ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି ଅଞ୍ଚଳବାସୀଙ୍କ ପାଇଁ ଏକ ଆବେଗଓ ଉତ୍କଣ୍ଠା। ୨୦୧୫ମସିହାରୁ ଆରମ୍ଭ ଗୋଇଥିବା ଏଇ ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ଆଜି ଲୋକଙ୍କ ହୃଦୟରେ ସ୍ଥାନ ପାଇଛି। ସେବେଠାରୁ ଆଜି ପର୍ଯ୍ୟନ୍ତ ଯେବେବି ଏହି ମହୋତ୍ସବ ହୋଇଛି ତାହା ଲୋକଭିମୁଖୀ ହୋଇପାରିଛି । ମାତ୍ର ଚଳିତ ବର୍ଷ ଏହା ଆହୁରି ଲୋକାଭିମୁଖୀ କରିବା ପାଇଁ ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥ ଅଣ୍ଟା ଭିଡ଼ିଛନ୍ତି। ଶୀତ ମହୋତ୍ସବ କରାଇବାରେ ବିଡିିଓଙ୍କ ଏହା ଦ୍ୱିତୀୟ ବର୍ଷ ହୋଉଥିବା ବେଳେ ଗତ ମହୋତ୍ସବ ସମୟରେ ସେ ଦାରିଙ୍ଗବାଡିରେ ନିଯୁକ୍ତି ପାଇଥିଲେ। ସଫଳତାର ସହ ପାଳନ କରିଥିଲେ। ଚଳିତ ବର୍ଷ ଅନ୍ୟ ବର୍ଷ ଅପେକ୍ଷା ଏହି ମହୋତ୍ସବକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ସେ ଓ ତାଙ୍କ ଦଳ ଅଣ୍ଟା ଭିଡ଼ିଛନ୍ତ। ସେ ପ୍ରତିଦିନ କମିଟି ମେମ୍ବରମାନଙ୍କୁ ନେଇ ସନ୍ଧ୍ୟାରେ ସମୀକ୍ଷା କରିବା ସହ ମହୋତ୍ସବ ପଡିଆକୁ ଉନ୍ନତି କରିବାକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ ଏବଂ କନିଷ୍ଠ ଯନ୍ତ୍ରୀ ଧିରେନ ସେଠିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହୋତ୍ସବରେ ମୀନା ବଜାର, ଫୁଡ କୋର୍ଟ, ସମେତ ବିଭିନ୍ନ ଷ୍ଟଲ ଖୋଲାଯିବ । ଏଥିପାଇଁ ତାକୁ ସଫଳ ରୂପାୟନ ପାଇଁ ସେ ସମସ୍ତ ଯୋଜନା ପ୍ରସ୍ତୁତ କରିଛନ୍ତ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ କଳାକାର ମାନଙ୍କୁ ଯୋଗାଯୋଗ କରୁଛନ୍ତ। ଚଳିତଥର ମଞ୍ଚ ଦୁଲୁକିବ ବୋଲି ବିଡ଼ିଓ କହିଛନ୍ତି। ମଞ୍ଚ ସଜାସଜ୍ଜା ଜାନୁୟାରୀ ପହିଲାରୁ ଆରମ୍ଭ ହେବ। ଆସନ୍ତା ଜାନୁୟାରୀ ୮ ଠାରୁ ୧୧ ପର୍ଯ୍ୟନ୍ତ ୪ ଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବ। ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟାମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଓ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଏହି ମହୋତ୍ସବରେ ଯୋଗଦାନ କରିବେ ବୋଲି ବିଡ଼ିଓ କହିଛନ୍ତି।


