ପରିଶ୍ରମ ତୁଳନାରେ ମିଳୁନି ପ୍ରାପ୍ୟ

କୋକସରା,୪।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ)କଳାହାଣ୍ଡି ଜିଲା କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଆମପାଣି, ବରାଡ଼ଙ୍ଗା, ପୋ ଗୋତମୁଣ୍ଡା, ଡୁଡୁକାଠେଙ୍ଗା, ମହିମା ପଞ୍ଚାୟତର ଉଣାଅଧିକ ସମସ୍ତ ଗାଁରେ ଏବେ ମହୁଲ ଫୁଲ ସଂଗ୍ରହ ହେଉଛି। ଚୈତ୍ର ମାସରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମହୁଲ ଫୁଲ ମହିଳାମାନେ ଗୋଟାଇି ଘରକୁ ନେଇ ଖରାରେ ଶୁଖାଇ ପରେ ବିକ୍ରି କରୁଛନ୍ତି। ମହୁଲ ଫୁଲ ସହ ଆଦିବାସୀ ଜନଜୀବନର ନିବିଡ଼ ସମ୍ପର୍କ ମଧ୍ୟ ରହିଛି। ସେମାନଙ୍କ ଦେବଦେବୀଙ୍କ ଯାତ୍ରା ହେଉ ଅବା ପର୍ବପର୍ବାଣୀ, ବିବାହରେ ମହୁଲର ବ୍ୟବହାର ଅପରିହାର୍ଯ୍ୟ। ଏହା ବ୍ୟତୀତ ଚୈତ୍ର ମାସରେ ହେଉଥିବା ଠାକୁରାଣୀଙ୍କ ଘଟଯାତ୍ରା, କୃଷି ଭିତ୍ତିକ ପର୍ବବିହନ ଛିନାରେ ମହୁଲ ଫୁଲକୁ ମା’ଙ୍କ ପ୍ରିୟ ଫୁଲ ଭାବେ ଅର୍ପଣ କରାଯାଏ। ମହୁଲ ଫୁଲରୁ ତିଆରି ହେଉଥିବା ମହୁଲି ମଦ ରାଜ୍ୟ ରାଜସ୍ବରେ ପ୍ରମୁଖ ଉପାର୍ଜନର ମାଧ୍ୟମ ହୋଇଥିବା ବେଳେ ମହୁଲ ଫୁଲ ଗୋଟାଳି ପରିଶ୍ରମ ତୁଳନାରେ ପ୍ରାପ୍ୟ ପାଉନାହାନ୍ତି। ଗ୍ରାମାଞ୍ଚଳରୁ ମଦ ଭାଟିର ଏଜେଣ୍ଟ ଓ ଗାଁ ସାହୁକାରମାନେ ମହୁଲ ଫୁଲ କେଜି ପ୍ରତି ୨୦/୨୫ ଟଙ୍କାରେ କିଣୁଥିବା ଗୋଟାଳିମାନେ ଅଭିଯୋଗ କରିଛନ୍ତି। ମହୁଲ ଫୁଲକୁ ନନ ଟିମ୍ବର ଜଙ୍ଗଲ ଦ୍ରବ୍ୟ ଭାବେ ଗ୍ରହଣ କରାଯାଇଛି। ପଞ୍ଚାୟତ ନିୟମ ୧୯୯୬ର ୭୬ ତମ ସଂଶୋଧନ ଫଳରେ ମହୁଲ ଗଛକୁ ମାଇନର ଫରେଷ୍ଟ ପ୍ରଡକ୍ଟ ଭାବେ ଘୋଷଣା କରାଯାଇ ଏହାର କିଣାବିକା ପଞ୍ଚାୟତ ଉପରେ ନ୍ୟସ୍ତ କରାଯାଇଛି। ହେଲେ ପ୍ରଶାସନର ଅବହେଳା କାରଣରୁ କୌଣସି ପଞ୍ଚାୟତରେ ମଧ୍ୟ ମହୁଲ ଫୁଲ କିଣାବିକା ନେଇ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ। ଫଳରେ ମହୁଲ ଗୋଟାଳିମାନେ ଶାଗ ମାଛ ଦରରେ ସ୍ଥାନୀୟ ମଦ ଭାଟି ଓ ସାହୁକାରଙ୍କ ନିକଟରେ ବିକ୍ରି କରୁଛନ୍ତି। ଏବେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅଧିବାସୀମାନେ ଜଙ୍ଗଲରୁ ମହୁଲ, ଚାର, ଶାଳପତ୍ର, କାଠ, ଝୁଣା, କେନ୍ଦୁ, ହରିଡା, ବାହାଡ଼ା ସଂଗ୍ରହ କରି ଜୀବନ ଜୀବିକା ନିର୍ବାହ କରୁଛନ୍ତି। ତେବେ ଏସବୁ ବନଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ କୌଣସି ବଜାର ବ୍ୟବସ୍ଥା ନ ଥିବାରୁ ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। କୋକସରା ବ୍ଲକରୁ ବାର୍ଷିକ ଶହ ଶହ ଟନ ମହୁଲ ଫୁଲ ସଂଗ୍ରହ ହେଉଥିବା ବେଳେ ପଞ୍ଚାୟତରେ ବିକ୍ରି ସୁବିଧା ମିଳିଲେ ଉଚିତ ମୂଲ୍ୟ ପାଇ ପାରିବେ ବୋଲି ଗୋଟାଳିମାନେ କହନ୍ତି। ପଞ୍ଚାୟତସ୍ତରରେ ଜଙ୍ଗଲ ଜାତ ଦ୍ରବ୍ୟ କିଣିବିକା ଉପରେ ସରକାର ଦୃଷ୍ଟି ଦେବାକୁ ସଂଗ୍ରହକାରୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri