Posted inଖେଳ

ଦୀର୍ଘ ଦିନ ପରେ କ୍ରିକେଟକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନଭି ମୁମ୍ବାଇ,୨୬ା୨: ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସୋମବାର ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିଛନ୍ତି। ସେ ଦୀର୍ଘ ଦିନ ହେଲା ଆଘାତଜନିତ ସମସ୍ୟାରେ ଥିଲେ। ଡି-ଓ୍ବାଇ କ୍ରିକେଟ ଷ୍ଟାଡିିୟମରେ୍‌ ଭାରତ ପେଟ୍ରୋଲିୟମ୍‌ କର୍ପୋରେଶନ ଲିମିଟେଡ୍‌ ବିପକ୍ଷ ଏକ ମ୍ୟାଚରେ ରିଲାଏନ୍ସ ଓ୍ବାନ୍‌’ର ୨ ଉଇକେଟ ବିଜୟ ମ୍ୟାଚରେ ପାଣ୍ଡ୍ୟା ୩ ଓଭର ବୋଲିଂ କରି ୨୨ ରନ୍‌ ବିନିମୟରେ ୨ ଉଇକେଟ ଅକ୍ତିଆର କରିଛନ୍ତି।

ଗତବର୍ଷ ଅକ୍ଟୋବରରେ ପୁଣେଠାରେ ବାଂଲାଦେଶ ବିପକ୍ଷ ଦିନିକିଆ ବିଶ୍ୱକପ୍‌ ମ୍ୟାଚ ବେଳେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା। ଏହାପରଠାରୁ ସେ କ୍ରିକେଟ ଖେଳିବା ବନ୍ଦ କରି ଦେଇଥିଲେ। ବର୍ତ୍ତମାନ ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ପ୍ରତ୍ୟାବର୍ତ୍ତନ ଲାଗି ଅଭ୍ୟାସ ଚଳାଇଛନ୍ତି। ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ସେ ନୂଆ ଅଧିନାୟକ ହୋଇଛନ୍ତି। ରିଲାଏନ୍ସ ଓ୍ବାନ୍‌ ଟିମ୍‌ରେ ଖେଳୁଥିବା ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟ ଖେଳାଳିମାନେ ହେଲେ ତିଳକ ବର୍ମା, ନେହାଲ ଓ୍ବାଧେରା, ଆକାଶ ମାଧ୍ୱାଲ, ନମନ ଧୀର୍‌ ଓ ପୀୟୂଷ ଚାଓ୍ବଲା।

ଚଳିତବର୍ଷ ଜୁନ୍‌ରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ୍‌ ଖେଳାଯିବ। ରୋହିତ ଶର୍ମାଙ୍କ ସ୍ଥାନରେ ଏହି ୩୦ ବର୍ଷୀୟ ଅଲରାଉଣ୍ଡରଙ୍କୁ ଭାରତର ଅଧିନାୟକ ମନୋନୀତ କରାଯାଇଛି। ଡିଓ୍ବାଇ ପାଟିଲ ଟି୨୦ କପ୍‌ ହେଉଛି ଏକ କର୍ପୋରେଟ୍‌ ଟୁର୍ନାମେଣ୍ଟ। ଏଥିରେ ମୋଟ ୧୬ଟି ଦଳ ଭାଗ ନେଇଛନ୍ତି। ଭାରତ ଉଇକେଟକିପର ବ୍ୟାଟର ଇଶାନ କିଷନ ମଧ୍ୟ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରୁଛନ୍ତି। ମଙ୍ଗଳବାର ସେ ରୁଟ୍‌ ମୋବାଇଲ ବିପକ୍ଷ ମ୍ୟାଚରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବିପକ୍ଷରେ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

ଇରାନ-ଆମେରିକା ଯୁଦ୍ଧରେ ପାକିସ୍ତାନର ମଧ୍ୟସ୍ଥତାକୁ ନେଇ ଖପ୍ପା ହେଲାଣି କଂଗ୍ରେସ

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଏଡାଇବା ପାଇଁ ଇରାନ ଏବଂ ଆମେରିକା ଆଲୋଚନାରେ ସାମିଲ ହେବାକୁ ରାଜି ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତି ଦାବି କରିଛନ୍ତି ଯେ ତିନୋଟି ଦେଶ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri