Posted inଖେଳ

ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ, ଦ୍ୱିତୀୟରେ କୋଲକାତା

ମୁମ୍ବାଇ, ୩।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ବୋଲରଙ୍କୁ ସୁହାଇଥିବା ପିଚ୍‌ରେ ୨ଟି ଯାକ ଦଳ ଅଲ୍‌ଆଉଟ ହୋଇଥିବାବେଳେ ବାଜି ମାରିଥିଲା କୋଲକାତା। ନାଇଟ ରାଇଡର୍ସ ୧୯.୫ ଓଭରରେ ୧୬୯ ରନକରି ସମସ୍ତ ଉଇକେଟ ହରାଇଥିଲା।

ଜବାବରେ ମୁମ୍ବାଇ ୧୮.୫ ଓଭରରେ ୧୪୫ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ମୁମ୍ବାଇ ପକ୍ଷରୁ କେବଳ ସୂର୍ଯ୍ୟକୁମାର ଯାଦବ (୫୬ ରନ, ୩୫ ବଲ, ୬ ଚୌକା, ୨ ଛକା) ଓ ଟିମ୍‌ ଡାଭିଡ୍‌ (୨୪ ରନ, ୨୦ ବଲ, ୧ ଚୌକା, ୧ ଛକା)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ତିଷ୍ଠିପାରି ନ ଥିଲେ।

କୋଲକାତା ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୪ଟି ଏବଂ ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରିନ ଓ ଆନ୍ଦ୍ରେ ରସେଲ ୨ଟି ଲେଖାଏ ଉଇକେଟ ନେଇଥିଲେ। ୧୧ ମ୍ୟାଚରୁ ୮ମ ପରାଜୟ ଫଳରେ ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ ହୋଇଛି। ଅନ୍ୟପକ୍ଷରେ କୋଲକାତା ୭ମ ବିଜୟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି।

ମୁମ୍ବାଇ ଟସ୍‌ ଜିତି ଫିଲ୍ଡିଂ ନେବାପରେ ଘାତକ ବୋଲିଂ କରିଥିଲେ ନୂଓ୍ବାନ ଥୁସାରା। ସେ ଟପ୍‌ ଅର୍ଡରର ୩ ପ୍ରମୁଖ ବ୍ୟାଟର ଫିଲିପ୍‌ ସଲ୍ଟ ୫, ଅଙ୍କକ୍ରିଶ୍‌ ରଘୁବଂଶୀ ୧୩ ଓ ଅଧିନାୟକ ଶ୍ରେୟସ ଆୟରଙ୍କୁ ୬ ରନରେ ଆଉଟ କରି କୋଲକାତାକୁ ବ୍ୟାକ୍‌ଫୁଟରେ ପହଞ୍ଚାଇଥିଲେ।

ଏହାପରେ ସୁନୀଲ ନାରିନଙ୍କୁ ହାର୍ଦ୍ଦିକ ଓ ରିଙ୍କୁ ସିଂଙ୍କୁ ପୀୟୂଷ ଚାଓ୍ବଲା ପ୍ୟାଭିଲିୟନ ପଠାଇବାରୁ ୬.୧ ଓଭର ବେଳକୁ କୋଲକାତା ସ୍କୋର ୫୭/୫ ହୋଇ ଯାଇଥିଲା। ଇମ୍ପାକ୍ଟ ପ୍ଲେୟର ମନୀଷ ପାଣ୍ଡେ ଓ ଭେଙ୍କଟେଶ ଆୟର ୬ଷ୍ଠ ଉଇକେଟରେ ୮୩ ରନ ଯୋଗକରି ଦଳକୁ ଲଜ୍ଜାଜନକ ସ୍ଥିତିରୁ ମୁକୁଳାଇ ଥିଲେ। ୩୧ଟି ବଲ୍‌ର ସମ୍ମୁଖୀନ ହୋଇଥିବା ମନୀଷ ୨ଟି ଲେଖାଏ ଚୌକା ଓ ଛକା ସହାୟତାରେ ୪୨ ରନ କରିଥିଲେ। ୫୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଭେଙ୍କଟେଶ୍‌ ୬ ଚୌକା ଓ ୩ ଛକା ସହ ସର୍ବାଧିକ ୭୦ ରନ ସ୍କୋର କରି ଶେଷ ଖେଳାଳିଭାବେ ଆଉଟ ହୋଇଥିଲେ। ମୁମ୍ବାଇ ପକ୍ଷରୁ ଥୁସାରା ଓ ବୁମ୍‌ରା ୩ଟି ଲେଖାଏ, ହାର୍ଦ୍ଦିକ ୨ଟି ଓ ଚାଓ୍ବଲା ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆୟୁଷ ଡାକ୍ତରଙ୍କ ବଢ଼ିଲା ଦରମା, ଏକାଥରକେ ବଢିଗଲା ଏତେ…

ଭୁବନେଶ୍ୱର,୧୦।୨: NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବରିଷ୍ଠତା ଭିତ୍ତିରେ ୨୦ ହଜାର…

ଆମେ ନିଜ ପାଇଁ ନୁହେଁ ବରଂ…ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ପରେ ମୁହଁ ଖୋଲିଲେ ନକ୍‌ବି

ଇସଲାମାବାଦ୍‌,୧୦।୨: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବିଙ୍କ ICC T20 ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ସମ୍ପର୍କରେ ବୟାନ ପରେ ଏହା…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

ପାକିସ୍ତାନର ନାହିଁ ଦମ୍‌! ପୂର୍ବରୁ ଭାରତ କରି ସାରିଛି ମ୍ୟାଚ ବୟକଟ

ନୂଆଦିଲ୍ଲୀ,୧୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ICC T20 ବିଶ୍ୱକପ ମ୍ୟାଚ ନେଇ ବିବାଦର ଅନ୍ତ ଘଟିଛି। ICC ବୈଠକ ପରେ ସୋମବାର PCB ଏବଂ ପାକିସ୍ତାନ…

Video: ଶ୍ରୀଲଙ୍କାରେ ପାକିସ୍ତାନ ଟିମ୍‌କୁ ଏମିତି କରାଗଲା ସ୍ବାଗତ! ଭାଇରାଲ ଭିଡ଼ିଓକୁ ନେଇ ମଜା ଉଡାଉଛନ୍ତି ୟୁଜର

ନୂଆଦିଲ୍ଲୀ,୧୦।୨: ICC T20 ବିଶ୍ୱକପ 2026 ଆରମ୍ଭ ହୋଇସାରିଛି, ଏବଂ ପାକିସ୍ତାନ ଦଳ ଶ୍ରୀଲଙ୍କାରେ ତାର ସମସ୍ତ ମ୍ୟାଚ ଖେଳୁଛି। ତଥାପି, କ୍ରିକେଟ ଅପେକ୍ଷା ଅଧିକ ଆଲୋଚନା…

ଏହିଦିନ ଭାରତ ସହ ମୁକାବିଲା କରିବ ‘ଡ୍ରାମେବାଜ୍‌’, ଜାଣନ୍ତୁ କେଉଁଠି ଦେଖିବେ ମ୍ୟାଚ

ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ନିଜ ନିଷ୍ପତ୍ତିରୁ ୟୁ-ଟର୍ଣ୍ଣ ନେବାକୁ ବାଧ୍ୟ ହୋଇଛି। ଫେବୃଆରୀ ୧ରେ ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ ତାଙ୍କ ଦଳ ଟି-୨୦ ବିଶ୍ୱକପରେ ଭାରତ…

ଭାରତ ସହିତ ମ୍ୟାଚକୁ ନେଇ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଟାଣି ଆଣିଲା ପାକିସ୍ତାନ! ‘ମୁଁ ଭୟ କରେ ନାହିଁ…’ ବୋଲି ଏକ ସ୍ପଷ୍ଟ ଧମକ ମଧ୍ୟ …

ଇସଲାମାବାଦ,୧୦।୨: ବର୍ଷ ବର୍ଷ ଧରି ବାରମ୍ବାର ମନା କରିବା ପରେ, ପାକିସ୍ତାନ ଶେଷରେ ଭାରତ ସହିତ ଏକ ଟି-୨୦ ମ୍ୟାଚ ଖେଳିବାକୁ ରାଜି ହୋଇଛି, ମ୍ୟାଚ ହେବ…

ବାଂଲାଦେଶକୁ ନେଇ ICC ନେଲା ବଡ଼ ନିଷ୍ପତ୍ତି: କ୍ରିକେଟ୍‌ ଜଗତରେ ଖେଳିଗଲା…

ନୂଆଦିଲ୍ଲୀ,୧୦।୨: ଭାରତରେ T20 ବିଶ୍ୱକପ ମ୍ୟାଚ ଖେଳିବାକୁ ମନା କରିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ଉପରେ କୌଣସି ଦଣ୍ଡ ଲାଗୁ କରାଯିବ ନାହିଁ। ICC ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri