳ ପକ୍ଷରୁ ଓ୍ବେଡ୍‌ ସର୍ବାଧିକ ୫୮ (୧୦ ଚୌକା ଓ ଗୋଟିଏ ଛକା) ରନର ଇନିଂସ ଖେଳିଥିବାବେଳେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଷ୍ଟିଭ ସ୍ମିଥ ୪୬ (୩ ଚୌକା ଓ ୨ ଛକା) । ଏମାନଙ୍କ ବ୍ୟତୀତ ଛୋଟ ହେଲେ ଉପଯୋଗୀ ଇନିଂସ ଖେଳିଥିଲେ ହେନରିକ୍ସ (୨୬), ମ୍ୟାକ୍ସଓ୍ବେଲ (୨୨) ଓ ମାର୍କସ ଷ୍ଟୋଇନିସ (୧୬)। ଭାରତ ପାଇଁ ଟି. ନଟରାଜନ ୨ ଉଇକେଟ ନେଇଥିବାବେଳେ ୟୁଜବେନ୍ଦ୍ର ଚହଲ ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏ ଉଇକେଟ ହାତେଥିଲେ।

ଜବାବରେ ଭାରତ ୨ ବଲ ପୂର୍ବରୁ ହାତରେ ୬ ଉଇକେଟ ରଖି ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଭାରତୀୟ ଦଳକୁ ଭଲ ଆରମ୍ଭ ଦେଇଥିଲା ଲୋକେଶ ରାହୁଲ ଓ ଶିଖର ଧାଓ୍ବନଙ୍କ ଓପନିଂ ଯୋଡ଼ି। ରାହୁଲ ୩୦, ଧାଓ୍ବନ ୫୨( ୪ ଚୌକା ଓ ୨ ଛକା) ଏବଂ କୋହଲି ୪୦ (୨ ଲେଖାଏ ଚୌକା ଓ ଛକା) ଆଉଟ୍‌ ହୋଇଥିଲେ। ଏହିଠାରୁ ହାର୍ଦ୍ଦିକ ପାଣ୍ଡ୍ୟା (୪୨) ଓ ଶ୍ରେୟାସ ଆୟାର (୧୨) ବିସ୍ଫୋରକ ବ୍ୟାଟିଂ କରି ଭ୍ରମଣକରୀ ଟିମ୍‌ ଇଣ୍ଡିଆକୁ ଦେଇଥିଲେ ବିଜୟ ଭେଟି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ତ୍ରୀଙ୍କ ଜନ୍ମଦିନରେ ଭଗବାନଙ୍କୁ ଧନ୍ୟବାଦ ଦେଲେ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସ୍ବାମୀ ବିରାଟ କୋହଲି ତାଙ୍କୁ ଏକ ବିଶେଷ...

ଇଣ୍ଡିଆନ ଗ୍ରାଁ ପ୍ରି-୨: ଦୂତୀଙ୍କୁ କ୍ରମାଗତ ସ୍ବର୍ଣ୍ଣ, ଅମିୟ ରୌପ୍ୟ

ଭୁବନେଶ୍ୱର,୨୬।୨(କ୍ରୀଡ଼ା ପ୍ରତିନିଧି)-ପଞ୍ଜାବର ପଟିଆଲାରେ ଗୁରୁବାର ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି-୨ରେ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ସେ ମହିଳା...

୨୦୨୨ ଆଇପିଏଲ୍‌ ପୂର୍ବରୁ ଆର୍‌ସିବିର ବଡ଼ ଘୋଷଣା

ବାଙ୍ଗାଲୋର,୯।୧୧: ୨୦୨୨ ଆଇପିଏଲ୍‌ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପକ୍ଷରୁ କୋଚ୍‌ ପଦ ନେଇ ବଡ଼ ଘୋଷଣା କରାଯାଇଛି। ମଙ୍ଗଳବାର ଆରିସିବି ଆଗାମୀ ଦୁଇ ବର୍ଷ...

ଦରମାକୁ ନେଇ ଏମ୍‌ପି ହରଭଜନଙ୍କ ବଡ଼ ଘୋଷଣା

ଅମୃତସର,୧୬।୪: କ୍ରିକେଟରୁ ରାଜନେତା ବନିଥିବା ଭାରତୀୟ ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂହ ନିକଟରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ରୁ ନିର୍ବାଚନ ଲଢ଼ି ପଞ୍ଜାବ ରାଜ୍ୟ ସଭା...

ଟି୨୦ ପରାଜୟର ପ୍ରତିଶୋଧ ଦିନିକିଆରେ ନେଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୯।୨(ପି.ଟି.)- ଟି୨୦ ସିରିଜ ପରାଜୟର ପ୍ରତିଶୋଧ ଦିନିକିଆରେ ନେଇଛି ଘରୋଇ ନ୍ୟୁଜିଲାଣ୍ଡ। ୫-୦ ବ୍ୟବଧାନରେ ଟି୨୦ ସିରିଜରେ ହ୍ବାଇଟ୍‌ଓ୍ବାଶ୍‌ର ସମ୍ମୁଖୀନ ହୋଇଥିବା ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ...

ସଲମାନ୍‌ ଖାନ୍‌ଙ୍କୁ ଏହି କାରଣରୁ ନିଜ ବିବାହକୁ ନିମନ୍ତ୍ରଣ କରି ନ ଥିଲେ ଅନୁଷ୍କା

ବଲିଉଡ୍‌ ଜଗତରେ ଯେତେବେବେ କୌଣସି ବିବାହ ହୁଏ ତାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ସେହିପରି ଏକ ଚର୍ଚ୍ଚିତ ବିବାହ ହେଉଛି ଅଭିନେତ୍ରୀ ଅନୁଷ୍କା...

ହକି ପ୍ରତିଯୋଗିତାରେ କପିଳାସ ସରକାରୀ ଉଚ୍ଚ ବିଦ୍ୟାଳୟ ରନର୍ସଅପ୍‌

ଢେଙ୍କାନାଳ ଅଫିସ,୧ା୯: କପିଳାସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୧୬ ଜଣ ଖେଳାଳି ନେହରୁ କପ୍‌ ହକି ପ୍ରତିଯୋଗିତାରେ ରନର୍ସଅଫ୍‌ ହୋଇ ଟ୍ରଫି ସହ ଗୁରୁବାର...

ଅତିସହଜରେ ରୟାଲ ଲଢ଼େଇ ଜିତିଲା ଆର୍‌ସିବି

ମୁମ୍ବାଇ,୨୨।୪ : ପ୍ରଥମେ ବୋଲିଂ ଓ ତା’ ପରେ ଦେବଦତ୍ତ ପାଡିକଲ ଏବଂ ବିରାଟ କୋହଲିଙ୍କ ଓପନିଂ ଭାଗିଦାରୀ ଯୋଗୁ ୧୦ ଉଇକେଟରେ ବିଜୟ ହାସଲ...

Advertisement
Archives

Model This Week