Posted inଖେଳ

ହରଭଜନ ସିଂଙ୍କ ଭବିଷ୍ୟବାଣୀ, ଟି-୨୦ରେ ହଇଚଇ ସୃଷ୍ଟି କରିବେ…

ନୂଆଦିଲ୍ଲୀ,୨୩।୧ : ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ଜଣ ଖୋଳାଳିଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ସେ ଟି-୨୦ କ୍ରିକେଟରେ ୧୦୦୦ ଛକା ମାରିପାରନ୍ତି । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବା ପରେ ଭଜ୍ଜି ଏହି ଭବିଷ୍ୟବାଣୀ କରିଥିଲେ ଏବଂ ଦାବି କରିଥିଲେ ଯେ ଯଦି ଅଭିଷେକ କୋହଲି ଏବଂ ରୋହିତଙ୍କ ପରି ଅଧିକ ଟି-୨୦ ମ୍ୟାଚ୍ ଖେଳିପାରନ୍ତି, ତେବେ ତାଙ୍କ ନାମରେ ୧୦୦୦ ଛକା ହେବ । ପ୍ରକାଶଥାଉକି, ପ୍ରଥମ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମା ୮୪ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ ଯେଉଁଥିରେ ଏହି ବ୍ୟାଟ୍ସମ୍ୟାନ୍ ୮ଟି ଛକା ମାରିଥିଲେ ।

ହରଭଜନ କହିଛନ୍ତି, ଅଭିଷେକ ଶର୍ମା ସହଜରେ ଶତକ ହାସଲ କରିପାରିଥାନ୍ତେ, କିନ୍ତୁ ସେ କଲେ ନାହିଁ । ସେ କହିଥିଲେ ଯେ ସେ ଆଉଟ୍ ହେଲେ ମଧ୍ୟ ସମାନ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ ଜାରି ରଖିବେ। ମାନସିକତାରେ ଏହା ହିଁ ପାର୍ଥକ୍ୟ। ଏହା ଏକ ବଡ଼ କଥା ଯେ ସେ ନିଜ ବିଷୟରେ ଚିନ୍ତା କରିନଥିଲେ ଏବଂ ଦଳ ବିଷୟରେ ଚିନ୍ତା କରିଥିଲେ। ସେ ଏବେ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ପ୍ରତ୍ୟେକ ଥର ସେ ୫୦ ରନ୍ କଲେ, ଟିମ୍ ଇଣ୍ଡିଆ ଜିତିଥାଏ । ସେ ଜଣେ ସୁପରଷ୍ଟାର, ଏବଂ ବୋଲରମାନଙ୍କ ପାଖରେ ତାଙ୍କ ପାଇଁ କୌଣସି ଜବାବ ନାହିଁ ।

ହରଭଜନ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ରିଙ୍କୁଙ୍କ ୪୪ ରନର ଇନିଂସକୁ ପ୍ରଶଂସା କରି କହିଛନ୍ତି, “ରିଙ୍କୁ ସିଂଙ୍କ ପ୍ରଦର୍ଶନ ପ୍ରଶଂସାର ଯୋଗ୍ୟ। ବିଚରା ଖୋଳାଳି ବହୁତ ଦିନ ପରେ ସୁଯୋଗ ପାଇଲା ଏବଂ ସେ ଏହାର ସର୍ବାଧିକ ଉପଯୋଗ କଲା। ସେ ଏତେ ପରିଶ୍ରମୀ ଖେଳାଳି ଯେ ଯେତେବେଳେ ସୁଯୋଗ ପାଏ ସେ କେବେ ହାତଛଡ଼ା କରେ ନାହିଁ । ସେ ପ୍ରତ୍ୟେକ ଥର ଖେଳିବା ସମୟରେ ସମସ୍ତଙ୍କ ହୃଦୟ ଜିତିଥାଏ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

HIL 2026: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ ରାଞ୍ଚି ରୟାଲ୍ସ ପରାସ୍ତ

ଭୁବନେଶ୍ୱର,୨୬।୧: ହକି ଇଣ୍ଡିଆ ଲିଗ୍ ୨୦୨୬ର ଚମ୍ପିୟନ ହୋଇଛି ଓଡ଼ିଶାର କଳିଙ୍ଗ ଲାନ୍ସର୍ସ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଘରୋଇ ଟିମ୍ କଳିଙ୍ଗ ଲାନ୍ସର୍ସ…

ବାର୍‌ହା ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ, ଦୁଇ ଗୁରୁତର

ଜି.ଉଦୟଗିରି,୨୬।୧(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ କାନବାଗିରୀ-ଶ୍ରୀକଲା ଘାଟି ଅଞ୍ଚଳରେ ସୋମବାର ଏକ ଅଘଟଣ ଘଟିଛି। ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ…

ହକି ଇଣ୍ଡିଆ ଲିଗ୍‌: ହାଇଦ୍ରାବାଦ ତୁଫାନ୍ସକୁ ବ୍ରୋଞ୍ଜ, ଓଡ଼ିଶାର ଅମନଦୀପ ଲାକ୍ରାଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର,୨୬।୧: ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ତୃତୀୟ ସ୍ଥାନ ପାଇଁ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାଇଦ୍ରାବାଦ ତୁଫାନ୍ସ ୪-୩ ଗୋଲରେ HIL…

ବନ୍ତ କପ୍‌ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ଇଷ୍ଟକୋଷ୍ଟ ରେଲୱେ ଭଦ୍ରକ

ବନ୍ତ,୨୬।୧(ହରି ନାରାୟଣ ମହାନ୍ତି): ଓଡ଼ିଶା କ୍ରିକେଟ ଆସୋସିଏଶନ ଏବଂ ଭଦ୍ରକ ଜିଲା କ୍ରିକେଟ ଆସୋସିଏଶନର ମିଳିତ ସହଯୋଗରେ ଶାନ୍ତି ୟୁଥ୍‌ ଆସୋସିଏଶନ ଆନୁକୂଲ୍ୟରେ ଭଦ୍ରକ ଜିଲା ବନ୍ତ…

ଭାରତ ମାତା ପୂଜନ ଉତ୍ସବରେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା: ଏମ୍‌ପିଙ୍କ ସମେତ ୩ ବରିଷ୍ଠ ଅଧିକାରୀଙ୍କୁ ମଞ୍ଚରେ ଛିଡ଼ା କରାଇଲେ…

ଦାରିଙ୍ଗବାଡି, ୨୬।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ସିମନବାଡି ଶିବ ମନ୍ଦିର ପ୍ରାଙ୍ଗଣରେ ୨ ଦିନିଆ    ଭାରତ ମାତା ପୂଜନ ଉତ୍ସବରେ…

‘ହେଲୋ ପଏଣ୍ଟ’ ପ୍ରହସନ: ୨୦ ଲକ୍ଷ ଟଙ୍କା ଗଲା କୁଆଡ଼େ

ଥୁଆମୂଳ ରାମପୁର, ୨୬ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଷାବରା ‘ହେଲୋ ପଏଣ୍ଟ’ ଏବେ ଏକ ଭିନ୍ନ  ସ୍ଥିତିରେ। ଆଦିବାସୀ ସଂସ୍କୃତିର ସୁରକ୍ଷା ଓ…

୮ ଫୁଟର ଅଜଗର ଉଦ୍ଧାର

ଦିଗପହଣ୍ଡି,୨୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆମ୍ବ ଗାଁ ନିକଟ ଘୋଡ଼ାହାଡ଼ ନଦୀପଠାରୁ ସୋମବାର ସନ୍ଧ୍ୟା ପ୍ରାୟ ୫ଟାରେ ଏକ ୮ ଫୁଟ ବିଶିଷ୍ଟ…

ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ମହୋତ୍ସବ: ପତାକା ଉତ୍ତୋଳନ କଲେ ଉପଜିଲାପାଳ

ବାଲିଗୁଡ଼ା,୨୬।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଏବଂ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri