Posted inଖେଳ

୧୮ ଲକ୍ଷ ଟଙ୍କାର ଯୋଗ୍ୟ ନୁହନ୍ତି ହାର୍ଦ୍ଦିକ ପାଣ୍ଡ୍ୟା: ଆଇପିଏଲ୍‌ ନିଲାମ ପୂର୍ବରୁ ପୂର୍ବତନ କ୍ରିକେଟର୍‌ କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୪।୧୦: ଆଇପିଏଲ ୨୦୨୫ର ମେଗା ନିଲାମ ପୂର୍ବରୁ ରିଟେସନ୍‌ ନିୟମ ପ୍ରକାଶ ପାଇଛି। ବର୍ତ୍ତମାନ ଗୋଟିଏ ଦଳ ୬ ଜଣ ଖେଳାଳିଙ୍କୁ ବଜାୟ ରଖିବାରେ ସକ୍ଷମ ହେବେ। ଏହି ସମୟରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ ମୁଡିଙ୍କଠାରୁ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଆସିଛି। ମୁଡି ଆଇପିଏଲ ଦଳକୁ କୋଚିଂ ମଧ୍ୟ ଦେଇଛନ୍ତି। ମୁଡି କହିଛନ୍ତି, ପାଣ୍ଡ୍ୟାଙ୍କୁ ୧୮ କୋଟି ଟଙ୍କା ରଖାଯିବ କି ନାହିଁ ତାହା ନିଶ୍ଚିତ ନୁହେଁ। ପାଣ୍ଡ୍ୟା ଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ଦଳ ୧୮-୧୮ କୋଟି ଟଙ୍କା ମୂଲ୍ୟର ଦୁଇ ଖେଳାଳି, ୧୪-୧୪ କୋଟି ଟଙ୍କା ମୂଲ୍ୟର ଦୁଇ ଖେଳାଳି ଏବଂ ୧୧-୧୧ କୋଟି ଟଙ୍କା ମୂଲ୍ୟର ଦୁଇ ଖେଳାଳିଙ୍କୁ ରଖିପାରିବ। ମୁଡି ଏହି ପ୍ରସଙ୍ଗରେ କହିଛନ୍ତି, ଗତ ସିଜିନ୍‌ରେ ଘଟଣା ଯେପରି ଘଟିଥିଲା, ରୋହିତଙ୍କ ବିଷୟରେ କିଛି କୁହାଯାଇପାରିବ ନାହିଁ। ମୁଁ ଭାବୁଛି ଜଶପ୍ରିତ୍‌ ବୁମ୍‌ରା ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରତ୍ୟେକ ୧୮ କୋଟି ଟଙ୍କା ରଖାଯିବା ଉଚିତ୍‌। ମୁଁ ଭାବୁନାହିଁ ଯେ ପାଣ୍ଡ୍ୟା ଏହି ତାଲିକାରେ ଅନ୍ତର୍ଭୁକ୍ତ ହେବେ।

ମୁଡି କହିଛନ୍ତି, ପାଣ୍ଡ୍ୟାଙ୍କୁ ୧୪ କୋଟି ଟଙ୍କା ମିଳିପାରେ। ଏହା ମଧ୍ୟ ତାଙ୍କ ଫର୍ମ ଏବଂ ଫିଟନେସ ଉପରେ ନିର୍ଭର କରିବ। କିନ୍ତୁ ସେ ୧୮ କୋଟି ଟଙ୍କାର ଯୋଗ୍ୟ ନୁହେଁ।

ସୂଚନାଯୋଗ୍ୟ ଯେ, ଆଇପିଏଲ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇ ଦେଇଥିଲା। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଥିଲା। ଏହି ସିଜିନ୍‌ରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ଅନେକ ବିବାଦ ଲାଗି ରହିଥିଲା। ବର୍ତ୍ତମାନ ରୋହିତ ଦଳ ସହ ରହିବେ କି ନାହିଁ ତାହା ଉପରେ କିଛି କୁହାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri