ପରିଶ୍ରମ ତୁଳନାରେ ମିଳୁନି ପ୍ରାପ୍ୟ

କୋକସରା,୪।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ)କଳାହାଣ୍ଡି ଜିଲା କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଆମପାଣି, ବରାଡ଼ଙ୍ଗା, ପୋ ଗୋତମୁଣ୍ଡା, ଡୁଡୁକାଠେଙ୍ଗା, ମହିମା ପଞ୍ଚାୟତର ଉଣାଅଧିକ ସମସ୍ତ ଗାଁରେ ଏବେ ମହୁଲ ଫୁଲ ସଂଗ୍ରହ ହେଉଛି। ଚୈତ୍ର ମାସରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମହୁଲ ଫୁଲ ମହିଳାମାନେ ଗୋଟାଇି ଘରକୁ ନେଇ ଖରାରେ ଶୁଖାଇ ପରେ ବିକ୍ରି କରୁଛନ୍ତି। ମହୁଲ ଫୁଲ ସହ ଆଦିବାସୀ ଜନଜୀବନର ନିବିଡ଼ ସମ୍ପର୍କ ମଧ୍ୟ ରହିଛି। ସେମାନଙ୍କ ଦେବଦେବୀଙ୍କ ଯାତ୍ରା ହେଉ ଅବା ପର୍ବପର୍ବାଣୀ, ବିବାହରେ ମହୁଲର ବ୍ୟବହାର ଅପରିହାର୍ଯ୍ୟ। ଏହା ବ୍ୟତୀତ ଚୈତ୍ର ମାସରେ ହେଉଥିବା ଠାକୁରାଣୀଙ୍କ ଘଟଯାତ୍ରା, କୃଷି ଭିତ୍ତିକ ପର୍ବବିହନ ଛିନାରେ ମହୁଲ ଫୁଲକୁ ମା’ଙ୍କ ପ୍ରିୟ ଫୁଲ ଭାବେ ଅର୍ପଣ କରାଯାଏ। ମହୁଲ ଫୁଲରୁ ତିଆରି ହେଉଥିବା ମହୁଲି ମଦ ରାଜ୍ୟ ରାଜସ୍ବରେ ପ୍ରମୁଖ ଉପାର୍ଜନର ମାଧ୍ୟମ ହୋଇଥିବା ବେଳେ ମହୁଲ ଫୁଲ ଗୋଟାଳି ପରିଶ୍ରମ ତୁଳନାରେ ପ୍ରାପ୍ୟ ପାଉନାହାନ୍ତି। ଗ୍ରାମାଞ୍ଚଳରୁ ମଦ ଭାଟିର ଏଜେଣ୍ଟ ଓ ଗାଁ ସାହୁକାରମାନେ ମହୁଲ ଫୁଲ କେଜି ପ୍ରତି ୨୦/୨୫ ଟଙ୍କାରେ କିଣୁଥିବା ଗୋଟାଳିମାନେ ଅଭିଯୋଗ କରିଛନ୍ତି। ମହୁଲ ଫୁଲକୁ ନନ ଟିମ୍ବର ଜଙ୍ଗଲ ଦ୍ରବ୍ୟ ଭାବେ ଗ୍ରହଣ କରାଯାଇଛି। ପଞ୍ଚାୟତ ନିୟମ ୧୯୯୬ର ୭୬ ତମ ସଂଶୋଧନ ଫଳରେ ମହୁଲ ଗଛକୁ ମାଇନର ଫରେଷ୍ଟ ପ୍ରଡକ୍ଟ ଭାବେ ଘୋଷଣା କରାଯାଇ ଏହାର କିଣାବିକା ପଞ୍ଚାୟତ ଉପରେ ନ୍ୟସ୍ତ କରାଯାଇଛି। ହେଲେ ପ୍ରଶାସନର ଅବହେଳା କାରଣରୁ କୌଣସି ପଞ୍ଚାୟତରେ ମଧ୍ୟ ମହୁଲ ଫୁଲ କିଣାବିକା ନେଇ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ। ଫଳରେ ମହୁଲ ଗୋଟାଳିମାନେ ଶାଗ ମାଛ ଦରରେ ସ୍ଥାନୀୟ ମଦ ଭାଟି ଓ ସାହୁକାରଙ୍କ ନିକଟରେ ବିକ୍ରି କରୁଛନ୍ତି। ଏବେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅଧିବାସୀମାନେ ଜଙ୍ଗଲରୁ ମହୁଲ, ଚାର, ଶାଳପତ୍ର, କାଠ, ଝୁଣା, କେନ୍ଦୁ, ହରିଡା, ବାହାଡ଼ା ସଂଗ୍ରହ କରି ଜୀବନ ଜୀବିକା ନିର୍ବାହ କରୁଛନ୍ତି। ତେବେ ଏସବୁ ବନଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ କୌଣସି ବଜାର ବ୍ୟବସ୍ଥା ନ ଥିବାରୁ ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। କୋକସରା ବ୍ଲକରୁ ବାର୍ଷିକ ଶହ ଶହ ଟନ ମହୁଲ ଫୁଲ ସଂଗ୍ରହ ହେଉଥିବା ବେଳେ ପଞ୍ଚାୟତରେ ବିକ୍ରି ସୁବିଧା ମିଳିଲେ ଉଚିତ ମୂଲ୍ୟ ପାଇ ପାରିବେ ବୋଲି ଗୋଟାଳିମାନେ କହନ୍ତି। ପଞ୍ଚାୟତସ୍ତରରେ ଜଙ୍ଗଲ ଜାତ ଦ୍ରବ୍ୟ କିଣିବିକା ଉପରେ ସରକାର ଦୃଷ୍ଟି ଦେବାକୁ ସଂଗ୍ରହକାରୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri