ହାର୍ଦ୍ଦିକ-ନତାଶାଙ୍କ ଛାଡପତ୍ର ପରେ ଏବେ କାହା ପାଖରେ ରହିବେ ପୁଅ ଅଗସ୍ତ୍ୟା?

ନୂଆଦିଲ୍ଲୀ,୧୯।୭: ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ଆନୁଷ୍ଠାନିକ ଭାବେ ଅଲଗା ହୋଇଛନ୍ତି। ଛାଡପତ୍ର ଖବରକୁ ପାଣ୍ଡ୍ୟା ଏବଂ ନତାଶା ନିଶ୍ଚିତ କରିଛନ୍ତି। କିନ୍ତୁ ଏବେ ପ୍ରଶ୍ନ ହେଉଛି ତାଙ୍କ ପୁଅ ଅଗସ୍ତ୍ୟା କାହା ସହିତ ରହିବେ। ପାଣ୍ଡ୍ୟା ଏବଂ ନତାଶା ନିଜ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସମାନ ନୋଟ ଶେୟାର କରିଛନ୍ତି ଏବଂ ଏଥିରେ ଅଗସ୍ତ୍ୟାଙ୍କୁ ମଧ୍ୟ ଉଲ୍ଲେଖ କରିଛନ୍ତି। ଉଭୟ ପାଣ୍ଡ୍ୟା ଏବଂ ନତାଶା ଏକତ୍ର ଅଗସ୍ତ୍ୟାଙ୍କୁ ଦେଖିବେ। ଉଭୟ ଏଥିରେ ସହମତ ହୋଇଛନ୍ତି।

ପାଣ୍ଡ୍ୟା ଏବଂ ନତାଶା ଇନଷ୍ଟାଗ୍ରାମରେ ଏକ ନୋଟ ଶେୟାର କରିଛନ୍ତି। ଏଥିରେ ଅଗସ୍ତ୍ୟ ସମ୍ବନ୍ଧରେ ନିଆଯାଇଥିବା ନିଷ୍ପତ୍ତି ଉଲ୍ଲେଖ କରାଯାଇଛି। ଦୁହେଁ ନୋଟରେ ଲେଖିଛନ୍ତି ଯେ ଅଗସ୍ତ୍ୟା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିବ। ଆମେ ଉଭୟ ତାଙ୍କୁ ଦେଖିବୁ ଏବଂ ପ୍ରତ୍ୟେକ ସୁଖର ଯତ୍ନ ନେବୁ। ହାର୍ଦ୍ଦିକ ଏବଂ ନତାଶା ୨୦୨୦ରେ ବିବାହ କରିଥିଲେ ଏବଂ ସେହି ବର୍ଷ ଅଗସ୍ତ୍ୟ ଜନ୍ମ ହୋଇଥିଲେ।

ନିକଟରେ ନତାଶା ତାଙ୍କ ଘରକୁ ଫେରଥିବା ଜଣାପଡିଛି। ତାଙ୍କ ପିତାମାତା ସର୍ବିଆରେ ରୁହନ୍ତି। ମଙ୍ଗଳବାର ମୁମ୍ବାଇ ବିମାନବନ୍ଦରରେ ନତାଶାଙ୍କୁ ଦେଖିବାକୁ ମିଳିଥିଲା। ପୁଅ ଅଗସ୍ତା୍ୟ ମଧ୍ୟ ତାଙ୍କ ସହିତ ଥିଲେ। ଦୀର୍ଘ ଦିନ ଧରି ହାର୍ଦ୍ଦିକ ଏବଂ ନତାଶାଙ୍କ ସମ୍ପର୍କ ଭଲ ନଥିଲା । ସେମାନଙ୍କ ଛାଡପତ୍ର ଖବର ବହୁ ପୂର୍ବରୁ ଆସିଥିଲା। ବର୍ତ୍ତମାନ ଉଭୟ ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri