Posted inଖେଳ

ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ଅଧିନାୟକ

ନୂଆଦିଲ୍ଲୀ, ୨୮ା୧୨ (ପି.ଟି.): ଆଗାମୀ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ରୋହିତ ଶର୍ମା କିନ୍ତୁ ଅନ୍ତର୍ଜାତୀୟ ଦିନିକିଆ ଦଳର ଅଧିନାୟକ ରହିବେ। ବିରାଟ କୋହଲି ଓ କେ.ଏଲ୍‌. ରାହୁଲଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଏହି ଦୁଇଜଣଙ୍କ ବ୍ୟତୀତ ରୋହିତ୍‌ଙ୍କୁ ୨୦୨୪ରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ପାଇଁ ଦଳରେ ନିଆଯାଇ ନ ପାରେ ବୋଲି ଏକ ସୂଚନା ମିଳୁଛି। ପାଣ୍ଡ୍ୟାଙ୍କୁ ପଦୋନ୍ନତି ଦିଆଯିବା ପଛରେ ଭିତିରି କାରଣ ଥିବା କୁହାଯାଉଛି। ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁଥିବା ଅନ୍ତର୍ଜାତୀୟ ଦିନିକିଆ ସିରିଜ ପାଇଁ ତାଙ୍କୁ ରୋହିତ୍‌ଙ୍କ ଡେପୁଟି ଭାବେ ମନୋନୀତ କରାଯାଇଛି। ଅନ୍ୟପକ୍ଷରେ ଚଳିତବର୍ଷ ପ୍ରଭାବୀ ପ୍ରଦର୍ଶନ କରିଆସୁଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଅନ୍ତର୍ଜାତୀୟ ଟି୨୦ ଦଳର ନୂଆ ଉପଅଧିନାୟକ କରାଯାଇଛି। ଗତ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ଇଂଲଣ୍ଡଠାରୁ ପରାଜିତ ହେବା ପରେ ସେତେବେଳେ ରୋହିତଙ୍କ ସ୍ଥାନରେ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସ ଆଇପିଏଲ୍‌ର ଗତ ସଂସ୍କରଣ ଟାଇଟଲ ବିଜୟୀ ହୋଇଥିଲା। ରୋହିତଙ୍କ ବୃଦ୍ଧାଙ୍ଗୁଳିରେ ଯେଉଁ ଆଘାତ ଲାଗିଥିଲା ସେଥିରୁ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନାହାନ୍ତି। କିନ୍ତୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରେସ୍‌ ରିଲିଜ୍‌ରେ ଗୋଟିଏ ସିରିଜ ପାଇଁ ନା ସ୍ଥାୟୀ ଭାବେ ଦଳରେ ପରିବର୍ତ୍ତନ କରାଯାଇଛି ତାହା ସ୍ପଷ୍ଟ କରାଯାଇନାହିଁ। ଅନ୍ତର୍ଜାତୀୟ ଟି୨୦ ଦଳରେ ପ୍ରଥମଥର ଦୁଇ ପେସ୍‌ ବୋଲର ଶିବମ୍‌ ମାଭି ଓ ମୁକେଶ କୁମାର ସ୍ଥାନ ପାଇଛନ୍ତି। ଏଥର ଆଇପିଏଲ୍‌ ନିଲାମିରେ ମାଭିଙ୍କୁ ୬ କୋଟିରେ କ୍ରୟ କରିଛି ଟାଇଟନ୍ସ। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ୫.୫୦ କୋଟି ଟଙ୍କାରେ ବେଙ୍ଗଲର ମୁକେଶଙ୍କୁ କ୍ରୟ କରିଛି। ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିବା ଋତୁରାଜ ଗାଏକ୍ୱାଡ୍‌ ଓ ରାହୁଲ ତ୍ରିପାଠୀଙ୍କୁ ମଧ୍ୟ ଟି୨୦ ଦଳରେ ନିଆଯାଇଛି। ଅନ୍ତର୍ଜାତୀୟ ଦିନିକିଆ ଦଳକୁ ଅଭିଜ୍ଞ ମହମ୍ମଦ ସାମି ଫେରିଛନ୍ତି। କାନ୍ଧରେ ଆଘାତପ୍ରାପ୍ତ ଯୋଗୁ ସେ କିଛିଦିନ କ୍ରିକେଟ୍‌ରୁ ଦୂରେଇ ରହିଥିଲେ। ଅନ୍ତର୍ଜାତୀୟ ଦଳର ଶିଖର ଧାଓ୍ବନ ବାଦ୍‌ ପଡ଼ିଛନ୍ତି, ଯାହାକି ଆଶା କରାଯାଉଥିଲା।
ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ଉଇକେଟ୍‌କିପର), ଋତୁରାଜ ଗାଏକ୍ୱାଡ୍‌, ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ (ଉପଅଧିନାୟକ), ଦୀପକ ହୁଦା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମ୍‌ସନ, ଓ୍ବାଶିଂଟନ ସୁନ୍ଦର, ୟୁଜ୍‌ବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ହର୍ଶଲ ପଟେଲ, ଉମ୍‌ରାନ ମଲିକ, ଶିବମ୍‌ ମାଭି ଓ ମୁକେଶ କୁମାର।
ଅନ୍ତର୍ଜାତୀୟ ଦିନିକିଆ ଦଳ: ରୋହିତ୍‌ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, କେ.ଏଲ୍‌. ରାହୁଲ (ଉଇକେଟ୍‌କିପର), ଇଶାନ କିଶନ (ଉଇକେଟ୍‌କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଓ୍ବାଶିଂଟନ ସୁନ୍ଦର, ୟୁଜ୍‌ବେନ୍ଦ୍ର ଚହଲ, କୁଲ୍‌ଦୀପ ଯାଦବ, ଅକ୍ଷର ପଟେଲ, ମହମ୍ମଦ ଶାମି, ସିରାଜ, ଉମ୍‌ରାନ ମଲିକ ଓ ଅର୍ଶଦୀପ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri