Posted inଖେଳ

ଛାଡ଼ପତ୍ର ପରେ ହାର୍ଦ୍ଦିକ ପାଣ୍ଡ୍ୟା ସ୍ତ୍ରୀ ନତାଶାଙ୍କୁ ଦେବେ ଏତିକି ଟଙ୍କାର ସମ୍ପତ୍ତି…

ନୂଆଦିଲ୍ଲୀ,୧୯ା୭: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଇତିମଧ୍ୟରେ ସ୍ତ୍ରୀ ନତାଶା ଷ୍ଟାନ୍‌କୋଭିକଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଗୁରୁବାର ସୋସିଆଲ ମିଡିଆରେ ପୋଷ୍ଟ କରି ହାର୍ଦ୍ଦିକ ତାଙ୍କ ସ୍ତ୍ରୀଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି। ହାର୍ଦ୍ଦିକ କହିଛନ୍ତି, ୪ ବର୍ଷ ଏକାଠି ରହିବା ପରେ ମୁଁ ଏବଂ ନତାଶା ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଏହା ପରେ କୁହାଯାଉଛି ଯେ, ହାର୍ଦ୍ଦିକଙ୍କୁ ୧୭୦କୋଟି ଟଙ୍କା ମୂଲ୍ୟର ୭୦ ପ୍ରତିଶତ ସମ୍ପତ୍ତି ନତାଶାଙ୍କୁ ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଭିନେତ୍ରୀ ତଥା ମଡେଲ ନତାଶାଙ୍କୁ ଦୀର୍ଘଦିନ ଧରି ଏକାଠି ଦେଖାଯାଇ ନ ଥିଲା। ଆଇପିଏଲ ୨୦୨୪ରେ ନତାଶା କୌଣସି ମ୍ୟାଚ୍‌ରେ ଷ୍ଟାଡିୟମରେ ପହଞ୍ଚି ନ ଥିଲେ। ଏହାପୂର୍ବରୁ ପ୍ରତିବର୍ଷ ନତାଶା ହାର୍ଦ୍ଦିକ ଏବଂ ତାଙ୍କ ଦଳକୁ ଖୁସି କରିବା ପାଇଁ ଷ୍ଟାଡିୟମରେ ପହଞ୍ଚୁଥିଲେ। ଏଥି ସହିତ ହାର୍ଦ୍ଦିକ ମଧ୍ୟ ଏଥର ନତାଶାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ନ ଥିଲେ। ଏଭଳି ପରିସ୍ଥିତିରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ ବୋଲି ପୂର୍ବରୁ ଏକପ୍ରକାର ସ୍ପଷ୍ଟ ହୋଇଥିଲା।

ବର୍ତ୍ତମାନ ଛାଡ଼ପତ୍ର ଚର୍ଚ୍ଚା ଖବର ସତ ହୋଇଛି। ହାର୍ଦ୍ଦିକଙ୍କୁ ତାଙ୍କ ସମ୍ପତ୍ତିର ୭୦ ପ୍ରତିଶତ ନତାଶାଙ୍କୁ ଦେବାକୁ ପଡ଼ିବ ଚର୍ଚ୍ଚା ହେଉଛି। ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। ରିପୋର୍ଟ ମାଧ୍ୟମରେ ଛାଡ଼ପତ୍ର ଖବର ଆସିବା ପରେ ଏହି ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଏବେ ପୁଣି ପ୍ରଶଂସକମାନେ ସୋସିଆଲ ମିଡିଆରେ ଏଭଳି କଥା ଶେୟାର କରୁଛନ୍ତି।

୨୦୧୮ରେ ହାର୍ଦ୍ଦିକ ଏକ ସାକ୍ଷାତକାରରେ କହିଥିଲେ, ସେ ତାଙ୍କର ସମସ୍ତ ସମ୍ପତ୍ତି ତାଙ୍କ ମା’ଙ୍କ ନାମରେ ରଖିଛନ୍ତି, କାରଣ ସେ ଆୟର ୫୦ ପ୍ରତିଶତ ଭବିଷ୍ୟତରେ କାହାକୁ ଦେବାକୁ ଚାହୁଁନାହାନ୍ତି। ମାତ୍ର ନିୟମ ଅନୁଯାୟୀ, ହାର୍ଦ୍ଦିକଙ୍କୁ ରକ୍ଷଣାବେକ୍ଷଣ ଭାବରେ ନତାଶାଙ୍କୁ କିଛି ଅର୍ଥ ଦେବାକୁ ପଡ଼ିବ। କିନ୍ତୁ ଏହି ଟଙ୍କାର ପରିମାଣ କେତେ ହେବ ସେନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri