Posted inଖେଳ

ଟି-୨୦ ବିଶ୍ୱକପ୍‌ରେ ରୋହିତ, କୋହଲିଙ୍କୁ ଦେଖିବାକୁ ଚାହୁଁଛନ୍ତି ହରଭଜନ, ଜାଣନ୍ତୁ କାହିଁକି କହିଲେ ଏଭଳି…

ନୂଆଦିଲ୍ଲୀ,୧୪।୧୨: ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ପରାଜୟ ପରେ ଭାରତୀୟ ଦଳ ଟି -୨୦ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ଟୁର୍ନାମେଣ୍ଟରେ ଖେଳିବେ କି ନାହିଁ ସେ ନେଇ ନିରନ୍ତର ଆଲୋଚନା ହେଉଛି। କିଛି ବିଶେଷଜ୍ଞ କହିଛନ୍ତି ଯେ, ଉଭୟ ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯିବା ଉଚିତ୍‌। ଏହି ସମୟରେ ଭାରତର ପୂର୍ବତନ ସ୍ପିନର ତଥା ଦୁଇଟି ବିଶ୍ୱକପ୍‌ ଜିତିଥିବା ଦଳର ସଦସ୍ୟ ହରଭଜନ ସିଂ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।

୨୦୦୭ ଟି -୨୦ ବିଶ୍ୱକପ୍‌ ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍‌ ଜିତିଥିବା ଦଳର ସଦସ୍ୟ ହରଭଜନ କହିଛନ୍ତି , ରୋହିତ ଏବଂ କୋହଲି ଆସନ୍ତା ବର୍ଷ ଟି -୨୦ ବିଶ୍ୱକପ୍‌ରେ ଖେଳିବା ଉଚିତ୍‌। ଏକ ଭଲ ମିଶ୍ରଣ ସେବେ ସମ୍ଭବ ଯଦି ଆପଣଙ୍କ ପାଖରେ ଭଲ ସିନିୟର ଖେଳାଳି ଅଛନ୍ତି । ବିରାଟ ଏବଂ ରୋହିତଙ୍କ ପାଖରେ ବହୁତ ଦମ୍‌ ଅଛି। ମୁଁ ଭାବୁଛି ସେ ଖେଳିବା ଉଚିତ୍‌।

ଟି -୨୦ ବିଶ୍ୱକପ୍‌ ପାଇଁ ଦଳ ଚୟନରେ ଆଇପିଏଲର ପ୍ରଭାବ ଉପରେ ହରଭଜନ କହିଛନ୍ତି, ବର୍ତ୍ତମାନ ଆଇପିଏଲ ଚୟନ ଉପରେ ମଧ୍ୟ ପ୍ରଭାବ ପକାଉଛି। ଏହାର ପ୍ରଭାବ ଟେଷ୍ଟ ଦଳ ଚୟନରେ ମଧ୍ୟ ଦେଖିବାକୁ ମିଳେ। ବିଶ୍ୱକପ୍‌ ଦଳରେ ଅଧିକ ପରିବର୍ତ୍ତନ ହେବ। ଦକ୍ଷିଣ ଆଫ୍ରିକାରେ ଖେଳୁଥିବା ସମାନ ଖେଳାଳି ଟି -୨୦ ବିଶ୍ୱକପ୍‌ରେ ଖେଳିବେ। ସେଠାରେ ପ୍ରାୟ ଏକ କିମ୍ବା ଦୁଇଟି ପରିବର୍ତ୍ତନ ହୋଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମୃତ ପୋଲିସ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା

ଭୁବନେଶ୍ୱର,୨୨।୨: ଝାରସୁଗୁଡ଼ା ଜିଲା ସଦର ଥାନାରୁ ପ୍ରାୟ ଶହେ ମିଟର ଦୂର ଏଚ୍‌ କଣ୍ଟାପାଲି ଏନ୍‌ଏଚ୍‌ ୪୯ରେ ରବିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri