ବିକାଶକୁ ଉନ୍ନତିର ଶିଖରରେ ପହଞ୍ଚାଇଛି କଠିନ ପରିଶ୍ରମ

ବରଗଡ଼,୭।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରାହଗୁଡ଼ାସ୍ଥିତ କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନରେ ଗୁରୁ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳ ପ୍ରାର୍ଥନା ସଭାରେ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍‌ଙ୍କ ପ୍ରତିଛବି ସମ୍ମୁଖରେ ଅତିଥିଗଣ ଦୀପ ପ୍ରଜ୍ଜ୍ୱଳନ ଓ ମାଲ୍ୟାର୍ପଣ କରିଥିଲେ। ପରେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଦ୍ୱାରା ପ୍ରାର୍ଥନା ସଭା ପରିଚାଳିତ ହୋଇଥିଲା। ଅପରାହ୍ନ ୪ଟାରେ ବିକାଶ ଅଡିଟୋରିୟମରେ ଅନୁଷ୍ଠିତ ଶିକ୍ଷକ ସମ୍ବର୍ନ୍ଧନା ସଭାରେ ବିକାଶ ଆବାସିକ ବିଦ୍ୟାଳୟର ସିନିୟର ସେକେଣ୍ଡାରୀ ଅଧ୍ୟକ୍ଷ ଚିତ୍ତରଞ୍ଜନ ପତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବରଗଡ଼ର ବିଭିନ୍ନ ସରକାରୀ ହାଇସ୍କୁଲର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅଭିଜ୍ଞ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା। ବିକାଶ ଶିକ୍ଷାନୁଷ୍ଠାନ ସମୂହର ଚେୟାରମ୍ୟାନ ଡି. ମୁରଲୀକ୍ରୀଷ୍ଣା ଯୋଗଦେଇ ବିକାଶ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କ କଠିନ ପରିଶ୍ରମ ଯୋଗୁ ଆଜି ବିକାଶ ଭାରତର ତିନୋଟି ରାଜ୍ୟରେ ତାର ଶାଖା ପରିବର୍ଦ୍ଧିତ କରିବା ସହିତ ବିକାଶ ବିରାସତର ଉନ୍ନତିରେ ଶିକ୍ଷକଙ୍କ ଯଥେଷ୍ଟ ଅବଦାନ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ମ୍ୟାନେଜିଂ ଡାଇରେକ୍ଟର ବିବେକ ଦାଶରୀ ନିଜ ଛାତ୍ର ଜୀବନର କଥା ମନେ ପକାଇ ଶିକ୍ଷକଙ୍କ ନିଷ୍ଠା ଯୋଗୁ ଆଜି ବିକାଶ ଶିକ୍ଷାନୁଷ୍ଠାନ ଉନ୍ନତିର ଶିଖରରେ ପହଞ୍ଚତ୍ଛି ବୋଲି କହିଥିଲେ। ଡାଇରେକ୍ଟର ଡଃ ସମରେନ୍ଦ୍ର ନାଥ ପଣ୍ଡା କିଣ୍ଡର୍‌ କସ୍‌ମସ୍‌, ଅଟଳ ଲ୍ୟାବ୍‌, ସ୍ମାର୍ଟ କ୍ଲାସ୍‌ ଓ ମେଣ୍ଟରିଂ ମାଧ୍ୟମରେ ବିକାଶ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଉନ୍ନତିରେ ଏହି ଶିକ୍ଷାନୁଷ୍ଠାନର ଯଥେଷ୍ଟ ଅବଦାନ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ବରଗଡ଼ ଜିଲା ଅନ୍ତର୍ଗତ କ୍ରୀଷ୍ଣା ବିକାଶର ଶାଖା ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ଉପହାର ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିକାଶ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲର ସିଇଓ ସି. ଏଚ୍‌. ରବି କୁମାର, ବରଗଡ଼ ସିମେଣ୍ଟ ନଗର ଇଂଲିଶ ମିଡିୟମ୍‌ ସ୍କୁଲର ଅଧ୍ୟକ୍ଷ ସନାତନ ମହାପାତ୍ର, ଡୁଙ୍ଗୁରୀ ସିମେଣ୍ଟ ନଗର ଇଂଲିଶ ମିଡିୟମ୍‌ ସ୍କୁଲର ଅଧ୍ୟକ୍ଷ ଗୁରୁଚରଣ ବାଗ, ବିକାଶ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସୋସିଆଲ୍‌ ୱେଲଫେୟାରର ଆଡ୍‌ମିନିଷ୍ଟ୍ରେଟିଭ ଇନ୍‌ଚାର୍ଜ ପ୍ରବୀଣ ଦୋରା, ଅଧ୍ୟକ୍ଷ ଡଃ ଡୋଲାମଣି ଶତପଥୀ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଡ୍‌ମିନିଷ୍ଟ୍ରେଟିଭ ଅଫିସର ଏସ୍‌. କେ. ରାଓ, ବିକାଶ ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଅଭିନୟ’ ପରିବେଷିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri