Posted inଖେଳ

ଜଣେ ଲେଗ୍‌ ସ୍ପିନର୍‌ରୁ କିଭଳି ଦ୍ରୁତ ବୋଲର୍‌ ହେଲେ ପାଣ୍ଡ୍ୟା? କାରଣ ଜାଣିଲେ…

ନୂଆଦିଲ୍ଲୀ,୧୧।୧୦: ଟିମ୍‌ ଇଣ୍ଡିଆର ଉଲ୍ଲେଖନୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅକ୍ଟୋବର ୧୧ ଅର୍ଥାତ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି। ୩୧ ବର୍ଷୀୟ ପାଣ୍ଡ୍ୟା ଆଜି ଭାରତୀୟ ଟିମ୍‌ର ପେସ୍‌ର ଭାବେ ପ୍ରମୁଖ ଅଙ୍ଗ ରହି ଆସୁଛନ୍ତି। ଟି୨୦ ବିଶ୍ୱକପ୍‌ ଫାଇନାଲରେ ସେ ନିଜର ବୋଲିଂ ବଳରେ ହାରୁଥିବା ବାଜି ପଲଟାଇ ଦେଇଥିଲେ। ତେବେ କ’ଣ ଆପଣ ଜାଣନ୍ତି କି ଏଭଳି ଚମତ୍କାର ବୋଲିଂ କରୁଥିବା ପାଣ୍ଡ୍ୟା ଲେଗ୍‌ ସ୍ପିନର ଥିଲେ। ହେଲେ ଗୋଟିଏ ଘଟଣା ତାଙ୍କ କ୍ୟାରିୟର ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା।

ପାଣ୍ଡ୍ୟା ସୁରଟର ବାସିନ୍ଦା। ହେଲେ ବାପା ହିମାଂଶୁ ତାଙ୍କ କ୍ରିକେଟ ଶିକ୍ଷାକୁ ଦୃଷ୍ଟିରେ ରଖି ବରୋଦା ଆସିଥିଲେ। ଏହାପରେ ଦୁଇ ଭାଇଙ୍କ ଆଡମିଶନ ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ କିରଣ ମୋରେଙ୍କ ଏକାଡେମୀରେ କରାଯାଇଥିଲା। ବ୍ୟକ୍ତିଗତ କୋଚ୍‌ ଜିତେନ୍ଦ୍ର କୁମାରଙ୍କ ମତରେ ୭ ବର୍ଷର ହାର୍ଦ୍ଦିକ ଆରମ୍ଭରୁ ପରିଶ୍ରମୀ ଥିଲେ। ସେ ଏକାଡେମୀରେ ସବୁଠାରୁ ପ୍ରଥମେ ପହଞ୍ଚୁଥିଲେ। ସେ କେବଳ ବ୍ୟାଟିଂ କରୁଥିଲେ। ହେଲେ ବିଳମ୍ବରେ ବୋଲିଂ କରିବା ଆରମ୍ଭ କର ଲେଗ୍‌ ସ୍ପିନ୍‌ କରୁଥିଲେ।

ହାର୍ଦ୍ଦିକଙ୍କ ବୋଲିଂ କ୍ଷମତାକୁ କୋଚ୍‌ ସନଥ କୁମାର ଚିହ୍ନି ପାରିଥିଲେ। ଗୋଟିଏ ଘଟଣା ତାଙ୍କୁ ଲେଗ୍‌ ସ୍ପିନରରୁ ଦ୍ରୁତ ବୋଲର୍‌ କରିଥିଲେ। ସେଇଟି ହେଲା କିଛି ଏଭଳି। ଏକଦା ନେଟ୍‌ ସେଶନ ଚାଲୁଥିଲା। ନିମ୍ନକ୍ରମର ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଭ୍ୟାସ କରିବାର ଆବଶ୍ୟକତା ଥିଲା। ଏଥିଲାଗି କିଛି ଦ୍ରୁତ ବୋଲରଙ୍କ ଆବଶ୍ୟକତା ରହିଥିଲା। ସେତେବେଳେ ସମସ୍ତ ଦ୍ରୁତ ବୋଲର୍‌ ଥକି ଯାଇଥିଲେ। ହାର୍ଦ୍ଦିକ ସେହି ଭୂମିକା ତୁଲାଇବା ପରେ ପେସ୍‌ ଏବଂ କଣ୍ଟ୍ରୋଲ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। ଏହାପରେ ସନଥ ତାଙ୍କୁ ଏହାର ଟ୍ରେନିଂ ଦେବା ଆରମ୍ଭ କରିଥିଲେ। ଯାହାକୁ ନେଇ ଏବେ ସେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri