ଛୋଟ ଡଙ୍ଗାକୁ ବୁଡାଇ ଦେଲା ବଡ଼ କାର୍ଗୋ ଜାହାଜ, ଅନେକ ନିଖୋଜ

ଢାକା,୨୧।୩: ବାଂଲାଦେଶରୁ ସାମ୍ନାକୁ ଆସିଥିବା ଏକ ଲୋମ ଟାଙ୍କୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ବଡ଼ ମେରାଇନ ଭେସେଲ ସହ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ଛୋଟ ଯାତ୍ରୀବାହି ଡଙ୍ଗା ବୁଡ଼ି ଯାଇଥିବା ଦେଖିବାକୁ ମିଳୁଛି। ବାଂଲାଦେଶର ରାଜଧାନୀ ଢ଼ାକା ନିକଟରେ ରବିବାର ଘଟିଥିବା ଏହି ଦୁର୍ଘଟଣା ଯୋଗୁ ଅତିକମ୍‌ରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଏବେ ବି ଶତାଧିକ ଲୋକେ ନିଖୋଜ ଅଛନ୍ତି।

ଏହି ଦୁର୍ଘଟଣା ରାଜଧାନୀ ଢାକା ପାଖ ଶିତାଲକ୍ଷ୍ୟ ନଦୀରେ ଏମ୍‌ଭି ରୁପଶି-୯ ଇନଲାଣ୍ଡ କାର୍ଗୋ କ୍ୟାରିୟର ଏବଂ ଏମ୍‌ଭି ଅଫସାରୁଦ୍ଦିନ ମଧ୍ୟରେ ଘଟିଛି। ଭାଇରାଲ ଭିଡିଓରେ ବଡ଼ ଭେସେଲ ଛୋଟ ଡଙ୍ଗାକୁ ଘୋଷାଡ଼ି ନେଉଥିବା ଦେଖିବାକୁ ମିଳୁଛି। କିଛି ମିଟର ଘୋଷାଡ଼ି ନେବା ପରେ ଛୋଟ ଡଙ୍ଗା ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। କିଛି ଲୋକ ଜୀବନ ବଞ୍ଚାଇବା ଲାଗି ଡଙ୍ଗାରୁ ଡେଇଁ ପଡ଼ିଥିଲେ।

Share