Posted inଖେଳ

RCB ବିଜୟକୁ ନେଇ ଖୁସିରେ ଝୁମିଲେ ମୁମ୍ବାଇ ଅଧିନାୟକ? କ’ଣ ଥିଲା କାରଣ… 

ନୂଆଦିଲ୍ଲୀ,୨୩।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୮ତମ ସିଜିନ ଏକ ଜବରଦସ୍ତ ମ୍ୟାଚ୍‌ ସହିତ ଆରମ୍ଭ ହୋଇଛି। ସିଜିନର ପ୍ରଥମ ମ୍ୟାଚ୍‌ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା। ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ, RCB ଚମତ୍କାର ପ୍ରଦର୍ଶନ ସହ କୋଲକାତାକୁ ପରାସ୍ତ କରି ବିଜୟ ସହିତ ଟୁର୍ନାମେଣ୍ଟ ଆରମ୍ଭ କରିଛି। ପ୍ରଥମେ RCB ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ପରେ ବ୍ୟାଟ୍ସମ୍ୟାନମାନେ ମ୍ୟାଚ୍‌କୁ ଏକପାଖିଆ କରିଦେଇଥିଲେ। ମ୍ୟାଚ୍‌ ପରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆରସିବିର ବିଜୟ ଉପରେ ଖୁସି ପ୍ରକାଶ କରିଥିଲେ, ଯାହା ଆଲୋଚନାର ବିଷୟ ପାଲଟିଛି।
ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରଦର୍ଶନରେ ବହୁତ ଖୁସି ଦେଖାଯାଇଥିଲେ। ଏହା ପଛରେ ସବୁଠାରୁ ବଡ଼ କାରଣ ଥିଲେ ତାଙ୍କ ବଡ଼ ଭାଇ କୃଣାଲ ପାଣ୍ଡ୍ୟା।
କୃଣାଲ ଏଥର RCB ଦଳର ଏକ ଅଂଶ ଏବଂ ସେ ସିଜିନର ପ୍ରଥମ ମ୍ୟାଚ୍‌ରେ ସବୁଠାରୁ ବଡ଼ ମ୍ୟାଚ୍‌ ବିଜେତା ପ୍ରମାଣିତ ହୋଇଥିଲେ। ହାର୍ଦ୍ଦିକ ଏବଂ କୃଣାଲ ପାଣ୍ଡ୍ୟାଙ୍କ ସମ୍ପର୍କ କ୍ରିକେଟ ଜଗତରେ କାହାଠାରୁ ଅଛପା ନୁହେଁ। କାରଣ ଉଭୟ ଭାଇ ଅନେକ ଥର ଏକାଠି ପଡ଼ିଆରେ ସେମାନଙ୍କର ଯାଦୁ ଦେଖାଇଛନ୍ତି, ବିଶେଷକରି ଯେତେବେଳେ ସେମାନେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ। କିନ୍ତୁ ଗତ କିଛି ବର୍ଷ ଧରି ଏହି ଦୁଇ ଖେଳାଳି ଆଇପିଏଲ୍‌ରେ ଭିନ୍ନ ଭିନ୍ନ ଦଳ ପାଇଁ ଖେଳୁଛନ୍ତି।
କୃଣାଲ ପାଣ୍ଡ୍ୟାଙ୍କ ପ୍ରଦର୍ଶନରେ ହାର୍ଦ୍ଦିକ ବହୁତ ଖୁସି ହୋଇଥିଲେ। ସେ ସୋସିଆଲ ମିଡିଆରେ ନିଜର ଖୁସି ପ୍ରକାଶ କରିଥିଲେ। ମ୍ୟାଚ୍‌ ପରେ, ପାଣ୍ଡ୍ୟା ତାଙ୍କ ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ କୃଣାଲଙ୍କ ଏକ ଫଟୋ ଶେୟାର କରି ଇଭିଲ୍‌ ଆଇ ଇମୋଜି ମଧ୍ୟ ଶେୟାର କରିଛନ୍ତି।
କୃଣାଲ ଆରସିବି ପାଇଁ ତାଙ୍କର ଡେବ୍ୟୁ ମ୍ୟାଚ୍‌ରେ ବହୁତ ଉଲ୍ଲେଖନୀୟ ବୋଲିଂ କରିଥିଲେ। ସେ ତାଙ୍କର ୪ ଓଭର ସ୍ପେଲରେ ମାତ୍ର ୨୯ ରନ୍‌ ଦେଇଥିଲେ ଏବଂ ୩ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିଲେ। କୃଣାଲ ଅଜିଙ୍କ୍ୟ ରାହାନେ, ଭେଙ୍କଟେଶ ଆୟର ଏବଂ ରିଙ୍କୁ ସିଂହଙ୍କ ଭଳି ବଡ଼ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ନେଇଥିଲେ, ଯାହା ଫଳରେ RCB KKRର ସ୍କୋରକୁ ଅଟକାଇବାରେ ସଫଳ ହୋଇଥିଲା। ମ୍ୟାଚ୍‌ରେ ନିଜର ପ୍ରଦର୍ଶନ ପାଇଁ କୃଣାଳଙ୍କୁ ମଧ୍ୟ ପ୍ଲେୟାର ଅଫ୍‌ ଦି ମ୍ୟା୍‌ଚ ଭାବରେ ମନୋନୀତ କରାଯାଇଥିଲା।
ଆପଣଙ୍କୁ କହିରଖୁଛୁ ଯେ, ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜିନରେ ନିଜର ପ୍ରଥମ ମ୍ୟାଚ୍‌ ୨୩ ମାର୍ଚ୍ଚରେ ଖେଳିବ।  କିନ୍ତୁ ହାର୍ଦ୍ଦିକ ଏହି ମ୍ୟାଚ୍‌ରେ ଖେଳିବେ ନାହିଁ। କାରଣ ଗତ ସିଜିନରେ ମୁମ୍ବାଇର ଶେଷ ମ୍ୟାଚ୍‌ ସମୟରେ, ସ୍ଲୋ ଓଭର ରେଟ ଯୋଗୁ ତାଙ୍କୁ ଗୋଟିଏ ମ୍ୟାଚ୍‌ ପାଇଁ ବାସନ୍ଦ କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri